ETV Bharat / sports

ସୁଟିଂ ବିଶ୍ବକପ: ସ୍ବର୍ଣ୍ଣରେ ଚମକିଲେ ରାହି ସର୍ଣ୍ଣୋବାତ

author img

By

Published : Jun 28, 2021, 5:49 PM IST

ସୁଟିଂ ବିଶ୍ବକପ: ସ୍ବର୍ଣ୍ଣରେ ଚମକିଲେ ରାହି ସର୍ଣ୍ଣୋବାତ

ISSF World Cup: Tokyo-bound Rahi Sarnobat bags Gold in 25m pistol event
ସୁଟିଂ ବିଶ୍ବକପ: ସ୍ବର୍ଣ୍ଣରେ ଚମକିଲେ ରାହି ସର୍ଣ୍ଣୋବାତ

ଓସଜେକ(କ୍ରୋଏସିଆ): ଚଳିତ ISSF ସୁଟିଂ ବିଶ୍ବକପରେ ସ୍ବର୍ଣ୍ଣରେ ଚମକିଲେ ଟୋକିଓ ଅଲମ୍ପିକ ଯୋଗ୍ୟ ଆଥଲେଟ ରାହି ସର୍ଣ୍ଣୋବାତ । କ୍ରୋଏସିଆର ଏସଜେକରେ ଖେଳାଯାଉଥିବା ଏହି ମେଗା ପ୍ରତିଯୋଗିତାରେ 25 ମିଟର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ରାହି ।

ଫାଇନାଲରେ 39 ପଏଣ୍ଟ ସହ ବିଶ୍ବ ରେକର୍ଡରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହିଗଲେ ରାହି । ଏଥିସହ ରୌପ୍ୟ ପଦକ ବିଜେତାଙ୍କ ଠାରୁ 8 ପଏଣ୍ଟ ଆଗରେ ରହିଥିଲେ ।

ଚଳିତ ସୁଟିଂ ବିଶ୍ବକପରେ ଏହା ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ISSF ସୁଟିଂ ବିଶ୍ବକପରେ ଭାରତର ପଦକ ସଂଖ୍ୟା 4କୁ ବୃଦ୍ଧି ପାଇଛି । ଏହାମଧ୍ୟରେ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ରହିଛି ।

ଅଲମ୍ପିକ୍ସକୁ ଆଉମାତ୍ର କିଛି ସପ୍ତାହ ବାକିଥିବାବେଳେ ରାହିଙ୍କ ଏହି ଐତିହାସିକ ପ୍ରଦର୍ଶନ ଟୋକିଓରେ ଭାରତରେ ଅଲମ୍ପିକ୍ସ ପଦକ ଆଶାକୁ ବୃଦ୍ଧି କରିଛି । ଫଳରେ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ ରାହିଙ୍କୁ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.