ETV Bharat / sports

୬୦ ଦଶକର ଅଲମ୍ପିଆନ୍‌ଙ୍କ ବିୟୋଗ, ଭାରତୀୟ କ୍ରୀଡ଼ା ଜଗତକୁ କରିଥିଲେ ଗୌରବାନ୍ୱିତ - ୬୦ ଦଶକର ଅଲମ୍ପିଆନ୍‌ଙ୍କ ବିୟୋଗ

ଭାରତର ପୂର୍ବତନ ଅଲମ୍ପିଆନ୍‌ କେନେଥ ପାୱେଲ ଆଜି(ରବିବାର) ବେଙ୍ଗାଲୁରୁରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ

୬୦ ଦଶକର ଷ୍ଟାର ଆଥଲେଟିକଙ୍କ ବିୟୋଗ, ଅଲମ୍ପିକରେ ରହିଥିଲା ବିଶେଷ ଯୋଗଦାନ

author img

By

Published : Dec 11, 2022, 8:17 PM IST

ହାଇଦ୍ରାବାଦ: ଭାରତର ପୂର୍ବତନ ଅଲମ୍ପିଆନ୍‌ ତଥା ୧୯୭୦ ଏସିଆନ ଗେମ୍ସରେ 4 X 100 ମିଟର ରିଲେ ଦୌଡ ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରିଥିଲେ କେନେଥ ପାୱେଲ। ଆଜି ତାଙ୍କ ଦେହାନ୍ତ ହୋଇଛି । ରବିବାର ବେଙ୍ଗାଲୁରୁରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ଭାରତୀୟ ଆଥଲେଟିକ୍ ମହାସଙ୍ଘ (AFI) ସୂଚନା ଦେଇ ଶୋକ ପ୍ରକାଶ କରିଛି ।

ଅଲମ୍ପିଆନ କେନେଥ ପାୱେଲ ୬୦ ଦଶକରେ ଦେଶର ଜଣେ ପ୍ରମୁଖ ଧାବକ ଭାବରେ ବେଶ୍ ଜଣାଶୁଣା ଥିଲେ । ବର୍ଷ ୧୯୬୨ରେ ଏସିଆନ ଗେମ୍ସରେ ଖେଳିବାକୁ ତାଙ୍କୁ ସୁଯୋଗ ମିଳିନଥିଲା । ଏହା ତାଙ୍କୁ ମାନସିକ ଆଘାତ ଦେଇଥିଲା । ପରେ ବର୍ଷ ୧୯୬୪ରେ ଟୋକିଓ ଅଲମ୍ପିକରେ 4 X 100 ମିଟର ରିଲେ ଦୌଡରେ ଭାରତୀୟ ଟିମ୍‌କୁ ସେମିଫାଇନାଲରେ ପହଁଞ୍ଚାଇବା ପାଇଁ ପାୱେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ସେହିପରି ବର୍ଷ ୧୯୬୬ ମସିହାରେ ଖେଳାଯାଇଥିବା ବ୍ୟାଙ୍ଗ୍‌କକ୍‌ ଏସିଆନ୍ ଗେମ୍ସରେ ମଧ୍ୟ ଭାଗ ନେଇ ପାରିନଥିଲେ । ପରବର୍ତ୍ତୀ ସମୟରେ ବର୍ଷ ୧୯୭୦ରେ ଖେଳାଯାଇଥିବା ବ୍ୟାଙ୍ଗ୍‌କକ୍‌ ଏସିଆନ୍ ଗେମ୍ସରେ 4 X 100 ମିଟର ରିଲେ ଦୌଡରେ ଭାରତକୁ ବ୍ରୋଞ୍ଜ ପଦକ ଦେବାରେ ପାୱେଲଙ୍କ ବିଶେଷ ଯୋଗ ଦାନ ରହିଥିଲା ।

କେନେଥ ପାୱେଲଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା । ତାଙ୍କର ବିୟୋଗ ହେବା ନେଇ ଭାରତୀୟ ଆଥଲେଟିକ୍ ମହାସଙ୍ଘ ଶୋକ ପ୍ରକାଶ କରିଛି । AFIର ଅଧ୍ୟକ୍ଷ ଆଦିଲ ସୁମାରିୱାଲା କହିଛନ୍ତି ଯେ କେନେଥ ପାୱେଲ ଦେହାନ୍ତ ହେବା ପରେ ଦେଶ ଜଣେ ଭଦ୍ର ବ୍ୟକ୍ତିଙ୍କୁ ହରାଇଛି । ତାଙ୍କ ଭଳି ଜଣେ ଆଥଲେଟଙ୍କ କାରଣରୁ ୬୦ ଦଶକରେ ଭାରତୀୟ ଆଥଲେଟିକ୍ସ ଅଣ୍ଟା ସଳଖି ଛିଡା ହୋଇପାରିଥିଲା ।"

ଏପ୍ରିଲ ୨୦ ତାରିଖ ୧୯୪୦ ମସିହାରେ କର୍ଣ୍ଣାଟକରେ ତାଙ୍କର ଜନ୍ମ ହୋଇଥିଲା । ସେ ୧୯୫୭ ମସିହାରେ ରାଷ୍ଟ୍ରୀୟ ସ୍କୁଲ ଖେଳରେ ପ୍ରଥମ ପଦକ ଜିତି ଥିଲେ । ସେ ଜାତୀୟ ଓପନ ଚମ୍ପିଆନସିପ ଏବଂ ଜାତୀୟ ଇଣ୍ଟର ଷ୍ଟେଟ ଚମ୍ପିଆନସିପ ଦୌଡ ପ୍ରତିଯୋଗିତାରେ ୧୯ ଟି ପଦକ ଜିତିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.