ETV Bharat / sports

ଲଭ୍‌ଲିନାଙ୍କ ଅଲମ୍ପିକ ପଦକ ଯାତ୍ରା: ବରୋ ମୁଖିଆ ଗାଁରୁ ଟୋକିଓ

author img

By

Published : Aug 4, 2021, 5:19 PM IST

ଟୋକିଓ ଅଲମ୍ପିକରେ ଲଭଲିନାଙ୍କ ବ୍ରୋଞ୍ଜ ପଦକ ଯୋଗୁଁ ଗାଁ ବର୍ତ୍ତମାନ ସେହି ଜିନିଷଗୁଡିକ ପାଇଛନ୍ତି, ଯେଉଁଥିରୁ ଅତୀତରେ ସେମାନେ ବଞ୍ଚିତ ହୋଇଥିଲେ । ଅଧିକ ପଢନ୍ତୁ...

Lovlina's journey to an Olympic medal: From Baro Mukhia to Tokyo
ଲଭ୍‌ଲିନାଙ୍କ ଅଲମ୍ପିକ ପଦକ ଯାତ୍ରା: ବରୋ ମୁଖିଆରୁ ଟୋକିଓ

ଟୋକିଓ: ଏକ ସପ୍ତାହ ପୂର୍ବରୁ ଆସାମର ଗୋଲାଘାଟ ଜିଲ୍ଲାର ବରୋ ମୁଖିଆ ଜିଲ୍ଲାକୁ ଦୁନିଆ ସହ ସଂଯୋଗ କରୁଥିଲା ଏକ କଚା ମାଟି ରାସ୍ତା । ବର୍ତ୍ତମାନ ରାଜ୍ୟବାସୀ ଏହି ରାସ୍ତାକୁ କଂକ୍ରିଟ ରାସ୍ତାରେ ବଦଳାଇବାକୁ ଲାଗିପଡିଛନ୍ତି । ଟୋକିଓ ଅଲମ୍ପିକରେ ୱେଲଟରୱେଟ୍ ବର୍ଗରେ ଲଭଲିନାଙ୍କ ବ୍ରୋଞ୍ଜ ପଦକ ଯୋଗୁଁ ଗାଁ ବର୍ତ୍ତମାନ ସେହି ଜିନିଷଗୁଡିକ ପାଇଛନ୍ତି, ଯେଉଁଥିରୁ ଅତୀତରେ ସେମାନେ ବଞ୍ଚିତ ହୋଇଥିଲେ । ୨୩ ବର୍ଷୀୟା ଲଭଲିନା ଜଣେ ମୁଏ ଥାଇ ଅଭ୍ୟାସକାରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ସେମିଫାଇନାଲ ମୁକାବିଲାରେ ପୂର୍ବତନ ବିଶ୍ବ ଚମ୍ପିଆନ ତୁର୍କୀର ବୁସେନାଜ ସୁରମନେଲିଙ୍କ ଠାରୁ ବୁଧବାର ପରାସ୍ତ ହୋଇଛନ୍ତି ।

ଏହି ସେମି ବାଉଟରେ ବୁସେନାଜ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଫଳରେ ଲଭଲିନାଙ୍କୁ ପରାସ୍ତ ହେବାକୁ ପଡିଥିଲା । ତେବେ ସେତେବେଳକୁ ଭାରତୀୟ ଅଲମ୍ପିକ ପଦକ ବିଜେତା ଖେଳାଳି ତାଲିକାରେ ନିଜ ନାମ ଲେଖିସାରିଥିଲେ ଲଭଲିନା । କ୍ବାର୍ଟର-ଫାଇନାଲରେ ଚାଇନିଜ ତାଇପେଇ ବକ୍ସର ଚେନ ନିଏନ-ଚିନଙ୍କୁ ହରାଇ ପଦକ ପକା କରିସାରିଥିଲେ । ଶୁକ୍ରବାର ଲଭଲିନା ଗଣମାଧ୍ୟମକୁ କହିଥିଲେ, " ବ୍ରୋଞ୍ଜରେ ସୀମିତ ରହିବାକୁ ଚାହୁଁନାହିଁ । ସ୍ବର୍ଣ୍ଣ ପଦକ ପାଇଁ ଖେଳିବି । ପଦକ କେବଳ ଗୋଟିଏ, ଯାହା ସ୍ବର୍ଣ୍ଣ ।" ତେବେ ସ୍ବର୍ଣ୍ଣ ପଦକ ମ୍ୟାଚକୁ ଉତ୍ତୀର୍ଣ୍ଣ ନହୋଇପାରିଥିଲେ ମଧ୍ୟ, ତୃତୀୟ ଭାରତୀୟ ବକ୍ସର ଭାବେ ବିଜେନ୍ଦର ସିଂହ(୨୦୦୮ ଅଲମ୍ପିକ), ମେରୀ କମ(୨୦୧୨ ଅଲମ୍ପିକ)ଙ୍କ ପରେ ଅଲମ୍ପିକ ପଦକ ପୋଡିୟମରେ ପହଞ୍ଚିଥିବା ଖେଳାଳି ହୋଇପାରିଛନ୍ତି ।

