ETV Bharat / sports

FIFA World Cup: ମରକ୍କୋକୁ ହରାଇ ଫାଇନାଲରେ ଫ୍ରାନ୍ସ, ଆର୍ଜେଣ୍ଟିନା ସହ ଟ୍ରଫି ଟକ୍କର - ଫ୍ରାନ୍ସ ବନାମ ମରକ୍କୋ

ଚଳିତ ଫିଫା ବିଶ୍ବକପର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି । ଫାଇନାଲ ଲାଇନ ଅଫ୍ ଚୂଡାନ୍ତ ହୋଇଛି । ଡିସେମ୍ବର 18 ତାରିଖରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ଦ୍ବିତୀୟ ସେମି ଫାଇନାଲ ମୁକାବିଲାରେ ମରକ୍କୋକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ପୂର୍ବରୁ ପ୍ରଥମ ସେମି ମୁକାବିଲାରେ କ୍ରୋଏସିଆକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା ଆର୍ଜେଣ୍ଟିନା । ଅଧିକ ପଢନ୍ତୁ

FIFA World Cup
ମରକ୍କୋକୁ ହରାଇ ଫାଇନାଲରେ ଫ୍ରାନ୍ସ
author img

By

Published : Dec 15, 2022, 7:29 AM IST

ଦୋହା: କତାରରେ ଚାଲିଥିବା ଫିଫା ବିଶ୍ବକପ ଫାଇନାଲ ମୁକାବିଲା ପାଇଁ ଲାଇନ ଅଫ୍ ଚୂଡାନ୍ତ ହୋଇସାରିଛି । ଡିସେମ୍ବର 18 ତାରିଖରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଟ୍ରଫି ଟକ୍କର ହେବ । ବୁଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଦ୍ବିତୀୟ ସେମି ଫାଇନାଲରେ ଜବରଦସ୍ତ ବିଜୟ ହାସଲ କରିଛି ଫ୍ରାନ୍ସ । ମରକ୍କୋକୁ 2-0 ଗୋଲରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି ଫ୍ରାନ୍ସ । ଫିଫା ବିଶ୍ବକପ ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । 1998ରେ ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ଚାମ୍ପିଅନ ହୋଇଥିଲା । ଫାଇନାଲରେ ଦୁଇଥର ଚାମ୍ପିଅନ ଆର୍ଜେଣ୍ଟିନାକୁ ଭେଟିବ ଫ୍ରାନ୍ସ ।

ଡିଫେଣ୍ଡିଂ ଚମ୍ପିଅନ ଫ୍ରାନ୍ସ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲା । ମ୍ୟାଚ ଆରମ୍ଭର ପଞ୍ଚମ ମିନିଟରେ ଗୋଲ ଖାତା ଖୋଲିଥିଲା ଫ୍ରାନ୍ସ । ରାଫେଲ ଭରାନେଙ୍କଠୁ ଏକ ପାସ ପାଇ ଆଣ୍ଟୋନି ଗ୍ରୀଜମାନ ସାଥୀ ଖେଳାଳି କିଲିଆନ ଏମବାପେଙ୍କ ନିକଟକୁ ବଲ ପଠାଇଥିଲେ । ଏମବାପେ ଗୋଲ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ । ବଲ ଆଉଟ ଲାଇନ ଆଡକୁ ଯିବା ସମୟରେ ଡିଫେଣ୍ଡର ଥିଓ ହର୍ଣ୍ଣାଣ୍ଡେଜ ଗୋଲ କରିଥିଲେ । ମରକ୍କୋ ଗୋଲ ପରିଶୋଧ କରିବାକୁ ଜୋରଦାର ଲଢେଇ କରିଥିଲା ହେଲେ ଫ୍ରାନ୍ସ ଆକ୍ରମଣରେ ମରକ୍କୋ ଖେଳ ଫିକା ପଡି ଯାଇଥିଲା । ପ୍ରଥମାର୍ଦ୍ଧରେ ମରକ୍କୋ ପ୍ରୟାସ କରିଥିଲେ ବି ଖାତା ଖୋଲି ପାରିନଥିଲା ।

ଏହା ବି ପଢନ୍ତୁ...INDvsBAN 1st Test: ପ୍ରଥମ ଦିନରେ ଭାରତର ସ୍କୋର 278/6 ରନ, ପୂଜାରା-ଆୟରଙ୍କ ଅର୍ଦ୍ଧଶତକ

ଦ୍ବିତୀୟାର୍ଦ୍ଧରେ ପ୍ରଥମ 15 ମିନିଟ ମରକ୍କୋ ନିୟନ୍ତ୍ରଣରେ ବଲ ରହିଥିଲା । ବାରମ୍ବାର ଗୋଲ କରିବାକୁ ପ୍ରୟାସ କରିଥିଲେ ବି ଫ୍ରାନ୍ସ ଖେଳାଳିଙ୍କ ଜବରଦସ୍ତ ଡିଫେଣ୍ଡ ଦଳ ପାଇଁ ବାଧା ସୃଷ୍ଟି କରିଥିଲା । ଧୀରେ ଧୀରେ ଫ୍ରାନ୍ସ ବଲକୁ ନିୟନ୍ତ୍ରଣକୁ ଆଣିଥିଲା । ମରକ୍କୋ ଖେଳାଳି ଯେତେ ଚେଷ୍ଟା କରିଥିଲେ ବି ଖାତା ଖୋଲି ପାରି ନଥିଲେ । 79 ତମ ମିନିଟରେ ଏମବାପେ ମରକ୍କୋଠୁ ବଲ ଛଡାଇ ଆଣି ସାଥୀ ଖେଳାଳିଙ୍କୁ ପାସ କରିଥିଲେ । ଏହି ସମୟରେ ରାନଡାନ କୋଲୋ ମୁଆନି ବଲକୁ ଗୋଲ ପୋଷ୍ଟକୁ ପଠାଇଥିଲେ । ମ୍ୟାଚକୁ ଫେରିବାକୁ ମରକ୍କୋ ପାଖରେ ଆଉ ସମୟ ନଥିଲା ଫଳରେ ଦ୍ବିତୀୟ ସେମି ଫାଇନାଲକୁ 2-0ରେ ଜିତି ନେଇଥିଲା ଫ୍ରାନ୍ସ । ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବାକୁ ସ୍ବପ୍ନ ଦେଖିଥିବା ମରକ୍କୋକୁ ନିରାଶ ହେବାକୁ ପଡିଥିଲା । ସବୁ ଆଶା ପାଣି ଫୋଟକା ପରି ମିଳେଇ ଯାଇଥିଲା । ଫିଫା ବିଶ୍ବକପରେ ତୃତୀୟ ସ୍ଥାନ ପାଇଁ କ୍ରୋଏସିଆ ଓ ମରକ୍କୋ ମଧ୍ୟରେ ମୁକାବିଲା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.