ETV Bharat / sports

ପ୍ରୋ କବାଡି: ବେଙ୍ଗଲ ୱାରିୟର୍ସ-ତେଲୁଗୁ ଟାଇଟାନ୍ସ ମ୍ୟାଚ ଡ୍ର

ପ୍ରୋ କବାଡି ଲଢେଇରେ ବେଙ୍ଗଲ ୱାରିୟର୍ସ-ତେଲୁଗୁ ଟାଇଟାନ୍ସ ମ୍ୟାଚ 29-29ରେ ଡ୍ରରେ ଶେଷ ହୋଇଛି ।

author img

By

Published : Aug 13, 2019, 6:13 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ProKabaddi)

ଅହମ୍ମଦାବାଦ: ପ୍ରୋ କବାଡି ଲଢେଇରେ ବେଙ୍ଗଲ ୱାରିୟର୍ସ-ତେଲୁଗୁ ଟାଇଟାନ୍ସ ମ୍ୟାଚ 29-29ରେ ଡ୍ର ରହିଛି । ତେବେ ପ୍ରୋ କବାଡି ଇତିହାସରେ 2 ଦଳ ମଧ୍ୟରେ ସର୍ବାଧିକ 5ମଥର ପାଇଁ ଡ୍ରରେ ଶେଷ ହୋଇଛି ମ୍ୟାଚ୍‌ ।

PKL

ଷ୍ଟାର ରେଡର ସିଦ୍ଧାର୍ଥ ଦେଶାଇ ମ୍ୟାଚ ଆରମ୍ଭରୁ ତେଲୁଗୁ ଟାଇଟାନ୍ସକୁ ଆଗୁଆ କରାଇଥିଲେ । ଅନ୍ୟତମ ରେଡର ସୂରଜ ଦେଶାଇ ମଧ୍ୟ ସିଦ୍ଧାର୍ଥଙ୍କ ଭରପୁର ସାଥ ଦେଇଥିଲେ । ଟାଇଟାନ୍ସ ଡିଫେଣ୍ଡର ମଧ୍ୟ ଆରମ୍ଭରୁ ଦମ ଦେଖାଇଥିଲେ । ମାତ୍ର ବେଙ୍ଗଲ ୱାରିୟର୍ସ ବିଳମ୍ବ ନକରି ଆକ୍ରମଣ ଆରମ୍ଭ କରିଥିଲା । ଫଳରେ ମ୍ୟାଚ 7-7ରେ ବରାବର ରହିଥିଲା । ସିଦ୍ଧାର୍ଥ-ସୂରଜଙ୍କ ଯୋଡି ବେଙ୍ଗଲକୁ ଧରାଶାୟୀ କରିଥିଲା । ଏକଦା ବେଙ୍ଗଲ ଅଲଆଉଟ ହେବା ପରିସ୍ଥିତି ହୋଇଥିଲା । ବେଙ୍ଗଲ ରେଡର ମନିନ୍ଦର ସିଂହଙ୍କୁ ଆଉଟ କରି ତେଲୁଗୁ ଡିଫେଣ୍ଡର କମାଲ କରିଥିଲେ । ମ୍ୟାଚର ହାଫ ଟାଇମ ବେଳକୁ ତେଲଗୁ ଟାଇଟାନ୍ସ13-11 ପଏଣ୍ଟରେ ଆଗୁଆ ରହିଥିଲା ।

ତେବେ ବେଙ୍ଗଲର ମହମ୍ମଦ ନବିବାକ୍ସ 8 ପଏଣ୍ଟ ହାସଲ କରି ଲଢେଇ ଜାରି ରଖିଥିଲେ । ତେବେ ଦ୍ବିତୀୟାର୍ଦ୍ଧରେ ବେଙ୍ଗଲକୁ ଅଲ ଆଉଟ କରି 5 ପଏଣ୍ଟ ଆଗୁଆ ହୋଇଥିଲା ଟାଇଟାନ୍ସ । ଅନ୍ୟପଟେ ଶେଷ ପର୍ଯ୍ୟନ୍ତ ବେଙ୍ଗଲ ଜବରଦସ୍ତ ପ୍ରଦର୍ଶନ କରି ମ୍ୟାଚକୁ ବରାବର କରିଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.