ETV Bharat / sports

ଏସୀୟ ପାରା କ୍ରୀଡା ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଖେଳର 2ଟି ମନ୍ତ୍ର ଜିତିବା ନଚେତ ଶିଖିବା

ଚତୁର୍ଥ ଏସୀୟ ପାରା କ୍ରୀଡାରେ ଭାଗ ନେଇ ପଦକ ହାସଲ କରିଥିବା ସମସ୍ତ ଭାରତୀୟ କ୍ରୀଡ଼ାବିତଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏସିଆନ ପାରା ଗେମ୍ସ ପଦକ ବିଜେତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 2, 2023, 9:10 AM IST

pm modi meets asian para games medal winners
ଏସୀୟ ପାରା କ୍ରୀଡା ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଆପଣ ସମସ୍ତଙ୍କୁ ଭେଟିବାର ଅବସର ମୁଁ ଖୋଜିଥାଏ । କେବେ ତୁମର ଅନୁଭବ ଶୁଣିବି ତାହାକୁ ଅପେକ୍ଷା କରିଥାଏ । ମୁଁ ଦେଖିଛି ପ୍ରତିଥର ତୁମେ ନୂଆ ଉତ୍ସାହର ସହ ଆଗକୁ ଆସିଥାଅ । ଏସୀୟ ପାରା କ୍ରୀଡାର ସଫଳତା ପାଇଁ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା । ତୁମେ ଦେଶ ବାହାରେ ଚୀନରେ ଖେଳୁଥିଲ ମୁଁ ମଧ୍ୟ ତୁମ ସହିତ ଥିଲି । ପ୍ରତି ସମୟରେ ତୁମର ଗତିବିଧି, ପ୍ରୟାସ ଓ ଦୃଢ଼ତାକୁ ଏଠି ମୁଁ ବଞ୍ଚୁଥିଲି । ତୁମେ ସମସ୍ତ ଯେପରି ଦେଶର ମାନ ବଢାଇଛ ତାହା ଅଦ୍ଭୂତପୂର୍ବ । ଏହି ଐତିହାସିକ ସଫଳତା ପାଇଁ ଦେଶବାସୀଙ୍କ ପକ୍ଷରୁ ତୁମକୁ ଅଭିନନ୍ଦନ ଜଣାଉଛି । ଖେଳ ସର୍ବଦା ପ୍ରତିଯୋଗିତା ଭରା ହୋଇଥାଏ । ପରସ୍ପରକୁ ଏଥିରେ କଡ଼ା ଟକ୍କର ଦିଆଯାଏ । ତୁମେ ପ୍ରତିଦିନ ନିଜ ସହ ଲଢେଇ କରିଥାଅ । ଏଠାରେ ଉପସ୍ଥିତ ଏସୀୟ ପାରା କ୍ରୀଡାରେ ଭାଗ ନେଇଥିବା ସମସ୍ତ କ୍ରୀଡାବିତ କେହି ଜିତିକି ଆସିଛନ୍ତି ତ କେହି ଶିଖିକି ଆସିଛନ୍ତି । ଆପଣଙ୍କ ମଧ୍ୟରୁ କେହି ଜଣେ ବି ହାରି ନାହାନ୍ତି । ଖେଳରେ ଦୁଇଟି କଥା ଜିତିବା ନଚେତ ଶିଖିବା । ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ପଦକ ବିଜେତାଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

