ETV Bharat / sports

ଅପରାଜେୟ ଗୁଜରାଟ, ଦବଙ୍ଗ ଦିଲ୍ଲୀର ବିଜୟ ରଥରେ ବ୍ରେକ

ପ୍ରୋ କବାଡି ଲଢେଇରେ ଗୁଜରାଟ ଫର୍ଚ୍ୟୁନେଜିଆଣ୍ଟସର ବିଜୟ ଧାରା ଜାରି ରଖିଛି ।  31-26 ପଅଣ୍ଟରେ ଦବଙ୍ଗ ଦିଲ୍ଲୀକୁ ହରାଇଛି ଗୁଜରାଟ ଫର୍ଚ୍ୟୁନେଜିଆଣ୍ଟସ। ଏହା ଦବଙ୍ଗ ଦିଲ୍ଲୀର 4ର୍ଥ ମ୍ୟାଚରୁ ପ୍ରଥମ ପରାଜୟ।

author img

By

Published : Aug 2, 2019, 10:40 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିିଆ(twitter@ProKabaddi)

ମୁମ୍ବାଇ: ପ୍ରୋ କବାଡି ଲଢେଇରେ ଗୁଜରାଟ ଫର୍ଚ୍ୟୁନେଜିଆଣ୍ଟସର ବିଜୟ ଧାରା ଜାରି ରଖିଛି । ଫଳରେ ଦବଙ୍ଗ ଦିଲ୍ଲୀର ବିଜୟ ରଥରେ ବ୍ରେକ ଲାଗିଛି । 31-26 ପଅଣ୍ଟରେ ଦବଙ୍ଗ ଦିଲ୍ଲୀକୁ ମାତ ଦେଇଛି ଗୁଜରାଟ ଫର୍ଚ୍ୟୁନେଜିଆଣ୍ଟସ । ଏହା ଦବଙ୍ଗ ଦିଲ୍ଲୀର 4ର୍ଥ ମ୍ୟାଚରୁ ପ୍ରଥମ ପରାଜୟ ।

ଦିଲ୍ଲୀର ରେଡର ନବୀନ କୁମାର ପୁଣି ଏକ ସୁପର 10 ହାସଲ କରିଥିଲେ । ଏହାସହ 4ଟି ମ୍ୟାଚରୁ 42 ରେଡ ପଏଣ୍ଟ ସହ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ମ୍ୟାଚ ଆରମ୍ଭରୁ ହିଁ ଦବଙ୍ଗ 2-6ରେ ପଛୁଆ ରହିଥିଲା । ମ୍ୟାଚର 9ମ ମିନିଟରେ ଗୁଡରାଡର ଭେଟେରାନ ଡିଫେଣ୍ଡର ପରଭେସ ଭାଇନସ୍ବାଲ ନବୀନଙ୍କୁ ଆଉଟ କରି ବେଞ୍ଚକୁ ପଠାଇ ଦେଇଥିଲେ ଓ ସ୍କୋରକୁ 7-4ରେ ପହଞ୍ଚାଇଥିଲେ । ତେବେ ପଏଣ୍ଟରେ ପଛୁଆ ଥିବା ଦିଲ୍ଲୀ, ମ୍ୟାଚରେ ଜୋରଜାର କମବ୍ୟାକ କରିଥିଲା ।

Gujarat Fortunegiants

ମ୍ୟାଚର 16ତମ ମିନିଟରେ 9-9 ପଏଣ୍ଟରେ ଉଭୟ ଦଳର ପଏଣ୍ଟ ବରାବର ହୋଇଥିଲା । ତେବେ 18ତମ ମିନିଟରେ ଦିଲ୍ଲୀ ଗୁଜରାଟକୁ ଅଲଆଉଟ କରି 14-11 ପଏଣ୍ଟରେ ଆଗୁଆ ହୋଇଥିଲା । ମାତ୍ର ଗୁଜରାଟ ରେଡର ଗୁଲିଆ ଦ୍ରୁତ 3 ପଏଣ୍ଟ ହାସଲ କରି 24ତମ ମିନିଟରେ 16-16ରେ ପଏଣ୍ଟ ବରାବର କରିଥିଲେ ।

ଏହାପରେ ମ୍ୟାଚ ଗୁଜରାଟ ଆଢକୁ ପୁନଶ୍ଚ ଢଳିଥିଲା । ଦିଲ୍ଲୀକୁ ଆଲଆଉଟ କରି 25-20ରେ ଆଗୁଆ ହୋଇଥିଲା ଦଳ । ପଏଣ୍ଟର ବ୍ୟବଧାନକୁ ମ୍ୟାଚ ଶେଷ ପର୍ଯ୍ୟନ୍ତ ବଳବତ୍ତର ରଖିପାରିଥିଲା ଗୁଜରାଟ । ଶେଷରେ 31-26 ପଏଣ୍ଟରେ ଗୁଜରାଟ ଫର୍ଚ୍ୟୁନେଜିଆଣ୍ଟସ ବିଜୟୀ ହୋଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.