ଶ୍ରୀନଗର: ବିଶ୍ବତମାମ ପାଳନ ହେଉଛି ଅନ୍ତର୍ଜାତୀୟ ଅଲମ୍ପିକ ଦିବସ । ମହାମାରୀ କୋରୋନା ଭାଇରସ ସତ୍ତ୍ବେ, ଅଲମ୍ପିଆନ, ଆଥଲେଟ ଓ ପ୍ରଶଂସକ ସଭିଏଁ ଅନଲାଇନରେ 24 ଘଣ୍ଟିଆ ଡିଜିଟାଲ ଅଲମ୍ପିକ ଦିବସ ପାଳ ଉତ୍ସବରେ ସାମିଲ ହେଉଛନ୍ତି । 1948ରୁ ଅଲମ୍ପିକ ଦିବସ ଆରମ୍ଭ ହୋଇଥଲା ।
ଅଲମ୍ପିକ୍ସ ଗେମ୍ସରେ ଭାରତର ମଧ୍ୟ ଲମ୍ବା ଇତିହାସ ରହିଛି । ଦେଶର ବିଭିନ୍ନ ରାଜ୍ୟର ଆଥଲେଟରେ ବିଶ୍ବଦରଦାରରେ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । ଭାରତୀୟ ଅଲମ୍ପିକ୍ସ ଆସୋସିଏସନ ପକ୍ଷରୁ ମଧ୍ୟ ଅନ୍ତର୍ଜାତୀୟ ଅଲମ୍ପିକ୍ସ ଦିବସ ପାଳନ କରାଯାଉଛି ।
ତେବେ ନିକଟରେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିବା ଜାମ୍ମୁ-କାଶ୍ମୀରର ଆଥଲେଟ, ଅନନ୍ୟ ପ୍ରତିଭାର ଅଧିକାରୀ ହୋଇଥିଲେ ମଧ୍ୟ ନିଜର ଦକ୍ଷତା ବଡ ମଞ୍ଚରେ ପ୍ରଦର୍ଶନ କରିପାରିନାହାନ୍ତି । ତେବେ ସର୍ବଦା ଆଶା ବଳବତ୍ତର ରହିଛି । କିନ୍ତୁ ସର୍ବତ୍ର ସବୁଥିରେ ବ୍ୟତିକ୍ରମ ଦେଖିବାକୁ ମିଳେ । ବର୍ଷ 1998ରେ ଗୁଲ୍ ମୁସ୍ତାଫା ଦେବ କାନାଡାର କାଲଗେରୀରେ ହୋଇଥିବା ଶୀତକାଳୀନ ଅଲମ୍ପିକରେ ଭାଗ ନେଇ ପରିବାର ତଥା ସମଗ୍ର କାଶ୍ମୀର ପାଇଁ ଗୌରବ ଆଣିଥିଲେ ।
ରାଜଧାନୀ ଶ୍ରୀନଗରରେ ଗୁଲ ମୁସ୍ତାଫା ଦେବଙ୍କ ଘର । ସେ ଜାମ୍ମୁ-କାଶ୍ମୀରର ପ୍ରଥମ ଅଲମ୍ପିକ ଆଥଲେଟ । ତେବେ ଅଲମ୍ପିକ ଦିବସ ଅବସରରେ ଗୁଲ୍ ଇଟିଭ ଭାରତକୁ ଦେଇଛନ୍ତି ସ୍ବତନ୍ତ୍ର ସାକ୍ଷାତକାର । ଏଥିରେ ତାଙ୍କର ଅଲମ୍ପିକ ଯାତ୍ରା, କାଶ୍ମୀରର କ୍ରୀଡାବିତମାନେ ସାମ୍ନାକରୁଥିବା ଚ୍ୟାଲେଞ୍ଜ ସବୁକୁ ବେଶ ବିସ୍ତାରରେ ବଖାଣିଛନ୍ତି ।
ଜାତୀୟ ସ୍କିଲିଂ ପ୍ରତିଯୋଗିତା 1986ରେ ସେ 'ଜିଆଣ୍ଟ ସ୍ଳାଲମ'ରେ ଗୋଲ୍ଡ ମେଡାଲ, 'ସ୍ଳାଲମ'ରେ ବ୍ରୋଞ୍ଜ ମେଡାଲ, 'ଡାଉନହିଲ ସ୍କି ଷ୍ଟାଇଲ' ବିଜେତା ହୁଅନ୍ତି । ଏହି ଇଭେଣ୍ଟରେ ଚିତାକର୍ଷକ ପ୍ରଦର୍ଶନ ପରେ, ୱିଣ୍ଟର ଗେମ ଫେଡେରେସନ ଅଫ ଫେଡେରେସନ(WGFI) ତାଙ୍କୁ ଭାରତୀୟ ଟିମରେ ଚୟନ କରନ୍ତି । ଏହାପରେ ଜାପାନର ସାପୋରୋରେ ସେହିବର୍ଷ ମାର୍ଚ୍ଚ 01-08 ପର୍ଯ୍ୟନ୍ତ ଖେଳାଯାଇଥିବା, ଶୀତକାଳୀନ ଏସିଆନ ଗେମ୍ସର ପ୍ରଥମ ସଂସ୍କରଣରେ ଖେଳିବାର ସୁଯୋଗ ମିଳେ ।
ଯେପରି ବହୁଦିନର ସ୍ବପ୍ନ ପୂରଣ ହେବାପରି ଲାଗିଥିଲା । ଏହି ଇଭେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବାର ଅନୁଭୁତି ନିଆରା ଥିଲା ବୋଲି ଇଟିଭି ଭାରତକୁ କହିଛନ୍ତି ଗୁଲ୍ । ଏହାପରେ 1988ରେ କାନାଡାରେ ହେବାକୁ ଥିବା 15ତମ ଶୀତକାଳୀନ ଅଲମ୍ପିକ ଗେମ ପାଇଁ ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ଓ WGFI ପକ୍ଷରୁ ଟ୍ରାଏଲ ଆରମ୍ଭ ହେଲା । "ପ୍ରଥମ ସ୍ଥାନ ଅଧିକାର କରିବା ସହ ଅଲମ୍ପିକ ଗେମ୍ସ ପାଇଁ ଚୟନ ହୋଇଥିଲି" ବୋଲି ଗୁଲ୍ କହିଛନ୍ତି ।
