ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ବିଂଶତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ ୨୦୨୨ରେ ଜଲୱା ଦେଖାଇଲେ ଓଡିଶାର ଷ୍ଟାର ଧାବିକା ଜୟନ୍ତୀ ବେହେରା । ଏହି ସମ୍ମାନଜନକ ପ୍ରତିଯୋଗିତାରେ ରାଜ୍ୟପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟିଦେଇଛନ୍ତି ପାରା ଦୌଡରାଣୀ ଜୟନ୍ତୀ । ଜୟନ୍ତୀ ମଙ୍ଗଳବାର ମହିଳା T-47 ୧୦୦ ମିଟର ଇଭେଣ୍ଟରେ ୧୨.୯୨ ସେକେଣ୍ଡରେ ଦୌଡ ଶେଷ କରିବା ସହ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ।
-
After winning the 100m gold today, International para-athlete from #Odisha, @JayantiBehera15 aims to win a triple gold till the 20th National Para Athletics Championship 2022 concludes in #Bhubaneswar.#ParaNationals2022 @ParalympicIndia @paralympic_od @IndianOilcl pic.twitter.com/AvFHDg6J1M
— Odisha Sports (@sports_odisha) March 29, 2022 " class="align-text-top noRightClick twitterSection" data="
">After winning the 100m gold today, International para-athlete from #Odisha, @JayantiBehera15 aims to win a triple gold till the 20th National Para Athletics Championship 2022 concludes in #Bhubaneswar.#ParaNationals2022 @ParalympicIndia @paralympic_od @IndianOilcl pic.twitter.com/AvFHDg6J1M
— Odisha Sports (@sports_odisha) March 29, 2022After winning the 100m gold today, International para-athlete from #Odisha, @JayantiBehera15 aims to win a triple gold till the 20th National Para Athletics Championship 2022 concludes in #Bhubaneswar.#ParaNationals2022 @ParalympicIndia @paralympic_od @IndianOilcl pic.twitter.com/AvFHDg6J1M
— Odisha Sports (@sports_odisha) March 29, 2022
ଜୟନ୍ତୀ ୨୦୦ ମିଟର ଓ ୪୦୦ ମିଟରରେ ଦୌଡ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିସହ ଅନେକ ସ୍ଥାନରେ ସେ ପ୍ରତିଯୋଗିତାରେ ଭାଗ ନେଇ ବିଜେତା ହୋଇଥିଲେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଓଡିଶା ସରକାର ଆୟୋଜନ କରିଥିବା ପ୍ରତିଯୋଗିତା ନିଆରା ବୋଲି କହିଛନ୍ତି ଓ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ସେହିପରି ରଶ୍ମୀ ରଞ୍ଜନ ମଲ୍ଲିକ ଆୟୋଜକ ଓଡିଶା ପାଇଁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ୧୦୦ମିଟର T-44 ଇଭେଣ୍ଟରେ ୧୨.୬୪ ସେକେଣ୍ଡରେ ପହଞ୍ଚି ସ୍ବର୍ଣ୍ଣ ବିଜେତା ହୋଇଛନ୍ତି । ଘରୋଇ ମାଟିରେ ଏହି ସଫଳତା ପରେ ଜୟନ୍ତୀ ଓ ରଶ୍ମୀରଞ୍ଜନଙ୍କୁ ରାଜ୍ୟ କ୍ରୀଡା ବିଭାଗ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛି ।
ଏହାମଧ୍ୟ ପଢନ୍ତୁ: କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟନସିପ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