ETV Bharat / sports

ଲେଗ କ୍ରିକେଟ: 19ବର୍ଷରୁ କମ ଭାରତୀୟ ଦଳର ଅଧିନାୟକ ଅତାବିରାର ଚନ୍ଦନ - 19 ବର୍ଷରୁ କମ ଭାରତୀୟ ଦଳର ଅଧିନାୟକ ଅତାବିରାର ଚନ୍ଦନ

ଭାରତୀୟ ଲେଗ କ୍ରିକେଟ ଟିମର 19 ବର୍ଷରୁ କମ ଦଳର ଅଧିନାୟକ ହୋଇଛନ୍ତି ବରଗଡ ଅତାବିରାର ଚନ୍ଦନ ରାଏ । ଜାଣନ୍ତୁ ତାଙ୍କର ଏହି ଯାତ୍ରା ସମ୍ବନ୍ଧରେ....

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ
author img

By

Published : Sep 17, 2019, 11:47 PM IST

ବରଗଡ: କ୍ରିକେଟ କହିଲେ ମନକୁ ଆସେ ବଲ, ବ୍ୟାଟ, ଗ୍ଲୋଭବ୍ସ, ପ୍ୟାଡ ଇତ୍ୟାଦି । ମାତ୍ର ଏମିତି ଏକ କ୍ରିକେଟ ଅଛି, ଯାହା କେବଳ ଗୋଡରେ ଖେଳାଯାଏ । ଏଥିରେ ଦରକାର ହୋଇ ନଥାଏ ବ୍ୟାଟ କି କ୍ରିକେଟ ବଲ । କେବଳ ଫୁଟବଲ ପରି ଏକ ବଲରେ ଏହି ମ୍ୟାଚ ଖେଳାଯାଏ । ଏପରି ବିରଳ ଖେଳ ହେଉଛି ଲେଗ କ୍ରିକେଟ । ତେବେ ଭାରତୀୟ ଲେଗ କ୍ରିକେଟର 19 ବର୍ଷରୁ କମ ଟିମର ଅଧିନାୟକ ହୋଇଛନ୍ତି ବରଗଡ ଅତାବିରାର ଚନ୍ଦନ ରାଏ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ତେବେ ଏହି ଲେଗ୍ କ୍ରିକେଟ ଖେଳରେ ଜାତୀୟ ସ୍ତରରେ ଖେଳି କେବଳ ରାଜ୍ୟର ନୁହେଁ ବରଂ ସାରା ଦେଶର ନାଁ ରଖିବାରେ ସଫଳ ହୋଇପାରିଛନ୍ତି ଚନ୍ଦନ ରାଏ | ସେ ନେପାଲ, ଭୁଟାନ ପରି ଅନେକ ଦେଶକୁ ଯାଇ ଭାରତର ପ୍ରତିନିଧିତ୍ଵ କରିଛନ୍ତି | ହାଇସ୍କୁଲ ପଢା ସମାପ୍ତ ପରେ କଲେଜରେ ପଢୁଥିବା ବେଳେ ଚନ୍ଦନ ୨୦୧୨ ମସିହାରେ ୧୭ ବର୍ଷରୁ କମ ଲେଗ କ୍ରିକେଟ ପାଇଁ ପ୍ରଥମେ ହରିଆଣାକୁ ଯାଇଥିଲେ | ସେଠାରେ ତାଙ୍କର ଉଚ୍ଚକୋଟିର ପ୍ରଦର୍ଶନ ଦେଖି ତାଙ୍କୁ ଅଧିନାୟକ ଭାବେ ଘୋଷଣା କରାଯାଇଥିଲା | ଏହାପରେ ଚନ୍ଦନ ଅନ୍ତର୍ଜାତୀୟ ମ୍ୟାଚ ଖେଳି ଶିଖର ଛୁଇଁବା ସହିତ ଲେଗ କ୍ରିକେଟ ପାଇଁ ବେଶ ପରିଚିତ ହୋଇପାରିଛନ୍ତି |