ଲଭଲିନାଙ୍କ ବରୋ ମୁଖିଆରୁ ଟୋକିଓ ଯାତ୍ରା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଓ ପ୍ରେରଣାଦାୟୀ । ଅଲମ୍ପିକ ପଦକ ସ୍ବପ୍ନ ପୂରଣ କରିବା ପୂର୍ବରୁ ଅନେକ ବାଧାବିଘ୍ନର ସାମ୍ନା କରିଛନ୍ତି ସେ । ଗାଁର ପରିବେଶରେ ବଢିଥିବା ଲଭଲିନା, ଜାଆଁଳା ଭଉଣୀ ଲିମା ଓ ଲିଚାଙ୍କ ଅନୁସରଣ କରି ଜଣେ ମୁଏ ଥାଇ ଅଭ୍ୟାସକାରୀ ଭାବେ କାର୍ଯ୍ୟ କରିଛନ୍ତି । ତେବେ ତାଙ୍କ ଜୀବନର ମୋଡ ସେବେ ବଦଳିଯାଇଥିଲା, ଯେବେ ବକ୍ସିଂ କୋଚ୍‌ ପାଡୁମ ବୋରୋ ବର୍ଷ ୨୦୧୨ରେ ତାଙ୍କୁ ମିଳିଥିଲେ । ଏହାର କିଛି ମାସ ପରେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ଲଭଲିନା ଯେଉଁ ସ୍କୁଲରେ ପଢୁଥିଲେ-ବାରପଥର ବାଳିକା ଉଚ୍ଚବିଦ୍ୟାଳୟ , ସେଠାରେ ଟ୍ରାଏଲ ଆୟୋଜିତ କରିଥିଲା । ସେଠାରେ ଲଭଲିନା ନିଜର ଶକ୍ତି ଦେଖାଇବାର ସୁଯୋଗ ପାଇଥିଲେ ଓ ପରେ ଗୌହାଟୀରେ ଜଣେ ଟ୍ରେନି ଭାବେ ଚୟନ ହୋଇଥିଲେ ।

ସୁନା ଚିହ୍ନେ ବଣିଆ ପରି, କୋଚ ବୋର ଲଭଲିନାଙ୍କ ସାମର୍ଥ୍ୟ ଓ ପ୍ରତିଭାକୁ ଚିହ୍ନପାରିଥିଲେ । ପରେ ସ୍ପୋର୍ଟ୍ସ ଅଥରିଟି ଅଇ ଇଣ୍ଡିଆର ସିଲଙ୍ଗ ଓ ଡିମାପୁର ସେଣ୍ଟରରେ କାର୍ଯ୍ୟ କରୁଥିବା ବୋରୋ, ଲଭଲିନାଙ୍କୁ ବକ୍ସିଂ ସହ ପରିଚୟ କରାଇଥିଲେ । ଏହାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ସେ । ଅଲମ୍ପିକ ପଦକ ପୋଡିୟମରେ ପହଞ୍ଚିବାର ଯାତ୍ରାରେ, ସେ ମହାମାରୀ COVID-19 ଭୂତାଣୁରେ ସଂକ୍ରମିତ ହୋଇ ସମାଜର ସଂକୀର୍ଣ୍ଣ ମାନସିକତା ସହ ଲଢିଛନ୍ତି ଓ ମା' ମାମୋନିଙ୍କ କିଡନୀ ସମସ୍ୟା ନେଇ ଚିନ୍ତାରେ ରହିଛନ୍ତି ।

ନୂଆଦିଲ୍ଲୀରେ ଅନୁଷ୍ଠିତ ୨୦୧୮ ବିଶ୍ବ ଚମ୍ପିଆନସିପରେ ଓ ବର୍ଷ ୨୦୧୯ରେ ଋଷିଆର ଉଲାନ-ଉଦେରେ ହେଆଇଥିବା ବିଶ୍ବ ଚମ୍ପିଆନସିପରେ ବ୍ରୋଞ୍ଜ ବିଜୟ ଲଭଲିନାଙ୍କ ପାଇଁ ପ୍ରଥମ ସ୍ମରଣୀୟ ମୂହୂର୍ତ୍ତ ଥିଲା । ବର୍ତ୍ତମାନ ସେ ଅଲମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ, ଫଳରେ ଟୋକିଓ ପୋଡିୟମ ଠାରୁ ବଡ ଯାତ୍ରା ସ୍ଥିର କରିବାକୁ ସେ ଅନୁମତି ପ୍ରାପ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.