ETV Bharat / sports

ଧାବିକା ଜୟନ୍ତୀ ବେହେରାଙ୍କ ଐତିହାସିକ ପ୍ରଦର୍ଶନ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା - ଓଡିଆ ଧାବିକା ଜୟନ୍ତୀ ବେହେରା

19ତମ ନ୍ୟାସନାଲ ପାରା ଆଥଲେଟିକ୍ସ ଚମ୍ପିଆନସିପର ଟି-47 ବର୍ଗରେ 100 ମିଟର, 200 ମିଟର ଓ 400 ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ରେକର୍ଡ କଲେ ଅନ୍ତର୍ଜାତୀୟ ଓଡିଆ ଧାବିକା ଜୟନ୍ତୀ ବେହେରା । ଅଧିକ ପଢନ୍ତୁ...

Odisha's international sprinter Jayanti Behera bagged golden treble in Para Athletics Nationals
ଓଡିଆ ଧାବିକା ଜୟନ୍ତୀ ବେହେରା ଐତିହାସିକ ପ୍ରଦର୍ଶନ, ଜିତିଲେ ହାଟ୍ରିକ ସ୍ବର୍ଣ୍ଣ
author img

By

Published : Mar 26, 2021, 8:34 PM IST

Updated : Mar 26, 2021, 10:11 PM IST

ଭୁବନେଶ୍ବର: ଅନ୍ତର୍ଜାତୀୟ ଓଡିଆ ଧାବିକା ଜୟନ୍ତୀ ବେହେରାଙ୍କ ଅବିଶ୍ବସନୀୟ ଐତିହାସିକ ପ୍ରଦର୍ଶନ । ବେଙ୍ଗାଲୁରୁରେ ଚାଲିଥିବା 19ତମ ନ୍ୟାସନାଲ ପାରା ଆଥଲେଟିକ୍ସ ଚମ୍ପିଆନସିପର ଟି-47 ବର୍ଗରେ ସ୍ବର୍ଣ୍ଣରେ ଚମକିଲେ ଜୟନ୍ତୀ । 100 ମିଟର, 200 ମିଟର ଓ 400 ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବା ସହ ରେକର୍ଡ କରିଛନ୍ତି ।

  • #Odisha's enigmatic sprinter Jayanti Behera clinched a golden treble, winning the 100m, 200m & 400m events in women's T-47 category at the 19th National Para Athletics Championship in Bengaluru.

    She bagged golden treble in Para Athletics Nationals for the 5th time in a row ! 🙌 pic.twitter.com/H0wj82du9S

    — Odisha Sports (@sports_odisha) March 26, 2021 " class="align-text-top noRightClick twitterSection" data=" ">

ଏହି କରିସ୍ମା ପ୍ରଥମ ଥର ନୁହେଁ ବରଂ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଜାତୀୟ ପାରା ଆଥଲେଟିକ୍ସରେ ସମସ୍ତ ତିନୋଟି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଜୟନ୍ତୀ । ସ୍ଥିର ପ୍ରଦର୍ଶନ ସହ ଜାତୀୟ ସ୍ତରରେ ରାଜ୍ୟକୁ କ୍ରମାଗତ ଗୌରବାନ୍ନିତ କରିଆସୁଛନ୍ତି ।

ପୂର୍ବରୁ 400 ମିଟର ଦୌଡକୁ 59.43 ସେକେଣ୍ଡରେ ସଫଳତାର ସହ ଶେଷ କରି ସ୍ବର୍ଣ୍ଣ ହାତେଇଥିଲେ । ଏହାପରେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଏହି ନିଆରା ପ୍ରଭାବୀ ପ୍ରଦର୍ଶନ ପାଇଁ ଜୟନ୍ତୀଙ୍କୁ ଶୁଭେଚ୍ଛା ଜଣାଯାଇଛି ।

  • Congratulate #Odisha sprinter Jayanti Behera on winning the 400m gold medal in T-47 category of the 19th National Para-Athletics Championship in Bengaluru. Wish her the best for future. https://t.co/9Z3Q3rKXpt

    — Naveen Patnaik (@Naveen_Odisha) March 26, 2021 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ବର୍ଣ୍ଣିଂ ପ୍ରଦର୍ଶନ ପାଇଁ ଟ୍ବିଟ ଯୋଗେଁ ଜୟନ୍ତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 26, 2021, 10:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.