କ୍ରିକେଟ ଏବଂ ଫୁଟବଲର ଯୁଗଳବନ୍ଦୀ ଥିବା ଏହି ଖେଳ ବିଷୟରେ ଖୁବ କମ ଲୋକ ଜାଣିଛନ୍ତି | କ୍ରିକେଟ ପରି ଏହା ୧୦ ଓଭରର ମ୍ୟାଚ ହୋଇଥାଏ ଏବଂ ଗୋଟିଏ ଟିମରେ ୧୧ ଜଣ ଖେଳାଳି ମଧ୍ୟ ରହିଥାନ୍ତି | ବୋଲର ବଳକୁ ପିଚ ଉପରେ ଗଡ଼େଇ ଦେଇଥାଏ ଏବଂ ବ୍ୟାଟ୍ସମ୍ୟାନ ସେହି ବଳକୁ ଗୋଡେଇ ଗୋଡେଇ ମାରିଥାନ୍ତି | କ୍ରିକେଟରେ ବଳକୁ ମାରିବା ପାଇଁ ବ୍ୟାଟର ବ୍ୟବହାର ହେଉଥିବା ବେଳେ ଏଠି ଗୋଡର ବ୍ୟବହାର ହୋଇଥାଏ | ବ୍ୟାଟ ବଦଳରେ ଗୋଡରେ ବଳକୁ ମାରି ରନ ପାଇଁ ଦୌଡିବାକୁ ପଡିଥାଏ | ଭୁଲ ଗୋଡରେ ଦୁଇଥର ମାରିଲେ ଅଥବା ପାଖରେ ବାଜିଲେ ବ୍ୟାଟ୍ସମ୍ୟାନ ଆଉଟ ହୋଇଥାଏ |

