ETV Bharat / sports

୨୦୨୨ ଏସିଆନ ଗେମ୍ସରୁ ଓହରିଲେ ମେରୀ କମ୍‌

author img

By

Published : Mar 6, 2022, 8:02 PM IST

ମହିଳା ବିଶ୍ବ ବକ୍ସିଂ ଚାମ୍ପିଅନସିପ୍‌ ମଇ ୬ରୁ ୨୧ ତୁର୍କୀର ଇନଷ୍ଟାବୁଲରେ ଆୟୋଜିତ ହେବାନେଇ ସୂଚୀ ରହିଛି । ସେହିପରି ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡା ଓ ୨୦୨୨ ଏସିଆନ ଗେମ୍ସ ଯଥାକ୍ରମେ ଜୁଲାଇ ୨୮ ଓ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବ । ଅଧିକ ପଢନ୍ତୁ

Mary Kom to skip World Championships, Asian Games; to focus on CWG
୨୦୨୨ ଏସିଆନ ଗେମ୍ସରୁ ଓହରିଲେ ମେରୀ କମ୍‌

ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ ଓ ୨୦୨୨ ଏସିଆନ ଗେମ୍ସ ଟ୍ରାଏଲରୁ ଓହରି ଯାଇଛନ୍ତି ୬ ଥରର ବିଶ୍ବ ଚାମ୍ପିଅନ ଏମସି ମେରୀକମ । ଏହି ଦୁଇ ମେଗା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁନଥିବା ରବିବାର ସ୍ପଷ୍ଟ କରିଛନ୍ତି ମେରୀକମ । ତେବେ ସିନିୟର ବକ୍ସର ମେରୀଙ୍କ ଫୋକସରେ ରହିଛି ବର୍ମିଂଘାମରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ । ଏହି ମେଗା କ୍ରୀଡା ମହାକୁମ୍ଭ ପାଇଁ ପ୍ରସ୍ତୁତି କରିବାକୁ ବକ୍ସିଂ ଚାମ୍ପିଅନସିପ୍‌ରେ ନଜର ଆସିବେନି ବୋଲି କହିଛନ୍ତି ମେରୀ । ଭାରତୀୟ ବକ୍ସିଂ ମହାସଂଘକୁ(BFI) ଲଣ୍ଡନ ଅଲମ୍ପିକ୍‌ସ ବ୍ରୋଞ୍ଜ ପଦକ ବିଜେତା ନିଜର ନିଷ୍ପତ୍ତି ଜଣାଇସାରିଛନ୍ତି ।

ଏହାମଧ୍ୟ ପଢନ୍ତୁ: TATA IPL 2022: ମାର୍ଚ୍ଚରୁ 26 ଟାଟା ଆଇପିଏଲ, ଚେନ୍ନାଇ-କୋଲକାତା ଉଦ୍‌ଘାଟନୀ ମ୍ୟାଚ୍‌

ମହିଳା ବିଶ୍ବ ଚାମ୍ପିଅନସିପର ସମସ୍ତ ୧୨ଟି ବର୍ଗ ପାଇଁ ସୋମବାର ଠାରୁ ସିଲେକ୍ସନ ଟ୍ରାଏଲ ଆରମ୍ଭ ହେବ ଓ ଏହା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଭାରତୀୟ ବକ୍ସିଂ ମହାସଂଘ ମେରୀ କମ୍‌ଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛି । BFI ସଭାପତି ଅଜୟ ସିଂହ କହିଛନ୍ତି," ଗତ ଦୁଇ ଦଶନ୍ଧି ଧରି ଭାରତୀୟ ବକ୍ସିଂର ମୁଖ୍ୟ ଚେହେରା ରହିଛନ୍ତି ମେରୀ । ଦେଶର ଅଗଣିତ ବକ୍ସରଙ୍କୁ ସେ ପ୍ରେରିତ କରିଛନ୍ତି ଓ ବିଶ୍ବତମାମ ଅନେକବାର ବକ୍ସିଂ ରିଙ୍ଗ୍‌ରେ ବିଜୟିନୀ ହୋଇ ଭାରତର ଗୌରବ ବଢାଇଛନ୍ତି ।"

ମହିଳା ବିଶ୍ବ ବକ୍ସିଂ ଚାମ୍ପିଅନସିପ ମଇ ୬ରୁ ୨୧ ତୁର୍କୀର ଇନଷ୍ଟାବୁଲରେ ଆୟୋଜିତ ହେବାନେଇ ସୂଚୀ ରହିଛି । ସେହିପରି ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡା ଓ ୨୦୨୨ ଏସିଆନ ଗେମ୍ସ ଯଥାକ୍ରମେ ଜୁଲାଇ ୨୮ ଓ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.