ETV Bharat / sports

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ୍‌: ବିଜୟରୁ ଭାରତର ଅଭିଯାନ ଆରମ୍ଭ

author img

By

Published : Oct 4, 2019, 10:41 PM IST

ବିଶ୍ବ  ମହିଳା ବକ୍ସିଂ ଚମ୍ପିଆନସିପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଯମୁନା ବୋରୋ 54 କିଲୋଗ୍ରାମ ବର୍ଗରେ ବିଜୟୀ ହୋଇ ପ୍ରି-କ୍ବାଟରଫାଇନାଲରେ ପ୍ରବେଶ କରିଛନ୍ତି ।

ଫଟୋ ସୌଜନ୍ୟ: twitter@BFI_official

ହାଇଦ୍ରାବାଦ: ଆରମ୍ଭ ହୋଇଛି ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ । ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଯମୁନା ବୋରୋ 54 କିଲୋଗ୍ରାମ ବର୍ଗରେ ବିଜୟୀ ହୋଇ ପ୍ରି-କ୍ବାଟରଫାଇନାଲରେ ପ୍ରବେଶ କରିଛନ୍ତି ।

Jamuna Boro
ଫଟୋ ସୌଜନ୍ୟ: twitter@BFI_official

ଯମୁନା ମୋଙ୍ଗଲିଆର ମିଚିଡମା ଇରଡେନେଡାଲାଇ ଙ୍କୁ 5-0 ପଏଣ୍ଟରେ ହରାଇଛନ୍ତି । ଆରମ୍ଭରୁ ରକ୍ଷଣାତ୍ମକ ଖେଲିଥିଲେ ମଧ୍ୟ ମ୍ୟାଚର ଶେଷ ଭାଗରେ ଯମୁନା ଆକ୍ରମଣାତ୍ମକ ଖେଳି ଦମଦାର ବିଜୟ ହାସଲ କରିଥିଲେ । 22 ବର୍ଷୀୟା ଯମୁନା ବୋରୋ ଆସାମ ରାଇଫଲରେ କାର୍ଯ୍ୟରତ ଅଛନ୍ତି । ପ୍ରି-କ୍ବାଟର ଫାଇନାଲରେ ଆଲଜେରିଆର ଓଇଦାଦ ସ୍ଫୋଙ୍କ ସହ ତାଙ୍କୁ ମୁକାବିଲା ହେବ । 2017 ବିଶ୍ବ ଚମ୍ପିଆନସିପରେ ସ୍ଫୋ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଶନିବାର 57 କିଲୋଗ୍ରାମ ବର୍ଗରେ ପୂର୍ବତନ ଜାତୀୟ ଚମ୍ପିଆନ ନିରଜ ଓ ସ୍ବାତୀ ବୋରା 75 କିଲୋଗ୍ରାମ ବର୍ଗରେ ଅଭିଯାନ ଆରମ୍ଭ କରିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.