ତେବେ କ୍ରିକେଟ ଖେଳ ପରି ଏହି ଖେଳରେ ମଧ୍ୟ ପିଚର ଓସାର ୮ ଫୁଟ ଓ ଲମ୍ବ ୪୨ ରୁ ୪୮ ଫୁଟ ରହିଥାଏ |
ଲେଗ କ୍ରିକେଟ ଖେଳ ସାଧାରଣ କ୍ରିକେଟ ଖେଳ ପରି ଅଧିକ ଲୋକପ୍ରିୟ ହୋଇପାରିନଥିଲେ ମଧ୍ୟ ଚନ୍ଦନ ଏହି ଖେଳରେ ନିଜ ତଥା ନିଜ ଦେଶର ନାମ ରଖିବାରେ ସଫଳ ହୋଇପାରିଛନ୍ତି । ତେବେ ଏହି ଲେଗ କ୍ରିକେଟ ଖେଳ ପାଇଁ କୌଣସି ସରକାରୀ ସୁବିଧା ମିଳୁନଥିବାରୁ ଏହି ଖେଳର ଅଧିକ ପ୍ରଚାର ପ୍ରସାର ହୋଇପାରୁନାହିଁ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:କ୍ରିକେଟ କହିଲେ ସମସ୍ତେ ବୁଝନ୍ତି ଏବଂ କ୍ରିକେଟ ଖେଳି ବହୁ ଖେଳାଲୀ ନିଜର ପ୍ରତିଭା ପ୍ରଦର୍ଶନ କରି ଇତିହାସ ସୃଷ୍ଟିକରିଛନ୍ତି |ତେବେ ବରଗଡ ଜିଲ୍ଲା ଅତାବିରା ଅଞ୍ଚଳର ଚନ୍ଦନ ରାଏ ଲେଗ କ୍ରିକେଟ ଖେଳର ଏକ ଉଜ୍ବଲମୟ ତାରକା ହୋଇପାରିଛନ୍ତି |ଚନ୍ଦନଙ୍କର ପରିଶ୍ରମ ଫଳରେ ସେ ଆଜି ଭାରତୀୟ ଲେଗ କ୍ରିକେଟ ଅଣ୍ଡର 19 ଦଳର ଅଧିନାୟକ ହୋଇପାରିଛନ୍ତି |
Body:ସକାଳୁ ବ୍ୟାୟାମ, କ୍ରିକେଟ ଅଭ୍ୟାଶ ଓ ଫୁଟବଲକୁ ଗୋଡରେ ମାରୁଥିବା ଦୃଶ୍ୟ ଦେଖିଲେ ଟିକିଏ ଅଡୁଆ ଲାଗେ ହେଲେ ଭିନ୍ନ ଧରଣର ଖେଳ ହେଲା ଏହି ଲେଗ କ୍ରିକେଟ | ଏହି ଲେଗ୍ କ୍ରିକେଟ ଖେଳରେ ଜାତୀୟ ସ୍ତରରେ ଖେଳି କେବଳ ରାଜ୍ୟର ନୁହେଁ ବରଂ ସାରା ଦେଶର ନାଁ ରଖିବାରେ ସଫଳ ହୋଇପାରିଛନ୍ତି ଚନ୍ଦନ ରାଏ |ସେ ନେପାଲ , ଭୁଟାନ ପରି ଅନେକ ଦେଶକୁ ଯାଇ ଭାରତର ପ୍ରତିନିଧିତ୍ଵ କରିଛନ୍ତି | ହାଇସ୍କୁଲ ସମାପ୍ତପରେ କଲେଜରେ ପଢୁଥିବା ବେଳେ ଚନ୍ଦନ ୨୦୧୨ ମସିହାରେ ଅଣ୍ଡର ୧୭ ଲେଗ କ୍ରିକେଟ ପାଇଁ ପ୍ରଥମେ ସେ ହରିଆଣା କୁ ଯାଇଥିଲେ | ସେଠାରେ ତାଙ୍କର ଉଚ୍ଚକୋଟିର ପ୍ରଦର୍ଶନ ଦେଖି ତାଙ୍କୁ ଅଧିନାୟକ ଭାବେ ଘୋଷଣା କରାଯାଇଥିଲା |ଏହାପରେ ଚନ୍ଦନ ଆନ୍ତର୍ଜାତୀୟ ମେଚ ଖେଳି ଶିଖର ଛୁଇଁବା ସହିତ ଲେଗ କ୍ରିକେଟ ପାଇଁ ବେଶ ପରିଚିତ ହୋଇପାରିଛନ୍ତି |
କ୍ରିକେଟ ଏବଂ ଫୁଟବଲର ଯୁଗଲବନ୍ଦି ଥିବା ଏହି ଖେଳ ବିଷୟରେ ଖୁବ କମ ଲୋକ ଜାଣିଛନ୍ତି | କ୍ରିକେଟ ପରି ଏହା ୧୦ ଓଭର ର ମେଚ ହୋଇଥାଏ ଏବଂ ଗୋଟିଏ ଟିମ ରେ ୧୧ ଜଣ ଖେଲାଲୀ ମଧ୍ୟ ରହିଥାନ୍ତି | ବୋଲର ବଳକୁ ପିଚ ଉପରେ ଗଡ଼େଇ ଦେଇଥାଏ ଏବଂ ବେଟ୍ସ ମେନ ସେହି ବଳକୁ ଗୋଡେଇ ଗୋଡେଇ ମାରିଥାନ୍ତି | କ୍ରିକେଟ ରେ ବଳକୁ ମାରିବା ପାଇଁ ବ୍ୟାଟ ର ବ୍ୟବହାର ହେଉଥିବା ବେଳେ ଏଠି ଗୋଡର ବ୍ୟବହାର ହୋଇଥାଏ | ବ୍ୟାଟ ବଦଳରେ ଗୋଡରେ ବଳକୁ ମାରି ରନ ପାଇଁ ଦୌଡିବାକୁ ପଡିଥାଏ | ଭୁଲ ଗୋଡରେ ଦୁଇଥର ମାରିଲେ ଅଥବା ପାଖରେ ବାଜିଲେ ବ୍ୟାଟ୍ସମେନ ଆଉଟ ହୋଇଥାଏ | କ୍ରିକେଟ ଖେଳ ପରି ଏହି ଖେଳରେ ମଧ୍ୟ ପିଚର ଓସାର ୮ ଫୁଟ ଓ ଲମ୍ବ ୪୨ ରୁ ୪୮ ଫୁଟ ରହିଥାଏ |
ଲେଗ କ୍ରିକେଟ ଖେଳ ସାଧାରଣ କ୍ରିକେଟ ଖେଳ ପରି ଅଧିକ ଲୋକପ୍ରିୟ ହୋଇପାରିନଥିଲେ ମଧ୍ୟ ଚନ୍ଦନ ଏହି ଖେଳରେ ନିଜ ତଥା ନିଜ ଦେଶର ନାମ ରଖିବାରେ ସଫଳ ହୋଇପାରିଛନ୍ତି ତେବେ ଏହି ଲେଗ କ୍ରିକେଟ ଖେଳ ପାଇଁ କୌଣସି ସରକାରୀ ସୁବିଧା ମିଳୁନଥିବାରୁ ଏହି ଖେଳର ଅଧିକ ପ୍ରଚାର ପ୍ରସାର ହୋଇପାରୁନାହି |

READY TO AIR Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.