ହାଇଦ୍ରାବାଦ: ବିଶ୍ବ ପାରା-ବ୍ୟାଡମିଣ୍ଟନ ଚମ୍ପିଆନସିପ ବିଜେତା ପ୍ରମୋଦ ଭଗତଙ୍କୁ ଆଉ ଏକ ବିରାଟ ସଫଳତା । ଥାଇଲାଣ୍ଡ ପାରା-ବ୍ୟାଡମିଣ୍ଟନ ଇଣ୍ଟରନେସନାଲ-2019 ଟୁର୍ଣ୍ଣାମେଣ୍ଟରେ ରୌପ୍ୟରେ ଚମକିଛନ୍ତି ଓଡିଆ ପୁଅ ପ୍ରମୋଦ ।
ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ବର୍ଗରେ ପ୍ରମୋଦ ରୌପ୍ୟ ପଦକ ହାତେଇଛନ୍ତି । ଫାଇନାଲ ମୁକାବିଲାରେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିବା ପ୍ରମୋଦ, ରୌପ୍ୟ ପଦକକୁ ନେଇ ବେଶ ଖୁସି ଅଛନ୍ତି । ଏଥିସହିତ ପ୍ରମୋଦ ବିଶ୍ବ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ବଡ ମ୍ୟାଚର ବଡ ଖେଳାଳି ଭାବେ ପରିଗଣିତ ହୋଇଛନ୍ତି ।
ପ୍ରମୋଦ ବିଶ୍ବ ପାରା-ବ୍ୟାଡମିଣ୍ଟନ ଚମ୍ପିଆନସିପର ଉଭୟ ପରୁଷ ସିଙ୍ଗଲ୍ସ ଓ ଡବଲ୍ସ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହାପରେ ପ୍ରମୋଦଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିଲା । ପ୍ରମୋଦ ସଫଳ ପ୍ରଦର୍ଶନ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିଲେ । ଏହାପରେ ଭାରତ ସରକାରଙ୍କ ପକ୍ଷରୁ କ୍ରୀଡାକ୍ଷେତ୍ରର ସମ୍ମାନ ଜନକ ଅର୍ଜୁନ ପୁରସ୍କାର ଓ ଓଡିଶା ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରେ ପ୍ରମୋଦ ସମ୍ମାନିତ ହୋଇଛନ୍ତି ।