ETV Bharat / sports

Major Sports Events in 2023: ଜାଣନ୍ତୁ କେଉଁ କେଉଁ ଟୁର୍ଣ୍ଣାମେଣ୍ଟ ଖେଳିବେ ଭାରତୀୟ ଖେଳାଳି

author img

By

Published : Jan 3, 2023, 6:04 PM IST

ବର୍ଷ ୨୦୨୩ରେ କ୍ରୀଡାର ବଡ ବଡ ଇଭେଣ୍ଟ ଦେଖିବାକୁ ମିଳିବ । ହକି ବିଶ୍ବକପଠାରୁ ଆରମ୍ଭ କରି ଦିନିକିଆ ବିଶ୍ବକପରେ ଦମଦାର ମୁକାବିଲା ଦେଖିବାକୁ ମିଳିବ । ଅଧିକ ପଢନ୍ତୁ

ଏବର୍ଷ ଏହି ସବୁ ଟୁର୍ଣ୍ଣାମେଣ୍ଟ ଖେଳିବେ ଭାରତୀୟ ଖେଳାଳି

ହାଇଦ୍ରାବାଦ: ଭାରତୀୟ ଖେଳାଳିମାନଙ୍କ ପାଇଁ ବର୍ଷ ୨୦୨୩ ବ୍ୟସ୍ତବହୁଳ ରହିବ । ଭାରତୀୟ କ୍ରିକେଟ ଟିମ ଏବର୍ଷ ଘରୋଇ ସିରିଜ ସହିତ ଦିନିକିଆ ବିଶ୍ବକପ ଖେଳିବ । ସେପଟେ ହକି ବିଶ୍ବକପ, ସୁଟିଂ ବିଶ୍ବକପ, ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ ଆଦି ଏବର୍ଷ ଖେଳାଯିବା ନେଇ କାର୍ଯ୍ୟକ୍ରମ ରହିଛି ।

ହକି ବିଶ୍ବକପ
ହକି ବିଶ୍ବକପ

ହକି ବିଶ୍ବକପ

ଏବର୍ଷ ଜାନୁଆରୀ ୧୩ ତାରିଖରୁ ଜାନୁଆରୀ ୨୯ ତାରଖ ପର୍ଯ୍ୟନ୍ତ ହକି ବିଶ୍ବକପ ଖେଳାଯିବ । ଭାରତ ଏହାର ଆୟୋଜକ ରହିଛି । ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲା ସ୍ଥିତ ବିର୍ସାମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ବକପ ଖେଳାଯିବ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି ।

ମହିଳା ଟି୨୦ ବିଶ୍ବକପ

ଭାରତୀୟ ମହିଳା କ୍ରିକେଟ ଦଳ ଫେବୃଆରୀରେ ଟି୨୦ ବିଶ୍ବକପ ଖେଳିବ । ମହିଳା ଟି୨୦ ବିଶ୍ବକପ ୨୦୨୩ର ଆୟୋଜକ ରହିଛି ଦକ୍ଷିଣ ଆଫ୍ରିକା । ଫେବୃଆରୀ ୧୦ ତାରିଖରୁ ଫେବୃଆରୀ ୨୬ ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏଥିରେ ୧୦ ଟି ଦଳ ଅଂଶ ଗ୍ରହଣ କରିବେ । ବର୍ଷ ୨୦୨୦ ମହିଳା ଟି୨୦ ବିଶ୍ବକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା । ଏଥର ଭାରତକୁ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆଠାରୁ ପ୍ରତିଶୋଧ ନେବା ସହିତ ୨୦୨୩ରେ ଚମ୍ପିଆନ ହେବା ନେଇ ସୁଯୋଗ ରହିଛି ।

ମହିଳା ଫୁଟବଲ ବିଶ୍ବକପ

ଏବର୍ଷ ମହିଳା ଫୁଟବଲ ବିଶ୍ବକପ ଖେଳାଯିବ । ଏହି ଫୁଟବଲ ମହାକୁମ୍ଭ ଜୁଲାଇ ୨୦ ତାରିଖରୁ ଅଗଷ୍ଟ ୨୦ ତାରିଖ ମଧ୍ୟରେ ଖେଳାଯିବ । ଏହାର ଆୟୋଜକ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମିଳିତ ଭାବରେ ରହିଛନ୍ତି । ଏଥର ମହିଳା ବିଶ୍ବକପ ମ୍ୟାଚ ୯ ଟି ସହରରେ ଖେଳାଯିବ ।

୨୦୨୩ ଦିନିକିଆ ବିଶ୍ବକପ
୨୦୨୩ ଦିନିକିଆ ବିଶ୍ବକପ

ଦିନିକିଆ ବିଶ୍ବକପ

ଅକ୍ଟୋବର ମାସରେ ଦିନିକିଆ ବିଶ୍ବକପ ଖେଳାଯିବା ନେଇ ଆଇସିସି ଯୋଜନା ରଖିଛି । ୨୦୨୩ ଦିନିକିଆ ବିଶ୍ବକପର ଆୟୋଜକ ରହିଛି ଭାରତ । ଟିମ୍ ଇଣ୍ଡିଆ ଘରୋଇ ମାଟିରେ ୧୨ ବର୍ଷ ପରେ ବିଶ୍ବକପ ଖେଳିବ । ବର୍ଷ ୨୦୧୧ରେ ଦିନିକିଆ ବିଶ୍ବକପର ଆୟୋଜକ ରହିଥିଲା ଭାରତ । ଟିମ ଇଣ୍ଡିଆ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ବର୍ଷ ୨୦୧୧ର ବିଶ୍ବ ବିଜେତା ହୋଇଥିଲା । ଏଥର ମଧ୍ୟ ଭାରତ ଦିନିକିଆ ବିଶ୍ବକପର ଆୟୋଜକ ରହିଛି । ତେଣୁ ପୁଣି ଥରେ ଭାରତ ବିଶ୍ବ ଚମ୍ପିଆନ ହେବା ନେଇ ଆଶା ରଖିଛନ୍ତି ଫ୍ୟାନ୍ସ ।

ଏହା ବାଦ ଯଦି ଟିମ୍ ଇଣ୍ଡିଆ ଯୋଗ୍ୟତା ହାସଲ କରେ ତାହାଲେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ଭାରତୀୟ କ୍ରିକେଟରଙ୍କ ଜଲୱା ଦେଖିବାକୁ ମିଳିବ । ସେହିପରି ମେନ୍ ଇନ୍ ବ୍ଲୁ ଜାନୁଆରୀରେ ଶ୍ରୀଲଙ୍କା ସହିତ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଏବଂ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଏହା ପରେ ଜାନୁଆରୀ ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ଓ ଦିନିକିଆ ସିରିଜ ଖେଳିବ ଭାରତ । ଏହା ପରେ ଫେବୃଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବ ଟିମ୍ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.