ETV Bharat / sports

ଜାଭେଲିନରେ ନୂଆ ଜାତୀୟ ରେକର୍ଡ ରଚିଲେ ଅନୁରାନୀ - ଜାଭେଲିନ ଥ୍ରୋ ଆଥଲେଟ ଅନୁ ରାନୀ

ଏନଆଇଏସ୍‌ ପଟିଆଲାରେ ସୋମବାର 63.24 ମିଟର ଥ୍ରୋ କରିବା ସହ ନୂଆ ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି ଏସିଆନ ମେଡାଲ ବିଜେତା ଜାଭେଲିନ ଥ୍ରୋ ଆଥଲେଟ ଅନୁ ରାନୀ । ଅଧିକ ପଢନ୍ତୁ...

Javelin thrower Annu Rani scripts national record, fails to qualify for Olympics
ଜାଭେଲିନରେ ନୂଆ ଜାତୀୟ ରେକର୍ଡ ରଚିଲେ ଅନୁରାନୀ
author img

By

Published : Mar 15, 2021, 10:43 PM IST

ନୂଆଦିଲ୍ଲୀ: ସିନିୟର ନ୍ୟାସନାଲ ଫେଡେରେସନ କପ ଆଥଲେଟିକ୍ସର ପ୍ରଥମ ଦିନରେ ଚମକିଲେ ଏସିଆନ ମେଡାଲ ବିଜେତା ଜାଭେଲିନ ଥ୍ରୋ ଆଥଲେଟ ଅନୁ ରାନୀ । ଏନଆଇଏସ୍‌ ପଟିଆଲାରେ ସୋମବାର 63.24 ମିଟର ଥ୍ରୋ କରିବା ସହ ନୂଆ ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି । ତେବେ ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମାର୍କ 64 ମିଟରରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି।

28 ବର୍ଷୀୟ ଉତ୍ତରପ୍ରଦେଶ ଅନ୍ତର୍ଜାତୀୟ ଜାଭେଲିନ ଥ୍ରୋ ଆଥଲେଟ ପ୍ରଥମ ପ୍ରଥମ ଥ୍ରୋ ରେ 61.45 ମିଟର ଫିଙ୍ଗିଥିଲେ । ପରେ 63.24 ମିଟର ଫିଙ୍ଗିବା ସହ 2019ରେ ନିଜର 62.34 ମିଟର ରେକର୍ଡକୁ ଅତିକ୍ରମ କରିଥିଲେ ।

ସେହିପରି ରାଜସ୍ଥାନର ସଞ୍ଜନା ଚୌଧୁରୀ 54.55 ମିଟର ଫିଙ୍ଗିବା ସହ ଦ୍ବିତୀୟ ସ୍ଥାନରେ ଓ ହରିୟାଣାର କୁମାରୀ ଶର୍ମିଳା 50.78 ମିଟର ସହ ତୃତୀୟ ସ୍ଥାନରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.