111ପଦକ 140 କୋଟି ସ୍ବପ୍ନ: ଏସୀୟ ପାରା କ୍ରୀଡ଼ାବିତଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,"140 କୋଟି ଦେଶବାସୀଙ୍କ ମଧ୍ୟରେ ଚୟନ ହେବା ହିଁ ବଡ଼ କଥା । ଏହା ମଧ୍ୟ ଏକ ବିଜୟ । ଏକାଧିକ ଚ୍ୟାଲେଞ୍ଜ୍‌ ସହ ମୁକାବିଲା କରି ତୁମେ ଅଧିକ ମଜଭୁତ ହୋଇଛ । ଦେଶବାସୀ ଆଜି ତୁମକୁ ନେଇ ଗର୍ବିତ । ତୁମେ କେବଳ ପୂର୍ବ ରେକର୍ଡ ଭାଙ୍ଗି ନାହିଁ ସେ ରେକର୍ଡକୁ ଧରାଶାୟୀ କରି ଦେଇଛ । 111 ପଦକ ଜିତି ତୁମେ ଘରକୁ ଫେରିଛ । ମୁଁ ଯେବେ ରାଜନୀତିରେ ନୂଆ ଥିଲି ଦଳର ସଂଗଠନ ପାଇଁ କାମ କରୁଥିଲି । ଲୋକସଭା ନିର୍ବାଚନରେ 12ଟି ଆସନରୁ ଲଢେଇ ହୋଇଥିବା 12ଟି ଆସନରେ ଜିତିଥିଲୁ । ମୋ ପାଇଁ ଆଶ୍ଚର୍ଯ୍ୟ ଥିଲା ଅଟଳ ବିହାରୀ ବାଜେପୀୟ ମୋତେ ଆଲିଙ୍ଗନ କରି କହିଥିଲେ 12ରୁ 12 ଜାତିବାର ଅର୍ଥ ତୁମକୁ ଜଣା ଗୋଟିଏ ରାଜ୍ୟରୁ ତୁମେ 12 ଆଣିଛ । ତେଣୁ ମୁଁ ବି ତୁମକୁ କହୁଛି 111 କେବଳ 111 ନୁହେଁ 140 କୋଟି ସ୍ବପ୍ନ । 2014ରେ ଏସୀୟାନ ପାରା ଗେମ୍ସ ପଦକର ଏହା 3 ଗୁଣା ଅଧିକ । 2014 ଅପେକ୍ଷା ଏଥର 10ଗୁଣା ଅଧିକ ସ୍ବର୍ଣ୍ଣ ପଦକ ମିଳିଛି । 2014ରେ ଭାରତ 15ତମ ସ୍ଥାନରେ ଥିଲା ମାତ୍ର ଏଥର ପଞ୍ଚମ ସ୍ଥାନରେ ରହିଛୁ । ଗତ 9ବର୍ଷରେ ଦେଶ ଅର୍ଥନୀତିରେ 10ରୁ 5କୁ ପହଞ୍ଚିଛି ତୁମେମାନେ ମଧ୍ୟ ଦେଶକୁ 10ରୁ 5ରେ ପହଞ୍ଚାଇଛ । ଏ ସବୁ ତୁମ କଠିନ ପରିଶ୍ରମର ପରିଣାମ । ଗତ କିଛି ମାସ ଭାରତ ପାଇଁ ଖେଳକୁ ନେଇ ବହୁତ ଅଦ୍ଭୂତପୁର୍ଣ୍ଣ ରହିଛି । ଅଗଷ୍ଟରେ ବୁଦାପେଷ୍ଟରୁ ଏସିଆନ ଅଥଲେଟିକ୍ସ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ମିଳିଥିଲା । ଏସୀୟ କ୍ରୀଡାରେ ବ୍ୟାଡମିଣ୍ଟନରେ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଥିଲା । ଏସୀୟ କ୍ରୀଡାରେ 107 ପଦକ ଜିତିଥିଲେ । ଏବେ ତୁମେ 111 ପଦକ ଜିତି ଭଲ ପ୍ରଦର୍ଶନ କରିଛ । ତୁମର ଏହି ପ୍ରଦର୍ଶନକୁ ଦେଖି ସମଗ୍ର ଦେଶ ଉତ୍ସାହିତ ।''

