ଚଣ୍ଡିଗଡ: ପଞ୍ଜାବ ସରକାର ପକ୍ଷରୁ ଭାରତୀୟ ଷ୍ଟାର ବକ୍ସର ସିମ୍ରନଜିତ କୌର ପୁରସ୍କୃତ ହୋଇଛନ୍ତି । ନିକଟରେ ଟୋକିଓ ଅଲମ୍ପିକ 2020 ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସିମ୍ରନଜିତ ।
ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ସିମ୍ରନଜିତଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ବାବଦକୁ 5ଲକ୍ଷ ଅର୍ଥ ରାଶି ଘୋଷଣା କରିଛନ୍ତି । ରାଜ୍ୟର ଅନ୍ୟ ଝିଅଙ୍କ ପାଇଁ ସିମ୍ରନଜିତ ପ୍ରେରଣା ପାଲଟିବେ ବୋଲି ପଞ୍ଜାବ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିସହିତ ଟୋକିଓ ଅଲମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ ସରକାର ।
![boxer Simranjit Kaur](https://etvbharatimages.akamaized.net/etvbharat/prod-images/6438950_eew.jpg)
ତେବେ 24ବର୍ଷିୟ ସିମ୍ରନଜିତଙ୍କ ଘର ଲୁଧିଆନ ଜିଲ୍ଲାର ଚକର ଅଞ୍ଚଳରେ । ମାର୍ଚ୍ଚ 9ରେ ଜୋର୍ଡାନର ଅମାନଠାରେ ହୋଇଥିବା ଏସିଆନ ଅଲମ୍ପିକ କ୍ବାଲିଫାୟର ସେମିଫାଇନାଲରେ ପ୍ରବେଶ କରିଥିଲେ । ପୂର୍ବରୁ 2013 ଜୁନିୟର ମହିଳା ଚମ୍ପିଆନସିପରେ ବ୍ରୋଞ୍ଜ ମେଡାଲ ଓ ସିନିୟର ବିଶ୍ବ ଚମ୍ପିଆନସିପ 2018ରେ ବ୍ରୋଞ୍ଜ ମେଡାଲ ଜିତିଥିଲେ ସିମ୍ରନଜିତ । ଏଥିସହିତ 2019 ଏସିଆଲ ବକ୍ସିଂ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଛନ୍ତି 24 ବର୍ଷିୟ ପଞ୍ଜାବ ବକ୍ସର ।