ହାଇଦ୍ରାବାଦ: ଶନିବାର କ୍ରୀଡ ଜଗତର ସମ୍ମାନଜନକ ଖେଳରତ୍ନ ଓ ଅର୍ଜୁନ ପୁରସ୍କାରର ତାଲିକା ଘୋଷଣା କରାଯାଇଛି । ଓଡିଶାର ସୁନାମଧନ୍ୟ ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ଙ୍କ ନାମ ଅର୍ଜୁନ ପରସ୍କାର ପାଇଁ ଘୋଷଣା ହୋଇଛି । ତେବେ ପ୍ରମୋଦଙ୍କୁ ଏହି ଉପଲବ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରମୋଦ ହେଉଛନ୍ତି ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଖେଳାଳି । ଚଳିତ ବର୍ଷ ମାର୍ଚ୍ଚ 15-17 ତାରିଖରେ ଆୟୋଜିତ ହୋଇଥିବା 3ୟ ଜାତୀୟ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପରେ ପ୍ରମୋଦ ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ହାତେଇଥିଲେ । ସେହିପରି ଇରିସ୍ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସେ ଡବଲ କ୍ରାଉନ ପିନ୍ଧିଥିଲେ ।