ଦିବ୍ୟାଙ୍ଗଙ୍କ ବିଜୟ ପ୍ରେରଣା: ବାକି ଖେଳରେ ଯେବେ ଜଣେ କ୍ରୀଡାବିତ ପଦକ ଜିତେ ଖେଳ ଦୁନିଆ, ନୂଆ ଖେଳାଳିଙ୍କ ପାଇଁ ଏକ ପ୍ରେରଣା ବନିଥାଏ ମାତ୍ର ଯେବେ ଜଣେ ଦିବ୍ୟାଙ୍ଗ ବିଜୟୀ ହୋଇ ଆସନ୍ତି କେବେଳ ଖେଳ ନୂହେଁ ଜୀବନ ସବୁ କ୍ଷେତ୍ରରେ ସେ ପ୍ରେରଣା ହୋଇଥାନ୍ତି । ସେ ସବୁ କ୍ଷେତ୍ରରେ ପ୍ରେରଣା ପାଲଟିଥାନ୍ତି । ନିରାଶରେ ଥିବା ସମସ୍ତଙ୍କ ପାଇଁ ତୁମ ସଫଳତା ତାଙ୍କୁ ଅଧିକ ପ୍ରେରଣା ଦେଇଥାଏ । ତୁମକୁ କେହି ଖେଳୁଥିବା ଦେଖିଲେ ସଫଳ ହେବା ଦେଖିଲେ ତାହା କେବଳ ଖେଳର ମୈଦାନ ଯାଏଁ ସୀମିତ ନୁହେଁ ଜୀବନ ସବୁ କ୍ଷେତ୍ରର ସମସ୍ତଙ୍କ ପାଇଁ ପ୍ରେରଣାର କାରଣ ହୋଇଥାଏ ତୁମେ ସେହି କମ କରି ଦେଖାଇଛ । ଏବେ ସ୍ପୋର୍ଟ୍ସକୁ ଏକ ପ୍ରଫେସନ ଭାବରେ ସମାଜ ସ୍ବୀକାର କରିଛି । ସ୍ପୋର୍ଟିଂ କଲଚର ଏବଂ ସ୍ପୋର୍ଟିଂ ସୋସାଇଟି ରୂପରେ ଭାରତର ପ୍ରଗତି ହୋଉଛି । ଭାରତ 2030 ୟୁଥ୍‌ ଅଲିମ୍ପିକ୍ସ ଏବଂ 2036 ଅଲିମ୍ପକ୍ସ କ୍ରୀଡା ଆୟୋଜନ ନେଇ ପ୍ରୟାସ କରୁଛୁ । ଏବେ ଖେଳାଳିଙ୍କ ପାଇଁ ସରକାର ଅଛନ୍ତି । ସରକାର କ୍ରୀଡାବିତଙ୍କ ଅସୁବିଧା ଦୂର କରି ସୁଯୋଗ ଆଣୁଛନ୍ତି । କ୍ରୀଡ଼ାରେ କୌଣସି ସର୍ଟକଟ୍‌ ନଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ....ଏସିଆନ ଗେମ୍ସ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଆମ କ୍ରୀଡାବିତମାନେ GOAT

ପ୍ରକାଶ ଥାଉ କି, ଚୀନର ହଙ୍ଗଝୌରେ ସଦ୍ୟ ସମାପ୍ତ ଏସୀୟ ପାରା କ୍ରୀଡ଼ାରେ ଭାରତ 111 ପଦକ ଜିତି ଇଇହାସ ରଚିଥିଲେ । ସେଥିରେ 29ଟି ସ୍ବର୍ଣ୍ଣ, 31ଟି ରୌପ୍ୟ ଓ 51ଟି ବ୍ରୋଞ୍ଜ୍‌ ପଦକ ରହିଥିଲା । ଏହା ପୂର୍ବରୁ ଗତ ଅକ୍ଟୋବର 10 ତାରିଖରେ 19ତମ ଏସୀୟ କ୍ରୀଡ଼ାରେ 107 ପଦକ ଜିତି ଇତିହାସ ରଚିଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.