ETV Bharat / sports

FIDE World Cup Final:ଟାଇ ବ୍ରେକର ଜିତିଲେ ମାଗ୍ନସ୍‌ କାର୍ଲସେନ, ପ୍ରଜ୍ଞାନନ୍ଦଙ୍କୁ ରୌପ୍ୟ

ଟାଇବ୍ରେକର ମ୍ୟାଚ୍‌ ଜିତି FIDE ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ନରୱେର ମାଗ୍ନସ୍‌ କାର୍ଲସେନ । ରାପିଡ୍‌ ଚେସ ଟାଇବ୍ରେକର ପ୍ରଥମ ଗେମ୍‌ରେ ବ୍ଲାକ୍‌ ପିସ୍‌ ସହ ବିଜୟ ହାସଲ କରିଥିଲେ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Aug 24, 2023, 7:29 PM IST

FIDE World Cup final
ଟାଇ ବ୍ରେକର ଜିତିଲେ ମାଗ୍ନସ୍‌ କାର୍ଲସେନ

ହାଇଦ୍ରାବାଦ: FIDE ବିଶ୍ବକପ୍‌ରେ ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଫାଇନାଲ୍‌ ଗେମ୍‌ରେ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନ୍ଦଙ୍କ ଚମତ୍କାର ମୁଭ୍‌ ସତ୍ତ୍ବେ ମ୍ୟାଚ୍‌ ଜିତି ପାରି ନାହାନ୍ତି । ଗୁରୁବାର ଖେଳାଯାଇଥଇବା ଟାଇବ୍ରେକରରେ ସେ ବିଶ୍ବର ନମ୍ବର ୱାନ୍‌ ଗ୍ରାଣ୍ଡମାଷ୍ଟର ମାଗ୍ନସ୍‌ କାର୍ଲସେନଙ୍କଠାରୁ ପରାଜିତ ହୋଇ ରନର୍ସଅପ୍‌ ହୋଇଛନ୍ତି ।

ଗୁରୁବାର ଟାଇବ୍ରେକର ମ୍ୟାଚ୍‌ ଜିତି FIDE ବିଶ୍ବକପ୍‌ ଟାଇଟଲ ହାତେଇଛନ୍ତି ନରୱେର ମାଗ୍ନସ୍‌ କାର୍ଲସେନ । ରାପିଡ୍‌ ଚେସ ଟାଇବ୍ରେକର ପ୍ରଥମ ଗେମ୍‌ରେ ବ୍ଲାକ୍‌ ପିସ୍‌ ସହ ବିଜୟ ହାସଲ କରିଥିଲେ । ଏହାପରେ ଦ୍ବିତୀୟ ଗେମ୍‌କୁ ହ୍ବାଇଟ୍‌ ପିସ୍‌ ସହ ଡ୍ର' କରିବାରେ ସକ୍ଷମ ହୋଇଥିଲେ । କୁଇକ୍‌ ଟାଇମ୍‌ କଣ୍ଟ୍ରୋଲ ଫର୍ମାଟ୍‌ରେ ଏହି ରାପିଡ୍‌ ଟାଇ ବ୍ରେକର ଗେମ୍‌ ହୋଇଥିଲା । ପ୍ରଜ୍ଞାନନ୍ଦ କଡ଼ା ସଂଘର୍ଷ କରିଥିଲେ ସୁଦ୍ଧା କାର୍ଲସେନଙ୍କ ଅଭିଜ୍ଞତା ତାଙ୍କ ଉପରେ ଭାରି ପଡ଼ିଥିଲା ।

ଏହାପୂର୍ବରୁ ଗତ ବୁଧବାର ଖେଳାଯାଇଥିବା ଦ୍ବିତୀୟ ଫାଇନାଲ ଗେମ ଡ୍ର' ହୋଇଥିଲା । FIDE ବିଶ୍ବକପ୍‌ ୨୦୨୩ ପ୍ରଜ୍ଞାନନ୍ଦଙ୍କୁ ରନର୍ସ ଅପ୍‌ ହୋଇ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହା ସହ ସେ ସେ FIDE କାଣ୍ଡିଡେଟ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ୨୦୨୪ କାଣ୍ଡିଡେଟ୍‌ ଟୁର୍ଣ୍ଣାମେଣ୍ଟରେ ୮ ଜଣ ଚେସ୍‌ ମାଷ୍ଟର ଭାଗ ନେବେ । ଏହାପରେ ଆଗାମୀ ବର୍ଷ ଏପ୍ରିଲ ୨ ତାରିଖରୁ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଟରୋଣ୍ଟୋରେ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍‌ଙ୍କୁ ୨୦୨୪ FIDE ବିଶ୍ବକପ୍‌ ଟିକେଟ ମିଳିବ ।

ଟାଇବେକର ମ୍ୟାଚ୍‌ ପୂର୍ବରୁ ଅଜରବୈଜାନର ବାକୁରେ ଚାଲିଥିବା FIDE ବିଶ୍ବକପ୍ ଫାଇନାଲରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ । ବିଶ୍ବର ଏକ ନମ୍ବର ମାନ୍ୟତାପ୍ରାପ୍ତ ନରୱେର ମାଗ୍‌ନସ୍ କାର୍ଲସେନ୍‌ଙ୍କ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଗେମ୍‌ ମଧ୍ୟ ଡ୍ର' ରହିବା ପରେ ବୁଧବାର ଅନୁଷ୍ଠିତ ଫାଇନାଲର ଦ୍ବିତୀୟ ଗେମ୍‌ ମଧ୍ୟ ଡ୍ର' ରହିଥିଲା । ଏହା ପୂର୍ବରୁ ତେଣୁ ଏବେ ସମସ୍ତଙ୍କ ନଜର ଗୁରୁବାର ଖେଳାଯିବାକୁ ଥିବା ଟାଇବ୍ରେକ୍‌ ଉପରେ ରହିଥିଲା । ଶେଷରେ ଚେସ୍‌ ଚମ୍ପିଆନ୍‌ ସାଜିଛନ୍ତି ମାଗ୍ନସ୍‌ କାର୍ଲସେନ ।

ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଜ୍ଞାନନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, " FIDE ବିଶ୍ବକପ୍‌ରେ ପ୍ରଜ୍ଞାନନ୍ଦଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ନେଇ ଆମେ ଗର୍ବ କରୁଛୁ । ସେ ଅସାଧାରଣ କୌଶଳ ଦେଖାଇ ଅଜେୟ ମାଗ୍ନସ କାର୍ଲସେନଙ୍କୁ କଡ଼ା ଟକ୍କର ଦେଇଥିଲେ । ତାଙ୍କ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।"

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଜ୍ଞାନନ୍ଦଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇ କହିଛନ୍ତି, "FIDE ବିଶ୍ବକପରେ ବର୍ତ୍ତମାନ ଚମ୍ପିଆନ ମାଗ୍ନସ କାର୍ଲସେନଙ୍କୁ କଡ଼ା ଟକ୍କର ଦେଇ ରୌପ୍ୟ ପଦକ ହାସଲ କରିଛନ୍ତି ପ୍ରଜ୍ଞାନନ୍ଦ । ଏହାସହ FIDE କାଣ୍ଡିଡେଟ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଥିବା ସବୁଠାରୁ କମ ବୟସ୍କ ଭାରତୀୟ ଗ୍ରାଣ୍ଡ ମାଷ୍ଟର ହୋଇ ପାରିଛନ୍ତି । ତାଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା । ସେ ଏମିତି ଚମକୁ ଥାଆନ୍ତୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.