ETV Bharat / sports

ଏସିଆନ ଚମ୍ପିଆନ୍‌ସିପ ପାଇଁ ଦଳରୁ ବାଦ ପଡ଼ିଲେ ମନିକା ବାତ୍ରା - ଏସିଆନ୍‌ ଚମ୍ପିଆନ୍‌ସିପ ଖେଳିବେନି ମନିକା

ଦୋହାରେ ଆୟୋଜିତ ହେବାକୁ ଥିବା ଏସିଆନ ଚମ୍ପିଆନ୍‌ସିପ ପାଇଁ ଦଳରେ ଟେବୁଲ ଟେନିସ୍‌ ଷ୍ଟାର ଖେଳାଳି ମନିକା ବାତ୍ରାଙ୍କୁ ସ୍ଥାନ ମିଳିନାହିଁ । ଅଧିକ ପଢ଼ନ୍ତୁ...

ଏସିଆନ ଚମ୍ପିଆନ୍‌ସିପ ପାଇଁ ଦଳରୁ ବାଦ ପଡ଼ିଲେ ମନିକା ବାତ୍ରା

author img

By

Published : Sep 16, 2021, 10:57 PM IST

ନୂଆଦିଲ୍ଲୀ: ଦୋହାରେ ଆୟୋଜିତ ହେବାକୁ ଥିବା ଏସିଆନ ଚମ୍ପିଆନ୍‌ସିପ ପାଇଁ ଦଳରେ ଟେବୁଲ ଟେନିସ୍‌ ଷ୍ଟାର ଖେଳାଳି ମନିକା ବାତ୍ରାଙ୍କୁ ସ୍ଥାନ ମିଳିନାହିଁ । ୨୦୧୮ କମନୱେଲ୍‌ଥ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ମନିକା ବାତ୍ରା । ସେପ୍ଟେମ୍ବର ୨୮ ତାରିଖରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଏସିଆନ ଚମ୍ପିଆନ୍‌ସିପ ଆୟୋଜନ ହେବ ।

ଏସିଆନ ଚମ୍ପିଆନ୍‌ସିପ୍ ପାଇଁ ଦଳରେ ସୁତୀର୍ଥ ମୁଖାର୍ଜୀ, ଅହିକା ମୁଖାର୍ଜୀ, ଅର୍ଚ୍ଚନା କମଠଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଟୋକିଓ ଅଲମ୍ପିକ୍ସ ପରେ ଜାତୀୟ କ୍ୟାମ୍ପରେ ଭାଗ ନେଇନଥିଲେ ମନିକା । ଯାହାଫଳରେ ତାଙ୍କୁ ଦଳରେ ସ୍ଥାନ ମିଳିନଥିବା ଅଭିଯୋଗ ହୋଇଛି । ସେହି ସମୟରେ ମନିକା ନିଜ ବ୍ୟକ୍ତିଗତ କୋଚ୍‌ଙ୍କ ସହ ପୁଣେରେ ଅଭ୍ୟାସ କରୁଥିଲେ । ଏସିଆନ ଚମ୍ପିଆନସିପ୍‌ ପାଇଁ ପ୍ରତ୍ୟେକ ଖେଳାଳିଙ୍କୁ ଜାତୀୟ କ୍ୟାମ୍ପରେ ଭାଗ ନେବା ବାଧ୍ୟତାମୂଳକ କରାଯାଇଥିଲା । କ୍ୟାମ୍ପରେ ସାମିଲ ନହେଲେ ଦଳରେ ସ୍ଥାନ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଥିଲା ।

ଟୋକିଓ ଅଲମ୍ପିକ୍ସ ଆରମ୍ଭରୁ ବିବାଦରେ ରହିଛନ୍ତି ମନିକା ବାତ୍ରା । ଅଲମ୍ପିକ ଗେମ୍ସ ବେଳେ ମନିକା ଜାତୀୟ କୋଚ୍‌ଙ୍କ ସହାୟତା ନେବାକୁ ମନା କରି ଦେଇଥିଲେ । ଏହାପରେ ତାଙ୍କୁ କୋଚ୍‌ ସୌମ୍ୟଦୀପ ରୟ ମ୍ୟାଚ ଫିକ୍ସିଂ କରିବାକୁ ବାଧ୍ୟ କରିଥିବା କଥା କହିଥିଲେ । ଏହି ଅଭିଯୋଗ ନେଇ ଭାରତୀୟ ଟେବୁଲ ଟେନିସ ଫେଡେରେସନ ପକ୍ଷରୁ ଏକ କମିଟି ମଧ୍ୟ ଗଠନ କରାଯାଇଛି । ଭାରତୀୟ ଟେବୁଲ ଟେନିସ ଫେଡେରେସନ ଏହି କମିଟିର ମୁଖ୍ୟ ରହିଛନ୍ତି । ଆଗାମୀ ୬ ଦିନ ମଧ୍ୟରେ ଏହି ମାମଲାର ରିପୋର୍ଟ ଦେବ କମିଟି । ତେବେ ଏସିଆନ ଚମ୍ପିଆନ୍‌ସିପ୍ ପାଇଁ ଦଳରେ ନ ମିଳିବା ମନିକାଙ୍କ କ୍ୟାରିଅର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.