ETV Bharat / sports

BWF World Championships, ପ୍ରିକ୍ୱାର୍ଟରରେ ଲକ୍ଷ୍ୟ ସେନ

ଆଜି (ବୁଧବାର) ଖେଳାଯାଇଥିବା ବିଡବ୍ଲୁଏଫ ଟୁର୍ଣ୍ଣାମେଣ୍ଟ (BWF World Championships) ମ୍ୟାଚରେ ଲକ୍ଷ୍ୟ ସେନ ସ୍ପେନର ପ୍ରତିଦ୍ବନ୍ଦୀ (Spanish shuttler) ଲୁଇସ ପେନାଲୱରଙ୍କୁ ପରାସ୍ତ କରି ସିଧାସଳଖ ଭାବରେ ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚରେ ପ୍ରବେଶ କରିଛନ୍ତି ।

author img

By

Published : Aug 24, 2022, 5:57 PM IST

BWF World Championships, ପ୍ରିକ୍ବାଟରରେ ଲକ୍ଷ୍ୟ ସେନଙ୍କ ପ୍ରବେଶ

ହାଇଦ୍ରାବାଦ: ଭାରତୀୟ ସଟଲର ତାରକା ଲକ୍ଷ୍ୟ ସେନ (Indian shuttler Lakshya Sen) ବିଡବ୍ଲୁଏଫ ୱଲ୍ଡ ଚମ୍ପିଆନସିପ ପ୍ରିକ୍ୱାର୍ଟରରେ (men's singles pre-quarterfinals ) ପ୍ରବେଶ କରିଛନ୍ତି । ଆଜି (ବୁଧବାର) ଖେଳାଯାଇଥିବା ବିଡବ୍ଲୁଏଫ ଟୁର୍ଣ୍ଣାମେଣ୍ଟ (BWF World Championships) ମ୍ୟାଚରେ ଲକ୍ଷ୍ୟ ସେନ ସ୍ପେନର ପ୍ରତିଦ୍ବନ୍ଦୀ (Spanish shuttler) ଲୁଇସ ପେନାଲୱରଙ୍କୁ ପରାସ୍ତ କରି ସିଧାସଳଖ ଭାବରେ ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚରେ ପ୍ରବେଶ କରିଛନ୍ତି । ୭୨ ମିନିଟର ପ୍ରତିଯୋଗିତାରେ ଲକ୍ଷ୍ୟ ସେନ ପ୍ରତିନ୍ଦ୍ବନ୍ଦୀକୁ ୨୧-୧୭, ୨୧-୧୦ ପଏଣ୍ଟରେ ପରାଜିତ କରି ବିଜୟ ହାସଲ କରିଛନ୍ତି ।

ଟୋକିଓରେ ଖେଳାଯାଉଥିବା ବିଡବ୍ଲୁଏଫ ୱଲ୍ଡ ଚମ୍ପିଆନସିପରେ ଭାରତୀୟ ଷ୍ଟାର ସଟଲର ଲକ୍ଷ୍ୟ ସେନଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ଆଜି ଖେଳାଯାଇଥିବା ମ୍ୟାଚରେ ସ୍ପେନର ପ୍ରତିଦ୍ବନ୍ଦୀକୁ ପରାସ୍ତ କରି ସିଧାସଳଖ ଭାବରେ ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚରେ ପ୍ରବେଶ କରିଛନ୍ତି । ୭୨ ମିନିଟରେ ଖେଳାଯାଇଥିବା ଏହି ମ୍ୟାଚରେ ଲକ୍ଷ୍ୟ ସେନଙ୍କୁ ପ୍ରଥମେ ବହୁ ସଂଘର୍ଷ କରିବାକୁ ପଡିଥିଲା । ପ୍ରଥମ ମ୍ୟାଚର କିଛି ସମୟ ପରେ ଲକ୍ଷ୍ୟ ସେନ ସ୍ପେନ ସଟଲରଙ୍କ ଉପରେ ନିଜର ଦବଦବା ଜାହିର କରି ଦ୍ବିତୀୟ ସେଟରେ ବଡ ବ୍ୟବଧାନ ସହିତ ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲେ । ପରେ ପ୍ରତିନ୍ଦ୍ବନ୍ଦୀ ଲୁଇସ ପେନାଲୱରଙ୍କୁ (Luis Penalve) ୨୧-୧୭, ୨୧-୧୦ ପଏଣ୍ଟରେ ହରାଇ ପ୍ରିକ୍ବାଟର ଫାଇନାଲ ମ୍ୟାଚ ପାଇଁ ଟିକେଟ ହାସଲ କରିଛନ୍ତି ।

ସେହିପରି ଭାବରେ ପୁରୁଷ ଡବଲ୍ସରେ (men's doubles) ଏମ ଆର ଅର୍ଜୁନ ଏବଂ ଧ୍ରୁଭ କପିଲା ମଧ୍ୟ ପ୍ରି-କ୍ବାଟର ଫାଇନାଲରେ (M R Arjun and Dhruv Kapila moved to the pre-quarterfinals) ପ୍ରବେଶ କରିବାରେ ସଫଳତା ହାସଲ କରିଛନ୍ତି । ହେଲେ ଅଶ୍ବିନୀ ପନପ୍ପା ଏବଂ ଏନ ସିକ୍କି ରେଡୀ (Ashwini Ponnappa and N Sikki Reddy) ଏହି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି । ଏମ ଆର ଅର୍ଜୁନ ଏବଂ ଧ୍ରୁଭ କପିଲା ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଡେନମାର୍କର ପ୍ରଦିଦ୍ବନ୍ଦୀ ତଥା ଗତ ସଂସ୍କରଣର ବ୍ରୋଞ୍ଜ ପଦକ ବିଜେତା କିମ ଆସ୍ଟ୍ରୁପ ଏବଂ ଅଣ୍ଡ୍ରେସ ସ୍କାରୁପ ରାସମୁସେନଙ୍କ ୨୧-୧୭, ୨୧-୧୬ ପଏଣ୍ଟରେ ପରାସ୍ତ କରି ପ୍ରି-କ୍ବାଟର ଫାଇନାଲରେ ପ୍ରବେଶ ମ୍ୟାଚରେ ପ୍ରବେଶ କରିଛନ୍ତି । ପ୍ରି-କ୍ବାଟର ଫାଇନାଲରେ ଭାରତୀୟ ଏହି ଯୋଡି ସିଙ୍ଗାପୁରର ହି ୟୋଙ୍ଗ କାଇ ଟେରୀ ଏବଂ ଲୋହ କିନ ହେନଙ୍କୁ ଭେଟିବେ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.