ETV Bharat / sports

World Boxing Championship: ସ୍ବର୍ଣ୍ଣ ପଦକ ଜିତିଲେ ଲବ୍ନିନା ବର୍ଗୋହେଁ, ଇତିହାସ ରଚିଲେ ନଖତ ଜରିନ୍

author img

By

Published : Mar 26, 2023, 10:53 PM IST

କ୍ରମାଗତ ଦୁଇଥର ବିଶ୍ବ ଚମ୍ପିଆନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଭାରତୀୟ ବକ୍ସର ନିଖତ ଜରିନ । ସେପଟେ କ୍ୟାରିଅରର ଦ୍ବିତୀୟ ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ ଟାଇଟଲ ନିଜ ନାମରେ କରିଛନ୍ତି ଲବ୍ଲିନା ବର୍ଗୋହେଁ। ଅଧିକ ପଢ଼ନ୍ତୁ

ସ୍ବର୍ଣ୍ଣ ପଦକ ଜିତିଲେ ଲବ୍ନିନା ବର୍ଗୋହେଁ, ଇତିହାସ ରଚିଲେ ନଖତ ଜରିନ୍

ନୂଆଦିଲ୍ଲୀ: କ୍ରମାଗତ ଦୁଇଥର ବକ୍ସିଂ ବିଶ୍ବ ଚମ୍ପିଆନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଭାରତୀୟ ବକ୍ସର ନିଖତ ଜରିନ। ବିଶ୍ବ ବକ୍ସିଂ ଚମ୍ପିଆନ୍‌ସିପ୍‌ 50 କେଜି ବର୍ଗ ଫାଇନାଲ୍‌ ମ୍ୟାଚ୍‌ରେ ଭିଏତନାମ୍‌ର ନ୍ୟୁଏନ୍‌ ଥିତାମ୍‌ଙ୍କୁ 5-0 ପଏଣ୍ଟରେ ପରାଜିତ କରିଛନ୍ତି। ଦୁଇଥରର ଏସୀୟ ଚମ୍ପିଆନ୍‌ ହେଉଛନ୍ତି ନ୍ୟୁଏନ୍‌ ଥିତାମ୍‌। ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁଁ ବିପକ୍ଷ ଖେଳାଳିଙ୍କ ଉପରେ ନିଜର ଦବଦବା ଜାହିର କରି ଆସିଥିଲେ ନିଖତ ଜରିନ। ଯାହା ଫଳରେ ସେ ଆଜି ସ୍ବର୍ଣ୍ଣ ପଦକ ହାସଲ କରି ପାରିଛନ୍ତି। ସେପଟେ ଏହି ଚମ୍ପିଆନସିପ୍‌ର 75 କେଜି ବର୍ଗରେ ଅଲମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ଲବ୍ଲିନା ବର୍ଗୋହେଁ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି। ଅଷ୍ଟ୍ରେଲିଆର କାଇଟିଲିନ୍‌ ପାର୍କରଙ୍କୁ 5-2 ପଏଣ୍ଟରେ ସେ ପରାଜିତ କରିଛନ୍ତି।

ଏହା ବି ପଢ଼ନ୍ତୁ World Boxing Championship: ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ, ଚୀନର ୱାଙ୍ଗ ଲୀନାଙ୍କୁ ୩-୨ର ହରାଇଲେ ସ୍ବିଟି ବୁରା

କ୍ୟାରିଅରର ଦ୍ବିତୀୟ ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌ ଟାଇଟଲ ନିଜ ନାମରେ କରିଛନ୍ତି ଲବ୍ଲିନା ବର୍ଗୋହେଁ। ଦିଲ୍ଲୀ କେଡି ଯାଦବ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର କାଇଟିଲିନ୍‌ ପାର୍କରଙ୍କୁ ମାତ ଦେଇଛନ୍ତି। ସେପଟେ ମ୍ୟାଚ୍‌ ଆରମ୍ଭରୁ ହିଁ ପ୍ରତିପକ୍ଷ ଉପରେ ଭାରି ପଡ଼ିଥିଲେ ନିଖତ ଜରିନ। ଭିଏତନାମ୍‌ର ନ୍ୟୁଏନ୍‌ ଥିତାମ୍‌ଙ୍କୁ ସେ ଗୋଟିଏ ବି ପଏଣ୍ଟ ନେବାକୁ ଦେଇ ନଥିଲେ। ଦ୍ବିତୀୟ ରାଉଣ୍ଡରେ ନ୍ୟୁଏନ୍‌ ଥିତାମ୍‌ ସାମାନ୍ୟ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲେ। ତେବେ ଏହା ନିଖତଙ୍କ ଉପରେ ସେତେଟା ପ୍ରଭାବ ପକାଇ ପାରିନଥିଲେ। ଶେଷ ରାଉଣ୍ଡରେ ଧୈର୍ଯ୍ୟର ସହ ଖେଳି ନିଖତ ଜରିନ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଆଉ ଏକ ଉପଲବ୍ଧି ହାସଲ କିରଛନ୍ତି ନଖତ ଜରିନ। ଦ୍ବିତୀୟ ଭାରତୀୟ ମହିଳା ବକ୍ସର ଭାବରେ ସେ କ୍ରମାଗତ ଦୁଇଥର ବକ୍ସିଂ ଚମ୍ପିଆନସିପ୍‌ ଟାଇଟଲ ହାସଲ କରି ପାରିଛନ୍ତି। ଏହାପୂର୍ବରୁ ଅଲମ୍ପକି ପଦକ ବିଜେତା ମେରୀ କମ୍‌ ହିଁ କେବଳ ଏହି ଉପଲବ୍ଧି ହାସଲ କରି ପାରିଥିଲେ।

ସେପଟେ ଲବ୍ନିଲା ବର୍ଗୋହେଁ ମଧ୍ୟ ଆଜିର ମ୍ୟାଚ୍‌ରେ ନିଜ କମାଲ ଦେଖାଇଛନ୍ତି। ଅଲମ୍ପିକ ମେଡାଲ ଜିତିବା ସହ ବିଶ୍ବ ବକ୍ସିଂ ଚମ୍ପିଆନ୍‌ସିପ ମେଡାଲ ସେ ନିଜ ନାମରେ କରିଛନ୍ତି। ଏଭଳି ଉପଲବ୍ଧି କେବଳ ଦୁଇଜଣ ଭାରତୀୟ ମହିଳା ବକ୍ସର ହାସଲ କରିଛନ୍ତି। ଜଣେ ହେଉଛନ୍ତି ଅଲମ୍ପିକ ପଦକ ବିଜେତା ମେରୀକମ୍‌ ଓ ଅନ୍ୟ ଜଣେ ହେଉଛନ୍ତି ଲବ୍ନିନା ବର୍ଗୋହେଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.