ନୂଆଦିଲ୍ଲୀ: ଲକଡାଉନ ଅବଧି ବୃଦ୍ଧିପାଇବା ପରେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଦେଶରେ ଥିବା ସମସ୍ତ ସେଣ୍ଟରରେ ମେ 3 ପର୍ଯ୍ୟନ୍ତ ସମସ୍ତ ପ୍ରଶିକ୍ଷଣ ଶିବିରକୁ ବାତିଲ ଘୋଷଣା କରିଛି ।
କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଅବଧି ମେ 3 ପର୍ଯ୍ୟନ୍ତ ବୃଦ୍ଧିପାଇଛି । ପ୍ରଧାନମନ୍ତ୍ରୀ ମୋଦି ଆଜି(ମଙ୍ଗଳବାର) ଏନେଇ ଘୋଷଣା କରିଛନ୍ତି । ପୂର୍ବରୁ ଘୋଷିତ ଲକଡାଉନ ଏପ୍ରିଲ 14 ପର୍ଯ୍ୟନ୍ତ ରହିଥିଲା ।
ତେବେ ଭାରତୀୟ ଜାଭେଲିନ ଷ୍ଟାର ନୀରଜ ଚୋପ୍ରାଙ୍କୁ SAI ହଷ୍ଟେଲରେ ରହିବାକୁ ଅନୁମତି ମିଳିଛି । ନୀରଜ ଏନଆଇଏସ ପଟିଆଲାରେ ରହିଛନ୍ତି । ଏଥିସହିତ ବେଙ୍ଗାଲୁରୁ ଓ ପଟିଆଲା ନ୍ୟାସନାଲ କ୍ୟାମ୍ପରେ ଥିବା ଦେଶର ସମସ୍ତ ଆଥଲେଟଙ୍କୁ ସେହିଠାରେ ରହିବାକୁ ଅନୁମତି ରହିଛି ।