ଏହା ଭାରତର ପ୍ରଥମ ଅଲମ୍ପିକ ଅଂଶଗ୍ରହଣ ଥିଲା । ଏହି ଟିମର ସଦସ୍ୟ ହେବା ବାସ୍ତବିକ ଗର୍ବର ବିଷୟ ଥିଲା । "ଆଜି ବି ସେ ଦିନ ସ୍ମରଣୀୟ ହୋଇ ରହିଛି । ଇଭେଣ୍ଟରେ 68ତମ ସ୍ଥାନରେ ରହିଥିଲି" ବୋଲି ଗୁଲ୍ କହିଛନ୍ତି ।
ବର୍ଷ 2008ରେ ଭାରତୀୟ ଅଲମ୍ପିକ ଆସୋସିଏସନ ଓ ୱିଣ୍ଟର ଗେମ୍ସ ଫେଡେରେସନ ଅଫ ଇଣ୍ଡିଆ, ଅନେକ ଗୁଲ ମୁସ୍ତାଫା ଦେବଙ୍କୁ ଡେରାଡୁନରୁ ଦିଲ୍ଲି, ସିମଲା ଓ ଜାମ୍ମୁରୁ ଗୁଲମାର୍ଗ ଚୟନ କରିଥିଲା ।
ରାଜ୍ୟର ପ୍ରଥମ ଓ ଏକମାତ୍ର ଅଲମ୍ପିଆନ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ 2011ରେ ଗୁଲ୍ଙ୍କୁ ସେର୍-ଏ-କାଶ୍ମୀର ସମ୍ମାନରେ ସମ୍ମାନିତ କରାଯାଇଛି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ନୱାଙ୍ଗ ରିଗଜିନ ଜୋରାଙ୍କ ଟାରୁ 'ଅଲମ୍ପିଆନ ଆୱାର୍ଡ' ଗ୍ରହଣ କରିଛନ୍ତି । ଏଥିସହିତ କ୍ରୀଡାପ୍ରତି ଅନନ୍ୟ ଅବଦାନ ପାଇଁ ରାଜ୍ୟପାଳ ଏନଏନ ବୋହରାଙ୍କ ଠାରୁ ମଧ୍ୟ ସମ୍ମାନିତ ହୋଇଛନ୍ତି ।
କ୍ରୀଡା ଓ ଯୁବ ବ୍ୟାପାର ବିଭାଗରେ ସ୍କିଇଂ ପରିଚାଳକ ଭାବେ ପ୍ରଥମେ ଚାକିରୀ ମଧ୍ୟ ମିଳିଥିଲା । ବର୍ତ୍ତମାନ ମୁଖ୍ୟ ସ୍କିଇଂ ପରିଚାଳକ ରହିଛନ୍ତି । ଚାଇନାରେ ହୋଇଥିବା 14ତମ ଏସିଆନ ଗେମ୍ସ ପାଇଁ ଭାରତୀୟ ସ୍କିଇଂ ଟିମର କୋଚ ମଧ୍ୟ ରହିଛନ୍ତି । "ସ୍ବିସ ଓ ଫ୍ରେଞ୍ଚ ସ୍କିଇଂ ଫେଡେରେସନ ପକ୍ଷରୁ କୋଚ ପଦର ଅଫର ମିଳିଛି । ମାତ୍ର ଏହାକୁ ଗ୍ରହଣ କରିନାହିଁ "ବୋଲି ଗୁଲ କୁହନ୍ତି । ରାଜ୍ୟରେ ଅନେକ ଲୁକାୟିତ ପ୍ରତିଭା ରହିଛନ୍ତି । ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରି ଦକ୍ଷ କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି ।
57 ବର୍ଷୀୟ ଗୁଲ୍ ମୁସ୍ତାଫା ଦେବ କିମ୍ବଦନ୍ତୀ ଗୋଲକିପର କାଶ୍ମୀର ହବିବୁଲ୍ଲା ଦେବଙ୍କ ପୁତ୍ର ଅଟନ୍ତି। ସେ ନିଜେ କେବଳ ସ୍କିଇଂରେ ଦକ୍ଷତା ଅର୍ଜନ କରିନାହାନ୍ତି ବରଂ, ବର୍ଷ 1993ରୁ 12,000ରୁ ଅଧିକ ବାଳକ ଓ ବାଳିକାଙ୍କୁ ପ୍ରଶିକ୍ଷଣ ଦେଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ସ୍ତରରେ ଜାମ୍ମୁ-କାଶ୍ମୀର, ଜାତୀୟ ସ୍ତରରେ ଭାରତୀୟ ଦଳରେ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