ETV Bharat / sports

କର୍ଣ୍ଣାଟକର ବିଜୟପୁରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ କବାଡି ଖେଳାଳୀଙ୍କ ମୃତ୍ୟୁ

author img

By

Published : Mar 17, 2021, 6:49 PM IST

କର୍ଣ୍ଣାଟକର ବିଜୟପୁରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ କବାଡି ଖେଳାଳିଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

NAT-HN-Two athletes killed in road accident in AP-17-03-2021-Desk
କର୍ଣ୍ଣାଟକର ବିଜୟପୁରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ କବାଡିଙ୍କ ମୃତ୍ୟୁ

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜୟପୁରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ କବାଡି ଖେଳାଳିଙ୍କ ମୃତ୍ୟୁ ହୋଇଛି । ଖେଳାଳି ବସିଥିବା ଟ୍ରାଭେରା କାର୍‌କୁ ବିପରୀତ ଦିଗରୁ ଏକ ଲୋରି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । 8ଜଣ କବାଡି ଖେଳାଳି ମହାରାଷ୍ଟ୍ରର ବାରାମତୀ ଗ୍ରାମରୁ କବାଡି ପ୍ରୋ-ଲିଗ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ମହାରାଷ୍ଟ୍ରରୁ ଆସୁଥିଲେ ।

ଦୁଇଜଣଙ୍କ ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହେବା ପରେ ଅନ୍ୟ 6ଜଣ ଖେଳାଳି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା କୋଲହାର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କରାଯାଉଛି । ମୃତ ଖେଳାଳିଙ୍କ ପରିଚୟ ମିଳିଥିବାବେଳେ ଜଣଙ୍କ ନାମ ସୋହେଲ(22 ବର୍ଷ) ଓ ମହାଦେବା(20 ବର୍ଷ) ବୋଲି ଜଣାପଡିଛି ।

ମହାରାଷ୍ଟ୍ର କୋଲହାରା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.