ହାଇଦ୍ରାବାଦ: ରମେଶବାବୁ ପ୍ରଜ୍ଞାନାନନ୍ଦ । ବୟସ ମାତ୍ର 18 ବର୍ଷ । ହେଲେ ସଫଳତା ଢେର ବଡ । ଏହି ନାମକୁ ନେଇ ଆଜି ପ୍ରତିଟି ଭାରତୀୟ ଗର୍ବିତ । ବିଚକ୍ଷଣ ପ୍ରତିଭାର ଅଧିକାରୀ ଭାରତର ସତରଞ୍ଜ ବାଦଶାହା ପ୍ରଜ୍ଞାନାନନ୍ଦ ଫିଡେ ଚେସ୍ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରି ଉପବିଜେତା ହୋଇଛନ୍ତି । ପ୍ରଜ୍ଞାନାନନ୍ଦଙ୍କର ବିଜେତା ହେବା ସ୍ବପ୍ନ ମଉଳି ଯାଇଛି ସତ ହେଲେ ସେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ଦୃଦୟ ଜିତିଛନ୍ତି । ଟାଇବ୍ରେକରରେ ବିଶ୍ବର ନମ୍ବର ୱାନ ଗ୍ରାଣ୍ଡମାଷ୍ଟର ମାଗ୍ନସ କାର୍ଲସେନଙ୍କଠୁ ପରାଜିତ ହୋଇ ରନର୍ସଅପ ହୋଇଛନ୍ତି ପ୍ରଜ୍ଞାନାନନ୍ଦ । ତେବେ ଜାଣନ୍ତୁ କିଏ ଏହି ଚେସ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନାନନ୍ଦ କିପରି ଥିଲା ତାଙ୍କ ଚେସ୍ ଯାତ୍ରା । ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।
-
Congratulate young Indian Grandmaster R #Praggnanandhaa on winning the Silver medal after putting up a tough fight against reigning world champion Magnus Carlsen in the final of #FIDEWorldCup Chess Tournament & becoming one of the youngest players to qualify for #FIDECandidates… https://t.co/TAf6JLaUZP
— Naveen Patnaik (@Naveen_Odisha) August 24, 2023 " class="align-text-top noRightClick twitterSection" data="
">Congratulate young Indian Grandmaster R #Praggnanandhaa on winning the Silver medal after putting up a tough fight against reigning world champion Magnus Carlsen in the final of #FIDEWorldCup Chess Tournament & becoming one of the youngest players to qualify for #FIDECandidates… https://t.co/TAf6JLaUZP
— Naveen Patnaik (@Naveen_Odisha) August 24, 2023Congratulate young Indian Grandmaster R #Praggnanandhaa on winning the Silver medal after putting up a tough fight against reigning world champion Magnus Carlsen in the final of #FIDEWorldCup Chess Tournament & becoming one of the youngest players to qualify for #FIDECandidates… https://t.co/TAf6JLaUZP
— Naveen Patnaik (@Naveen_Odisha) August 24, 2023
ଚେସ୍ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନାନନ୍ଦ: ସତରଞ୍ଜ ଦୁନିଆରେ ଏକ ଏକ ନୂଆ ଇତିହାସ ଲେଖିଛନ୍ତି ଚେନ୍ନାଇରେ ଜନ୍ମିତ ରମେଶବାବୁ ପ୍ରଜ୍ଞାନାନନ୍ଦ । 2005 ଅଗଷ୍ଟ 5 ତାରିଖରେ ଜନ୍ମ ହୋଇଥିବା ପ୍ରଜ୍ଞାନାନନ୍ଦ ମାତ୍ର 18 ବର୍ଷ ବୟସରେ ଫିଡେ ଚେସ ବିଶ୍ବକପ ଫାଇନାଲରେ ଉପବିଜେତା ହୋଇଛନ୍ତି । ସେମିଫାଇନାଲରେ ବିଶ୍ବର ତୃତୀୟ ନମ୍ବର ଖେଳାଳି ଫାବିଆନୋ କାରୁଆନଙ୍କୁ ଟ୍ରାଇବ୍ରେକରରେ ପରାସ୍ତ କରି ଦ୍ବିତୀୟ ଭାରତୀୟ ଭାବେ ବିଶ୍ବନାଥନ ଆନନ୍ଦଙ୍କ ପରେ ଚେସ୍ ବିଶ୍ବକପ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ସେ ପରାସ୍ତ ହୋଇଥିଲେ ମଧ୍ୟ ବିଶ୍ବର ନମ୍ବର ୱାନ ଗ୍ରାଣ୍ଡମାଷ୍ଟର ମାଗ୍ନସ କାର୍ଲସେନଙ୍କୁ କଡ୍ଡା ଟକ୍କର ଦେଇ ସମସ୍ତଙ୍କ ହୃଦୟ ଜିତିଥିଲେ ।
