ETV Bharat / sports

ଭାରତରେ ଅଲମ୍ପିକ ଆୟୋଜନ ମୋର ସ୍ବପ୍ନ: ନୀତା ଅମ୍ବାନୀ

author img

By

Published : Jul 16, 2020, 1:54 AM IST

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର 43 ତମ ବାର୍ଷିକ ସାଧାରଣ ସଭାରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ନୀତା ଅମ୍ବାନୀ କହିଛନ୍ତି ଯେ ଭାରତରେ ଅଲମ୍ପିକ ଆୟୋଜନ କରିବା ତାଙ୍କର ସ୍ବପ୍ନ । ଅଧିକ ପଢ଼ନ୍ତୁ...

my dream to see India host Olympics,  Nita Ambani dreams India to host Olympics, ଭାରତରେ ଅଲମ୍ପିକ ଆୟୋଜନ ମୋର ସ୍ବପ୍ନ, ନୀତା ଅମ୍ବାନୀ, ରିଲାଏନ୍ସ ଫାଉଣ୍ଡେସନ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ, Nita Ambani
ଭାରତରେ ଅଲମ୍ପିକ ଆୟୋଜନ ମୋର ସ୍ବପ୍ନ: ନୀତା ଅମ୍ବାନୀ

ମୁମ୍ବାଇ: ବୁଧବାର ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ତଥା ପ୍ରତିଷ୍ଠାତା ନୀତା ଅମ୍ବାନୀ କହିଛନ୍ତି ଯେ ଭାରତରେ ଅଲିମ୍ପିକ୍ସ ଆୟୋଜନ କରିବା ତାଙ୍କ ସ୍ବପ୍ନ।

2016ରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିବା ନୀତା ଅମ୍ବାନୀ କହିଛନ୍ତି ଯେ ସେ ଭାରତର ଆଥଲେଟମାନଙ୍କୁ ବିଶ୍ବ ସ୍ତରରେ ସର୍ବୋଚ୍ଚ ସ୍ତରରେ ପ୍ରଦର୍ଶନ କରୁଥିବା ଦେଖିବାକୁ ଚାହୁଁଛନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର 43 ତମ ବାର୍ଷିକ ସାଧାରଣ ସଭାରେ (ଏଜିଏମ୍) ସେ କହିଛନ୍ତି, ‘‘ଅଲିମ୍ପିକ ଗେମ୍ସକୁ ଭାରତକୁ ଆଣିବା ମୋର ସ୍ବପ୍ନ । ମୁଁ ଭାରତର ଆଥଲେଟମାନଙ୍କୁ ବିଶ୍ବ ସ୍ତରରେ ସର୍ବଶ୍ରେଷ୍ଠ ସ୍ତରରେ ପ୍ରଦର୍ଶନ କରରୁଥିବା ଦେଖିବାକୁ ଚାହେଁ।’’

ନୀତା ଅମ୍ବାନୀଙ୍କ ନେତୃତ୍ବରେ ରିଲାଏନ୍ସ ଫାଉଣ୍ଡେସନ ତୃଣମୂଳ ସ୍ତରରେ ଖେଳାଳିଙ୍କୁ ପ୍ରସ୍ତୁତ କରିବା ପାଇଁ ଅନେକ ଶିକ୍ଷାଗତ ତଥା କ୍ରୀଡା ପ୍ରକଳ୍ପ ଚଳାଇଥାଏ ଯେଉଁଥିରେ ଲକ୍ଷ ଲକ୍ଷ ପିଲା ଯୋଡ଼ି ହୋଇଛନ୍ତି ।

ନିର୍ଦ୍ଦେଶକ ଭାବରେ ପ୍ରଥମ ଥର ପାଇଁ ରିଲାଏନ୍ସର ବାର୍ଷିକ ସାଧାରଣ ସଭାରେ ନୀତା ଅମ୍ବାନୀ ସମ୍ବୋଧିତ କରିଥିଲେ। ରିଲାଏନ୍ସ ଫାଉଣ୍ଡେସନ ବିଷୟରେ ସେ କହିଛନ୍ତି ଯେ ଗତ 10 ବର୍ଷ ମଧ୍ୟରେ ଏହି ଫାଉଣ୍ଡେସନ ଦେଶର 30 ନିୟୁତ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ।

ସେ କହିଛନ୍ତି ଯେ, ‘‘କୋରୋନାଭାଇରସ ମହାମାରୀ ସମୟରେ ଆମେ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇରେ ଭାରତର ପ୍ରଥମ 100 ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ-19 ଡାକ୍ତରଖାନା ସ୍ଥାପନ କରିଥିଲୁ।’’

‘‘ଆମର ଡାକ୍ତର ଏବଂ ନର୍ସମାନେ ନିଃସ୍ବାର୍ଥପର ଏବଂ ନିରନ୍ତର, ସାଥୀ ଭାରତୀୟଙ୍କ ସେବା କରିବାକୁ ଚେଷ୍ଟା କରୁଛନ୍ତି। ମହାମାରୀ ବ୍ୟାପିବା ପରେ ସବୁଠାରୁ ବଡ ଆହ୍ବାନ ହେଲା ପିପିଏ କିଟ୍‌ର ଅଭାବ। ଆମେ ଆମର ଉତ୍ପାଦନ ସୁବିଧାଗୁଡ଼ିକରେ ଆବଶ୍ୟକ ପରିବର୍ତ୍ତନ କରିଥିଲୁ ଏବଂ ରେକର୍ଡ ସମୟରେ ପ୍ରତ୍ୟେକ ଦିନ 1 ଲକ୍ଷରୁ ଅଧିକ ପିପିଇ କିଟ ଉତ୍ପାଦନ ସହ N95 ମାସ୍କ ଉତ୍ପାଦନ କରିଥିଲୁ ।’’

ସେ ଆହୁରି ମଧ୍ୟ ଆଶ୍ବାସନା ଦେଇଛନ୍ତି ଯେ, ଯେତେବେଳେ ବି ମାରାତ୍ମକ କୋରୋନାଭାଇରସ ପାଇଁ ଏକ ଟିକା ବାହାରିବ, ରିଲାଏନ୍ସ ନିଶ୍ଚିତ କରିବ ଯେ ଏହା ଦେଶର ଆବଶ୍ୟକତା ଥିବା ସମସ୍ତଙ୍କ ନିକଟରେ ପହଞ୍ଚିବ।

‘ମିଶନ ଅନ୍ନ ସେବା' ବିଷୟରେ ଅଂଶୀଦାରମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି, ‘‘ମିଶନ ଅନ୍ନ ସେବା ମାଧ୍ୟମରେ ଆମେ ଦେଶରେ ବଞ୍ଚିତ ସମ୍ପ୍ରଦାୟ, ଦିନ ମଜୁରିଆ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ 5 କୋଟିରୁ ଅଧିକ ମିଲ ଯୋଗାଇଛୁ । କୌଣସି କର୍ପୋରେଟ୍ ଫାଉଣ୍ଡେସନ୍ ଦ୍ବାରା କରଯାଇଥିବା ଏହା ସର୍ବ ବୃହତ ଫୁଡ ଡେଲିଭେରି କାର୍ଯ୍ୟକ୍ରମ ହୋଇପାରିଥିବାରୁ ଆମେ ଖୁସି।’’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.