ETV Bharat / sports

National Weightlifting Championship: ଓଡ଼ିଶାକୁ ୨ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ

author img

By

Published : Mar 24, 2022, 10:38 PM IST

ଜାତୀୟ ଭାରୋତ୍ତଳନ ଚମ୍ପିୟାନସିପରେ ଆଜି ଓଡ଼ିଶାକୁ ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ମିଳିଛି । କିଟ୍ ବିଶ୍ୱବିଦ୍ୟାଳୟର ଏହି ଚମ୍ପିଆନସିପ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

National Weightlifting Championship: ଓଡ଼ିଶାକୁ ଦୁଇ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ

ଭୁବନେଶ୍ବର: ଜାତୀୟ ଭାରୋତ୍ତଳନ ଚମ୍ପିଆନସିପରେ ଆଜି ଓଡ଼ିଶାକୁ ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ମିଳିଛି । କିଟ୍ ବିଶ୍ୱବିଦ୍ୟାଳୟର ଏହି ଚମ୍ପିଆନସିପ ଆରମ୍ଭ ହୋଇଛି । ଏଥିରେ 73କେଜି କାଟାଗୋରୀର ପୁରୁଷ ବର୍ଗରେ ଓଡ଼ିଶାର କୁଲଦୀପ ସାହୁ ସ୍ନାଚ୍‌ରେ 119 କେଜି ଏବଂ କ୍ଲିନ ଆଣ୍ଡ ଜର୍କରେ 146 କେଜି ଭାରୋତ୍ତଳନ କରିଥିଲେ । ମୋଟ 265 କେଜି ଭାରୋତ୍ତଳନ କରି ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ବର୍ଗରେ ଆନ୍ଧ୍ରପ୍ରଦେଶର ବି.ଭେଙ୍କଟ କ୍ରିଷ୍ଣା ମୋଟ 263 କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ଦିଲ୍ଲୀର ଶିବ ଚୌଧୁରୀ ମୋଟ 252 କେଜି ଉତ୍ତୋଳନ କରି କାଂସ୍ୟ ପଦକ ହାସଲ କରିଛନ୍ତି ।

ସେହିପରି 73 କେଜି କାଟାଗୋରୀର ଆନ୍ତଃରାଜ୍ୟ ସିନିୟର ପୁରୁଷ ବର୍ଗରେ ମିହିର କାନ୍ତ ସେଠୀ ସ୍ନାଚରେ 127 କେଜି ଏବଂ କ୍ଲିନ ଆଣ୍ଡ ଜର୍କରେ 163 କେଜି ଭାରୋତ୍ତଳନ କରିଥିଲେ । ସେ ମୋଟ 290 କେଜି ଭାରୋତ୍ତଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ବର୍ଗରେ ଚଣ୍ଡିଗଡର ଗଙ୍ଗା ସିଂହ ମୋଟ 288 କେଜି ଭାରୋତ୍ତଳନ କରି ରୌପ୍ୟ ପଦକ ଏବଂ କେରଳର ବି. ଦେବପ୍ରୀଧନ ମୋଟ 287କେଜି ଉତ୍ତୋଳନ କରି କାଂସ୍ୟ ପଦକ ହାସଲ କରିଛନ୍ତି ।

ପୁରୁଷ ବର୍ଗ 73 କେଜି କାଟାଗୋରୀ ଜୁନିଅର ବର୍ଗରେ କର୍ଣ୍ଣାଟକର ପ୍ରଜ୍ବଳ ମୋଟ 277କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ରାଜସ୍ଥାନର ନୈତିକ ଜାଙ୍ଗିଦ ମୋଟ 271 କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ଆନ୍ଧ୍ରପ୍ରଦେଶର ଜେ. କୋଟେଶ୍ୱର ରାଓ 271 କେଜି ଉତ୍ତୋଳନ କରି କାଂସ୍ୟ ପଦକ ହାସଲ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.