ETV Bharat / sports

ଅଲମ୍ପିକ୍ସରେ ୮୦୦ ମିଟର ରେସ ଟ୍ରାକରେ ଦୌଡ଼ି ଜିତିଲେ ୫ ମାସର ଗର୍ଭବତୀ - ଅଲମ୍ପିଆନ ଆଲସିଆ ମୋଣ୍ଟାନୋ

ଗର୍ଭଧାରଣ କରି ରେସ୍ ଟ୍ରାକ୍ ପାର କରିବା ସହ ରେକର୍ଡ କଲେ ଗର୍ଭବତୀ । ପୂର୍ବରୁ ମଧ୍ୟ ସେ ଏଭଳି କାରନାମା କରି ଚର୍ଚ୍ଚାରେ ରହିଥିଲେ । ଅଧିକ ପଢ଼ନ୍ତୁ...

୮୦୦ ମିଟର ରେସ ଟ୍ରାକରେ ଦୌଡ଼ି ରେକର୍ଡ କଲେ ୫ ମାସର ଗର୍ଭବତୀ

author img

By

Published : Aug 9, 2021, 5:30 PM IST

ନ୍ୟୁୟର୍କ: ସାଧାରଣତଃ ଗର୍ଭବତୀମାନଙ୍କୁ କୌଣସି ଭାରି କାର୍ଯ୍ୟ କିମ୍ବା ଧାଁ ଧପଡ଼ କରିବାକୁ ମନା ହୋଇଥାଏ । କିନ୍ତୁ ଏସବୁକୁ ବାରମ୍ବାର ଭୁଲ ପ୍ରମାଣିତ କରୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଅଲମ୍ପିଆନ । ଏହି ଅଲମ୍ପିକ୍ ଧାବିକାଙ୍କ ନାମ ହେଉଛି ଆଲସିଆ ମୋଣ୍ଟାନୋ । ଗତ ସପ୍ତାହରେ ସାକ୍ରାମେଣ୍ଟୋରେ ସେ ଟ୍ରାକ ଓ ଫିଲ୍ଡ ଆଉଟ ଡୋର୍ ଚମ୍ପିଆନସିପରେ ଭାଗ ନେଇଥିଲେ । ସେ ୮୦୦ ମିଟର ଟ୍ରାକରେ ଦୌଡ଼ି ନିଜର ହିଁ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।

ଗତ ୨୦୧୪ ମସିହାରେ ମଧ୍ୟ ସେ ଏହି ଇଭେଣ୍ଟରେ ଭାଗ ନେଇ ସଭିଙ୍କୁ ଚକିତ କରିଥିଲେ । କାରଣ ସେହି ସମୟରେ ସେ ୮ ମାସର ଗର୍ଭବତୀ ଥିଲେ । ଚଳିତ ବର୍ଷ ସେ ୫ ମାସର ଗର୍ଭବତୀ ହୋଇ ମଧ୍ୟ ଏହି ଇଭେଣ୍ଟ ଭାଗ ନେବା ସହ ନିଜ ରେକର୍ଡକୁ ଭାଙ୍ଗିଛନ୍ତି । ଗତଥର ଅପେକ୍ଷା ସେ ଚଳିତ ଥର ୧୦ ସେକେଣ୍ଡ ଆଗୁଆ ଫିନିସ ଲାଇନ ପାର କରିଥିବା ସୂଚନା ମିଳିଛି ।

କେବଳ ସେ ନୁହଁନ୍ତି ଟେନିସ ତାରକା ସେରେନା ୱିଲିୟମ୍ସ ମଧ୍ୟ ଗର୍ଭବତୀ ଅବସ୍ଥାରେ ଅଷ୍ଟ୍ରିଲିଆ ଓପନ ଖେଳିବା ସହ ଟାଇଟଲ ହାସଲ କରି ଏକ ନୂଆ ରେକର୍ଡ କାୟମ କରିଥିଲେ । ତେବେ ଆଲସିଆ ମୋଣ୍ଟାନା ଏକ ଚଳଚିତ୍ରରୁ ପ୍ରେରଣା ପାଇ ଏଭଳି ପଦକ୍ଷେପ ନେବାକୁ ସାହସ କରିଥିଲେ । ଗାଲ୍ ଗାଦୋତଙ୍କ ହାପ୍ ୱାଣ୍ଡର ୱମେନ୍ ନାମକ ଏକ ଫିଲ୍ମରେ କିଭଳି ଜଣେ ସୁପର ୱମେନ ମାଆ ହୋଇ ମଧ୍ୟ ପୃଥିବୀକୁ ରାକ୍ଷସଙ୍କ କବଳରୁ ରକ୍ଷା କରୁଛନ୍ତି ତାହା ଦର୍ଶାଯାଇଥିଲା । ଏହି ଫିଲ୍ମରୁ ହିଁ ପ୍ରେରଣା ପାଇଥିଲେ ଆଲସିଆ ମୋଣ୍ଟାନ ।

ଏହି ରେସ୍ ଇଭେଣ୍ଟ ପୂର୍ବରୁ ସେ ଗର୍ଭବତୀ ଥିବା କଥା କେହି ଜାଣିନଥିଲେ । ଜଣେ ସମ୍ପର୍କୀୟ ତାଙ୍କୁ ପ୍ରେରଣା ଦେବାକୁ ଯାଇ କହିଥିଲେ ଯେ, "ଗତଥର ତୁମେ ଗର୍ଭବତୀ ଥିଲ ତୁମ ଟାଇମ ବଢ଼ି ଯାଇଥିଲା । ଏଥର ତାହା ଯେଭଳି କମରୁ କମ ହେବ ସେଥିପ୍ରତି ଧ୍ୟାନ ଦେବ ।" ଏହାର ଉତ୍ତର ଦେଇ ଆଲସିଆ ମୋଣ୍ଟାନା କହିଥିଲେ ଯେ, "ମୁଁ ଗତଥର ବି ଗର୍ଭବତୀ ଥିଲି, ଏବେ ବି ଗର୍ଭବତୀ ଅଛି । ମୁଁ ଭଲ ପ୍ରଦର୍ଶନ ପାଇଁ ଚେଷ୍ଟା କରିବି ।" ଏହା ଶୁଣି ଆଲସିଆ ମୋଣ୍ଟାନାଙ୍କ କଥା ଶୁଣି ତାଙ୍କ ସମ୍ପର୍କୀୟ ଆଚମ୍ବିତ ହୋଇ ଯାଇଥିଲେ । ଗର୍ଭଧାରଣ ସମୟରେ କେବଳ ବସି ନରହିବାକୁ ସେ କହିଛନ୍ତି । ତେବ ନିଜର ରେକର୍ଡକୁ ନେଇ ଖୁସି ଜାହିର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.