ETV Bharat / sports

ପାରାଲମ୍ପିଆନ୍‌ଙ୍କୁ PM ମୋଦିଙ୍କ ପ୍ରଶଂସା - ଟୋକିଓ ୨୦୨୦ ପାରାଲମ୍ପିକ୍‌

ଟୋକିଓ ୨୦୨୦ ପାରାଲମ୍ପିକ୍‌ ଭାରତୀୟ ଟିମକୁ ନିଜ ବାସଭବନରେ ଆତିଥ୍ୟ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

PM Narendra Modi hosts Indian paralympic contingent at his residence
ପାରାଲମ୍ପିଆନ୍‌ଙ୍କୁ PM ମୋଦିଙ୍କ ପ୍ରଶଂସା
author img

By

Published : Sep 9, 2021, 10:20 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତୀୟ ପାରା-ଆଥଲେଟ୍‌ଙ୍କ ଦୃଢ ମନୋବଳ ଓ ଜୋଶ୍କୁ‌ ପ୍ରଶଂସା କରିଛନ୍ତି । ସଦ୍ୟ ସମାପ୍ତ ଟୋକିଓ ପାରାଲମ୍ପିକ୍‌ରେ ଭାରତୀୟ ଖେଳାଳି ଐତିହାସିକ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହ ୧୯ ପଦକ ହାସଲ କରିଛନ୍ତି । ପାରା ଆଥଲେଟ୍‌ମାନେ ନିଜର ଜୀବନରେ ଅନେକ ଘାତ ପ୍ରତିଘାତକୁ ପାର୍‌ କରି ସଫଳ ହୋଇଛନ୍ତି । ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଂଶସନୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଗୁରୁବାର ଟୋକିଓ ୨୦୨୦ ପାରାଲମ୍ପିକ୍‌ ଭାରତୀୟ ଟିମକୁ ନିଜ ବାସଭବନରେ ମୋଦି ଆତିଥ୍ୟ ପ୍ରଦାନ କରିଥିଲେ । ଏହି ଟିମରେ ଆଥଲେଟ୍‌ଙ୍କ ସହିତ କୋଚ୍‌ ମଧ୍ୟ ସାମିଲ ଥିଲେ । ଏହି ଅବସରରେ ତପସ୍ୟା, ପୁରୁସାର୍ଥ ଓ ପରାକ୍ରମ ଦ୍ବାରା ପାରା ଆଥଲେଟ୍‌ ସେମାନଙ୍କର ଜୀବନରେ ବଡ ପରିବର୍ତ୍ତନ ଆଣିଥିବା କହିଛନ୍ତି ମୋଦି ।

ପରେ ଭାରତୀୟ ପାରା-ଆଥଲେଟ୍‌ ପ୍ରେରଣାଦାୟୀ ବାର୍ତ୍ତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.