ETV Bharat / sports

ISSF ସୁଟିଂ ବିଶ୍ବକପ: ଦିବ୍ୟାଂଶ, ଇଲାଭେନିଲଙ୍କୁ ସ୍ବର୍ଣ୍ଣ

author img

By

Published : Mar 22, 2021, 5:03 PM IST

10 ମିଟର ମିକ୍ସଡ ଏୟାର ରାଇଫଲ ଇଭେଣ୍ଟରେ ଦୁଇ ଭାରତୀୟ ଷ୍ଟାର ସୁଟର ଦିବ୍ୟାଂଶ ସିଂହ ପାନୱାର ଓ ଇଲାଭେନିଲ ଭଲାରିଭନ ଚମତ୍କାର ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ବିଜେତା । ଅଧିକ ପଢନ୍ତୁ...

ISSF World Cup: Divyansh, Elavenil, win 10m mixed air rifle gold
ISSF ସୁଟିଂ ବିଶ୍ବକପ: ଦିବ୍ୟାଂଶ, ଇଲାଭେନିଲଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ସୋମବାର ଚଳିତ ISSF ସୁଟିଂ ବିଶ୍ବକପର ତୃତୀୟ ଦିନରେ ଭାରତୀୟ ସୁଟରଙ୍କ ପଦକ ବିଜୟ ଅଭିଯାନ ଜାରି ରହିଛି । 10 ମିଟର ମିକ୍ସଡ ଏୟାର ରାଇଫଲ ଇଭେଣ୍ଟରେ ଦୁଇ ଭାରତୀୟ ଷ୍ଟାର ସୁଟର ଦିବ୍ୟାଂଶ ସିଂହ ପାନୱାର ଓ ଇଲାଭେନିଲ ଭଲାରିଭନ ଚମତ୍କାର ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।

ଭାରତୀୟ ଯୋଡି ସ୍ବର୍ଣ୍ଣ ପଦକ ମ୍ୟାଚରେ ମୋଟ 16 ପଏଣ୍ଟ ହାସଲ କରିଥିଲେ । ମାତ୍ର ବିଶ୍ବ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ହଙ୍ଗେରୀ ଖେଳାଳି ଇଷ୍ଟଭନ ପେନି ଓ ଇସଜଟର ଡେନିସ 10 ପଏଣ୍ଟରେ ସୀମିତ ରହିଥିଲେ । ଏହା ଚଳିତ ପ୍ରତିଯୋଗୀତାରେ ଭାରତର 4ର୍ଥ ସ୍ବର୍ଣ୍ଣ ପଦକ ।

ଡକ୍ଟର କରଣୀ ସିଂହ ସୁଟିଂ ରେଞ୍ଜ୍‌ରେ ଚାଲିଥିବା ଏହି ମେଗା ଇଭେଣ୍ଟରେ ଉଭୟ ଭାରତୀୟ ଯୋଡି ଫାଇନାଲ ପ୍ରୟାସରେ 10.4 ପଏଣ୍ଟ ହାସଲ କରିଥିଲେ । ମାତ୍ର ପ୍ରତିପକ୍ଷ ହଙ୍ଗେରୀ ଯୋଡି ଯଥାକ୍ରମେ 10.7 ଓ 9.9 ପଏଣ୍ଟ ହାସଲ କରିଥିଲେ ।

ୟୁଏସର ମେରୀ କାରୋଲିନ ଟକର ଓ ଲୁକାସ କୋଜେନିସକେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.