ETV Bharat / sports

'ଟୋକିଓ ପାରାଅଲମ୍ପିକ୍ସ ପାଇଁ କୌଣସି ସମସ୍ୟା ନାହିଁ' - ଅନ୍ତର୍ଜାତୀୟ ପାରାଅଲମ୍ପିକ୍ସ କମିଟି ଅଧ୍ୟକ୍ଷ ଆଣ୍ଡ୍ର୍ୟୁ ପାରସନ

"ଟୋକିଓ ପାରା ଅଲମ୍ପିକ୍ସ ଆୟୋଜନ ନେଇ କୌଣସି ଅସୁବିଧା ହେବନାହିଁ । ଅଲମ୍ପିକ୍ସ ଆୟୋଜନ ପାଇଁ ଟୋକିଓରେ କୌଣସି ସମସ୍ୟା ଦେଖା ଦେବ ନାହିଁ ।" କହିଛନ୍ତି ଅନ୍ତର୍ଜାତୀୟ ପାରାଅଲମ୍ପିକ୍ସ କମିଟି ଅଧ୍ୟକ୍ଷ ଆଣ୍ଡ୍ର୍ୟୁ ପାରସନ । ଅଧିକ ପଢ଼ନ୍ତୁ...

'ଟୋକିଓ ପାରାଅଲମ୍ପିକ୍ସ ପାଇଁ କୌଣସି ସମସ୍ୟା ନାହିଁ'

author img

By

Published : May 17, 2021, 7:55 PM IST

ବେଜିଂ: "ଟୋକିଓ ପାରା ଅଲମ୍ପିକ୍ସ ଆୟୋଜନ ନେଇ କୌଣସି ଅସୁବିଧା ହେବ ନାହିଁ । ଅଲମ୍ପିକ୍ସ ଆୟୋଜନ ପାଇଁ ଟୋକିଓରେ କୌଣସି ସମସ୍ୟା ଦେଖା ଦେବ ନାହିଁ ।" କହିଛନ୍ତି ଅନ୍ତର୍ଜାତୀୟ ପାରାଅଲମ୍ପିକ୍ସ କମିଟି ଅଧ୍ୟକ୍ଷ ଆଣ୍ଡ୍ର୍ୟୁ ପାରସନ । ଏହାସହ 2022ରେ ବେଜିଂ ଶୀତକାଳୀନ ପାରା ଅଲମ୍ପିକ୍ସ ୱିଣ୍ଟର ଗେମ୍ସ ଆୟୋଜନରେ ମଧ୍ୟ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି ।

ଏକ ସାକ୍ଷାତକାରରେ ଅନ୍ତର୍ଜାତୀୟ ପାରାଅଲମ୍ପିକ୍ସ କମିଟି ଅଧ୍ୟକ୍ଷ କହିଛନ୍ତି ଯେ, "'ଟୋକିଓ ପାରାଅଲମ୍ପିକ୍ସ ଆୟୋଜନ ପାଇଁ ଆଉ 100 ଦିନ ବାକି ରହିଲା । ମହାମାରୀ ସମୟରେ ଦିବ୍ୟାଙ୍ଗ କ୍ରୀଡ଼ୀବିତଙ୍କୁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡ଼ିଛି । ମହାମାରୀ ସମୟରେ ବି ଟୋକିଓ ପାଖରେ ପାରା ଅଲମ୍ପିକ୍ସ ଆୟୋଜନ ପାଇଁ ସମସ୍ତ କ୍ଷମତା ରହିଛି । ଏଥିପାଇଁ ଦୃଢ଼ୋକ୍ତିର ସହ ମୁଁ ପାରା ଅଲମ୍ପିକ୍ସ କ୍ରୀଡ଼ାବିତଙ୍କୁ ଆଶ୍ବାସନା ଦେଇ ପାରିବି ।"

ଅନ୍ତର୍ଜାତୀୟ ପାରାଅଲମ୍ପିକ୍ସ କମିଟି ଅଧ୍ୟକ୍ଷ ଆଣ୍ଡ୍ର୍ୟୁ ପାରସନଙ୍କ ମତରେ, ପାରା ଅଲମ୍ପିକ୍ସ ଏକମାତ୍ର ଇଭେଣ୍ଟ ଯାହା ପାରା ଆଥଲେଟଙ୍କ ପାଇଁ କୌଣସି ଏକ ପର୍ବରୁ କମ ନୁହେଁ । ଏଭଳି ସ୍ଥିତିରେ ପାରା ଆଥଲେଟଙ୍କୁ ଆମେ ଆଶ୍ବାସନା ଦେବା ସହ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ଦରକାର ।

ଅଗଷ୍ଟ 24 ତାରିଖରେ ଆରମ୍ଭ ହେବ ଟୋକିଓ ପାରା ଅଲମ୍ପିକ୍ସ । ସେପ୍ଟେମ୍ବର 5 ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବ । ଏହାକୁ ନେଇ ଜାପାନ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.