ନୂଆଦିଲ୍ଲୀ: ଚଳିତ ISSF ସୁଟିଂ ବିଶ୍ବକପରେ ଭାରତର ପଦକ ବିଜୟ ଅଭିଯାନ ଜାରି ରହିଛି । ଶନିବାର ଭାରତୀୟ 25 ମିଟର ରାଫିଡ ଫାୟାର ପିସ୍ତଲ ମିକ୍ସ ଟିମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
18 ବର୍ଷୀୟ ବିଜୟବୀର ସିଧୁ ଓ 16 ବର୍ଷୀୟା ତେଜସ୍ବିନୀ, ସ୍ବର୍ଣ୍ଣ ପଦକ ମ୍ୟାଚରେ ଗୁରପ୍ରୀତ ସିଂହ ଓ ଅଭୁଦନ୍ୟା ପାଟିଲଙ୍କୁ ହରାଇଛନ୍ତି ।
ଭାରତୀୟ ସୁଟର ବିଜୟବୀର ସିଧୁ ଗତ ଗୁରୁବାର 25 ମିଟର ପୁରୁଷ ରାପିଡ ଫାୟର ପିସ୍ତଲ ଇଭେଣ୍ଟରେ ରୌପ୍ୟ ପଦକ ବିଜେତା ହୋଇଥିଲେ ।
ଭାରତର ସଞ୍ଜୀବ ରାଜପୁତ ଓ ତେଜସ୍ବିନୀ 50 ମିଟର ରାଇଫଲ 3 ପୋଜିସନ ମିକ୍ସଡ ଟିମ ଇଭେଣ୍ଟରେ ସ୍ବର୍ଣ୍ଣରେ ଚମକିଛନ୍ତି । ସେହିପରି ସମାନ ଇଭେଣ୍ଟରେ ସୁନିଧୀ ଚୌହାନ ଓ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର ବ୍ରୋଞ୍ଜ ପଦକ ଜିତିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