ଭୁବନେଶ୍ବର: ଓଡିଆ ଦୌଡରାଣୀ ଦୂତୀ ଚାନ୍ଦ ରଚିଲେ ନୂଆ ଇତିହାସ । ରାଞ୍ଚିଠାରେ ହେଉଥିବା 59ତମ ଜାତୀୟ ଆଥଲେଟିକ ଓପନ ଚମ୍ପିଆନସିପରେ ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି ଦୂତୀ ।
100 ମିଟର ଦୌଡ ଇଭେଣ୍ଟରେ 11.22 ସେକେଣ୍ଡରେ ପହଞ୍ଚିଛନ୍ତି ଦୂତୀ । ଫଳରେ 17 ବର୍ଷ ତଳର ଜାତୀୟ ରେକର୍ଡ ଭଙ୍ଗ ହୋଇଛି । 2002ରେ ସରସ୍ବତୀ ଶାହା ଜାତୀୟ ଆଥଲେଟିକ ମିଟରେ 11.43 ସେକେଣ୍ଡରେ ପହଞ୍ଚି ରେକର୍ଡ କରିଥିଲେ । ଦୂତୀ ନିଜର ଦୋହା ଆଥଲେଟିକ ଚମ୍ପିଆନସିପରେ 11.26 ସେକେଣ୍ଡର ପୂର୍ବ ରେକର୍ଡକୁ ମଧ୍ୟ ଅତିକ୍ରମ କରିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