ETV Bharat / sports

ମହିଳା ଫୁଟବଲ ଖେଳାଳିଙ୍କୁ ଚୁମ୍ବନ ମାମଲା, ସ୍ପେନ ଫୁଟବଲ ମୁଖ୍ୟ ଲୁଇସଙ୍କ ଇସ୍ତଫା

author img

By ETV Bharat Odisha Team

Published : Sep 12, 2023, 8:07 AM IST

ମହିଳା ଫୁଟବଲ ବିଶ୍ବ କପ ଫାଇନାଲରେ ଜଣେ ଫୁଟବଳ ଖେଳାଳିଙ୍କୁ ଚୁମ୍ବନ ନେଇ ବିବାଦରେ ପଡିଥିବା ସ୍ପେନ ଫୁଟବଲ ମୁଖ୍ୟ ଶେଷରେ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ

ସ୍ପେନ ଫୁଟବଲ ମୁଖ୍ୟ ଲୁଇସଙ୍କ ଇସ୍ତଫା
spain football chief luis rubiales resigns

ମାଦ୍ରିଦ: ମହିଳା ଫୁଟବଲ ଖେଳାଳିଙ୍କୁ ଚୁମ୍ବନ ଦେଇ ବିବାଦକୁ ଆସିଥିବା ସ୍ପେନ ଫୁଟବଲ ମୁଖ୍ୟ ଶେଷରେ ଇସ୍ତଫା ଦେଇଛନ୍ତି । ପ୍ରଥମେ ଫିଫା ଦ୍ବାରା ସାମୟିମ ନିଲମ୍ବନ ପରେ ପଦରୁ ଇସ୍ତଫା ଦେଇଛନ୍ତି ସ୍ପେନ ଫୁଟବଲ ମୁଖ୍ୟ ଲୁଇସ ରୁବେଲ୍ସ । ଗତମାସରେ ଫିଫା ମହିଳା ଫୁଟବଲ ବିଶ୍ବକପରେ ନିଜ ଦେଶର ଜଣେ ଖେଳାଳିକୁ ଚୁମ୍ବନ ନେଇ ବିବାଦ ଘେରକୁ ଆସିଥିଲେ ଲୁଇସ ।

ଏହା ବି ପଢନ୍ତୁ...World Cup Final Kiss Row: ସ୍ପେନ ଫୁଟବଲ ମୁଖ୍ୟଙ୍କୁ ନିଲମ୍ବନ କଲା ଫିଫା

ବିଶ୍ବକପ ବିଜେତା ସ୍ପେନ ଦଳକୁ ପୁରସ୍କାର ପ୍ରଦାନ ସମାରୋହରେ ନିଜ ଦେଶର ମହିଳା ଫୁଟବଲ ଖେଳାଳି ଜେନ୍ନି ହରମୋସାଙ୍କୁ ଚୁମ୍ବନ ଦେବା ଘଟଣାରେ ପ୍ରଥମେ ତାଙ୍କୁ ଫିଫା ନିଲମ୍ବନ କରିଥିଲା । 90ଦିନ ପାଇଁ ସାମୟିକ ଭାବେ ନିଲମ୍ବିତ ହୋଇଥିବା ଲୁଇସ ଶେଷରେ ଇସ୍ତଫା ଦେଇଛନ୍ତି । ଲୁଇସ୍‌ ତାଙ୍କ ଇସ୍ତଫା ପତ୍ରକୁ କାମଚଳା ସଭାପତିଙ୍କ ନକଟକୁ ପଠାଇଥିବା ମହାସଂଘ ପକ୍ଷରୁ ଜଣାପଡିଛି । ସ୍ପେନ୍‌ ହାଇକୋର୍ଟରେ ଲୁଇସଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଇସ୍ତଫା ଦେଇଥିଲେ ବି ଉକ୍ତ ଘଟଣାକୁ ନେଇ ସେ ଅନୁତାପ କରିନାହାନ୍ତି । ସେ ତାଙ୍କ ସମ୍ମାନ ପାଇଁ ଶେଷ ଯାଏଁ ଲଢିବେ ଏବଂ ସତ୍ୟ ଉପରେ ଭରସା ଅଛି ବୋଲି କହିଛନ୍ତି ।

46 ବର୍ଷୀୟ ଲୁଇସ ରୁବେଲ୍ସ ଜଣେ ପୂର୍ବତନ ଫୁଟବଲ ଖେଳାଳି ଏବଂ 2018ରୁ ସ୍ପେନ କ୍ରୀଡା ସଂଘର ସଭାପତି ଥିଲେ । ଚୁମ୍ବନ ବିବାଦ ଛନ୍ଦି ହେବା ପରେ ସେ ୟୁଇଏଫଏ ଉପସଫାପତି ପଦକୁ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି । ମହିଳା ଖେଳାଳିଙ୍କୁ ଚୁମ୍ବନ ଦେବା ଘଟଣାରେ ଲୁଇସ୍‌କୁ ଫିଫା ଦ୍ବାରା 3ମାସ ନିଲମ୍ବିତ କରାଯାଇଥିଲା ।

ଏହା ବି ପଢନ୍ତୁ...FIFA Womens World Cup Champion: ଇତିହାସ ରଚିଲା ସ୍ପେନ୍‌, ଇଂଲଣ୍ଡକୁ ହରାଇ ହାତେଇଲା ପ୍ରଥମ ଟାଇଟଲ

ପ୍ରକାଶ ଥାଉ କି, ଅଗଷ୍ଟ 20 ତାରିଖରେ ଅଷ୍ଟ୍ରେଲିଆର ସିଡନୀରେ ଫିଫା ମହିଳା ଫୁଟବଲ ବିଶ୍ବକପ 2023 ଫାଇନାଲ ଖେଳାଯାଇଥିଲା । ଫାଇନାଲ ଫାଇଟରେ ଇଂଲଣ୍ଡକୁ 1-0 ଗୋଲରେ ପରାସ୍ତ କରି ପ୍ରଥମ ଥର ପାଇଁ ଫିଫା ଟାଇଟଲ ହାତେଇଥିଲା ସ୍ପେନ୍‌ ମହିଳା ଫୁଟବଲ ଦଳ । ଫାଇନାଲରେ ନିର୍ଣ୍ଣାୟକ ଗୋଲ ଦେଇ ବିଜୟ ହାସଲ କରିଥିଲା ସ୍ପେନ୍‌ । ଏହି ବିଜୟ ପରେ ପୁରା ଟିମ୍‌ର ସେଲିବ୍ରେସନ ମାହୋଲ ଥିଲା । ଏହି ସମୟରେ ଦଳର ଜଣେ ଖେଳାଳିଙ୍କୁ ଚମ୍ବନ ନେଇ ବିବାଦକୁ ଆସିଥିଲେ ସ୍ପେନ ଫୁଟବଲ ମୁଖ୍ୟ ଲୁଇସ ରୁବେଲ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.