ETV Bharat / sports

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲୋଗୋ ଉନ୍ମୋଚିତ - ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା

ସୋମବାର ଭୁବନେଶ୍ବର ରେଲୱେ ଅଡିଟୋରିୟମଠାରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଲୋଗୋ, ଜର୍ସି ଓ କ୍ରୀଡାସୂଚୀ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ଖବର ପଢନ୍ତୁ...

khelo-india-university-logo-presented-at-bhubaneswer
ଖେଲୋ ଇଣ୍ଡିଆ
author img

By

Published : Jan 6, 2020, 9:42 PM IST

ଭୁବନେଶ୍ବର: ଆଉ ଏକ ବିଶାଳ ଟୁର୍ଣ୍ଣାମେଣ୍ଟର ମୂକସାକ୍ଷୀ ହେବାକୁ ଯାଉଛି ରାଜଧାନୀ । ଭୁବନେଶ୍ବରରେ ଖେଳାଯିବ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ପ୍ରତିଯୋଗୀତା । ସୋମବାର ସ୍ଥାନୀୟ ରେଲୱେ ଅଡିଟୋରିୟମଠାରେ ଏହି ମେଗା ଇଭେଣ୍ଟରେ ଲୋଗୋ, ଜର୍ସି ଓ କ୍ରୀଡାସୂଚୀ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସମାରୋହରେ ଉପସ୍ଥିତ ଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ତାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଲୋଗୋ ଉନ୍ମୋଚିତ

ତେବେ ଓଡ଼ିଶାର ମାସ୍କଟ ଓଲି ସମେତ ଖେଲୋ ଇଣ୍ଡିଆର ମାସ୍କଟ ଜୟ ବିଜୟକୁ ମଧ୍ୟ ଏହି ପ୍ରତିଯୋଗିତା ପାଇଁ ଲୋକାର୍ପିତ କରାଯାଇଛି । କିଟ୍ ବିଶ୍ବବିଦ୍ୟାଳୟ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ 22ରୁ ମାର୍ଚ୍ଚ 1 ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟ ଆୟୋଜନ କରାଯିବ । ଯାହାର କାର୍ଯ୍ୟଭାର ଓଡିଶା ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି ।

khelo-india-university-logo-presented-at-bhubaneswer
ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଲୋଗୋ ଉନ୍ମୋଚିତ

ଅନ୍ୟପଟେ ସମାରୋହ ଉତ୍ସବରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗଦେଇଛନ୍ତି ।

ଏହି ମେଗା ଇଭେଣ୍ଟ 17ଟି ବିଭିନ୍ନ ଖେଳକୁ ସ୍ଥାନ ଦିଆଯାଇଛି । ତୀରନ୍ଦାଜୀ, ଦୌଡ଼କୁଦ, ବକ୍ସିଂ, ଫେନସିଂ, ଜୁଡ଼ୋ, ସନ୍ତରଣ, ଭାରତ୍ତୋଳନ, କୁସ୍ତି, ବ୍ୟାଡ଼ମିଣ୍ଟନ, ବାସ୍କେଟବଲ, ଫୁଟବଲ, ହକି, ଟେବୁଲ ଟେନିସ ଓ ଭଲିବଲ ଉଭୟ ପୁରୁଷ ମହିଳା ବର୍ଗରେ ଆୟୋଜିତ ହେବ । ଏହି ପ୍ରତିଯୋଗିତାରେ ଦେଶର ଶ୍ରେଷ୍ଠ 8 ଟି ବିଶ୍ବବିଦ୍ୟାଳୟ ଅଂଶଗ୍ରହଣ କରିବେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଖେଳ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମର ଲୋଗୋ ଉନ୍ମୋଚନ।Body:ଖେଳ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମର ଲୋଗୋ ଉନ୍ମୋଚନ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.