କାର୍ଟୁନରୁ ନଜର ହଟାଇବାକୁ ଆରମ୍ଭ କରିଥିଲେ ଚେସ୍ ଖେଳ: ସାଢେ 3 ବର୍ଷ ବୟସରୁ ଚେସ୍ ଖେଳିବା ଆରମ୍ଭ କରିଥିଲେ ପ୍ରଜ୍ଞାନାନନ୍ଦ । ମାତ୍ର ଏଥିପ୍ରତି ତାଙ୍କର ଆଗ୍ରହ ନଥିଲା । ତାଙ୍କ ବୟସର ସବୁ ପିଲାଙ୍କ ପରି ସେ ଟିଭି ଦେଖିଥିଲେ । ବିଶେଶ କରି କାର୍ଟୁନ କୁନି ପିଲାଙ୍କ ପ୍ରିୟ ଥିଲା । ସେ ବି ଟିିଭିରେ ଅଧିକ ସମୟ କାର୍ଟୁନ ଦେଖୁଥିଲେ । ଏଥିରୁ ତାଙ୍କ ନଜର ହଟାଇବାକୁ ତାଙ୍କ ବଡ ଭଉଣୀ ବୈଶାଳୀ ଚେସ୍ ଖେଳିବା ଶିଖାଇଥିଲେ । ସମୟ ଗଡିବା ସାଙ୍ଗକୁ ଚେସ୍ ପ୍ରତି ତାଙ୍କର ରୁଚି ବଢିଲା ଓ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଥିଲେ ପ୍ରଜ୍ଞାନାନନ୍ଦ । ଚେସ୍ ଖେଳରେ ବିଚକ୍ଷଣ ହୋଇଗଲେ ସେ । 7 ବର୍ଷରୁ କମ୍ ବୟସ ବର୍ଗରେ ଜାତୀୟ ଚେସ ଚମ୍ପିଆନସିପ ଜିତିବା ସହ ସର୍ବକନିଷ୍ଠ ଖେଳାଳି ଭାବେ ସେ ଅନ୍ତର୍ଜାତୀୟ ଚେସ୍ ମାଷ୍ଟର ଟାଇଟଲ (ଆଇଏମ) ହାସଲ କରିଥିଲେ । 2015ରେ ଅଣ୍ଡର-10 ଟାଇଟଲ ଜିତିଥିଲେ । ଏହାସହ ସେ 2022ରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଥିଲେ । ଚେସ୍ କ୍ୟାରିୟରର ସ୍ବର୍ଣ୍ଣିମ ସଫଳତା ମଧ୍ୟରେ ଅନେକ ଅଭିଜ୍ଞ ଖେଳାଳିଙ୍କୁ ପରାସ୍ତ କରିଛନ୍ତି ପ୍ରଜ୍ଞାନାନନ୍ଦ ।
ଏହା ବି ପଢନ୍ତୁ...FIDE World Cup Final:ଟାଇ ବ୍ରେକର ଜିତିଲେ ମାଗ୍ନସ୍ କାର୍ଲସେନ, ପ୍ରଜ୍ଞାନାନନ୍ଦଙ୍କୁ ରୌପ୍ୟ
-
Eighteen-year-old Grandmaster Rameshbabu Praggnanandhaa has won the heart of every Indian by reaching the final and becoming the runner-up in FIDE’s World Cup Final. He displayed highest level of excellence while facing one of the all-times greats of the game. I convey my…
— President of India (@rashtrapatibhvn) August 24, 2023 " class="align-text-top noRightClick twitterSection" data="
">Eighteen-year-old Grandmaster Rameshbabu Praggnanandhaa has won the heart of every Indian by reaching the final and becoming the runner-up in FIDE’s World Cup Final. He displayed highest level of excellence while facing one of the all-times greats of the game. I convey my…
— President of India (@rashtrapatibhvn) August 24, 2023Eighteen-year-old Grandmaster Rameshbabu Praggnanandhaa has won the heart of every Indian by reaching the final and becoming the runner-up in FIDE’s World Cup Final. He displayed highest level of excellence while facing one of the all-times greats of the game. I convey my…
— President of India (@rashtrapatibhvn) August 24, 2023
ଛୁଟିଲା ଶୁଭେଚ୍ଛା: ପ୍ରତିଭାବାନ ପ୍ରଜ୍ଞାନାନନ୍ଦ ଚିତାକର୍ଷକ ଚେସ୍ ଖେଳ ପ୍ରଦର୍ଶନ କରି ବିଶ୍ବ ଚେସ ଚମ୍ପିଆନସିପରେ ଉପବିଜେତା ହୋଇଛନ୍ତି । ଏନେଇ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ କହିଛନ୍ତି, '' 18 ବର୍ଷୀୟ ରମେଶବାବୁ ପ୍ରଜ୍ଞାନାନନ୍ଦ ଫିଡେ ଚେସ୍ ବିଶ୍ବକପ ଫାଇନାଲରେ ପହଞ୍ଚି ଉପବିଜେତା ହୋଇ ପ୍ରତିଟି ଭାରତୀୟଙ୍କ ହୃଦୟ ଜିତିଛନ୍ତି । ସେ ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରିଛନ୍ତି ଏନେଇ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ସେ ଦେଶକୁ ଗର୍ବିତ କରିଛନ୍ତି । ତାଙ୍କ ମାଆ ନାଗାଲକ୍ଷ୍ମୀ, କୋଚ ଓ ମେଣ୍ଟର ତାଙ୍କର ଏହି ଯାତ୍ରାରେ ତାଙ୍କୁ ସମର୍ଥନ କରିଛନ୍ତି । ପ୍ରଜ୍ଞାନାନ୍ଦଙ୍କ ଭବିଷ୍ୟତ ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା ।''