ETV Bharat / sports

ଅଲିମ୍ପିକ୍‌ ଆଚରଣ ବିଧି ଉଲ୍ଲଙ୍ଘନ, ଋଷ୍‌ ଅଲିମ୍ପିକ୍ସ କମିଟିକୁ ନିଲମ୍ବିତ କଲା ଆଇଓସି

author img

By ETV Bharat Odisha Team

Published : Oct 13, 2023, 10:56 PM IST

ୟୁକ୍ରେନ ଅଧୀନରେ ଥିବା ଆଞ୍ଚଳିକ କ୍ରୀଡ଼ା ସଂଗଠନକୁ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରିବା ପଡ଼ିଲା ମହଙ୍ଗା । ଋଷ୍‌ ଅଲିମ୍ପିକ୍ସ କମିଟିକୁ ନିଲମ୍ବିତ କଲା ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି । ଅଧିକ ପଢ଼ନ୍ତୁ

ଋଷ୍‌ ଅଲିମ୍ପିକ୍ସ କମିଟିକୁ ନିଲମ୍ବିତ କଲା ଆଇଓସି

ମୁମ୍ବାଇ: ଋଷ୍‌ ଅଲିମ୍ପିକ୍ସ କମିଟିକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ବଡ଼ ଝଟ୍‌କା । ଋଷିଆ ଅଲିମ୍ପିକ୍ସ କମିଟିକୁ ନିଲମ୍ବିତ କରିଛି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) । ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ବଡ଼ ନିଷ୍ପତ୍ତି ନେଇଛି ଆଇଓସି । ଗତ ଅକ୍ଟୋବର ୫ରେ ୟୁକ୍ରେନ ଅଧୀନରେ ଥିବା ଆଞ୍ଚଳିକ କ୍ରୀଡ଼ା ସଂଗଠନକୁ ଏହାର ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରିବାକୁ ଋଷ୍‌ ଅଲିମ୍ପିକ୍ସ କମିଟି ଏକ ନିଷ୍ପତ୍ତି ନେଇଥିଲା । ଆର୍‌ଓସିର ଏହି ନିଷ୍ପତ୍ତିକୁ ଅଲିମ୍ପିକ୍ସ ନିୟମ ଏବଂ ପ୍ରଣାଳୀର ଉଲ୍ଲଙ୍ଘନ ବୋଲି ବିବେଚନା କରି ଏହି ବଡ଼ ପଦକ୍ଷେପ ନେଇଛି ଆଇଓସି ।

ଅଲିମ୍ପିକ୍ସ ଚାର୍ଟର୍ ଅନୁଯାୟୀ ଆଇଓସି ଏହାକୁ ୟୁକ୍ରେନର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଙ୍ଘନ ବୋଲି ବିବେଚନା କରିଛି । ତେଣୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ପରବର୍ତ୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ଋଷ୍‌ ଅଲିମ୍ପିକ୍ସ କମିଟିକୁ ନିଲମ୍ବିତ କରିଛି । ଫଳରେ ଋଷ୍‌ ଅଲିମ୍ପିକ୍ସ କମିଟି ଜାତୀୟ ଅଲିମ୍ପିକ୍ସ କମିଟି ଭାବରେ କାମ କରିବାକୁ ସମର୍ଥ ହେବନାହିଁ । କୌଣସି ଅଲିମ୍ପିକ୍ସ ସହ ଜଡ଼ିତ କ୍ରୀଡା କିମ୍ବା କାର୍ଯ୍ୟକଳାପ ପାଇଁ ସେମାନଙ୍କୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି)ରୁ ଫଣ୍ଡିଂ ମିଳିବ ନାହିଁ । ଏଥିସହ ପ୍ୟାରିସ୍ ଅଲିମ୍ପିକ୍ସରେ କିମ୍ବା ୨୦୨୬ ଅଲିମ୍ପିକ୍ସରେ ଭାଗନେଉଥିବା କ୍ରୀଡାବିତ୍‌ଙ୍କ ପାଖରେ ଯଦି ଋଷ୍‌ ପାସପୋର୍ଟ ଥିବ, ସେହି ଆଥଲେଟଙ୍କ ଅଂଶଗ୍ରହଣ ବିଷୟରେ ଆଇଓସି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବ । ଫଳରେ ଏହି ଖେଳାଳିଙ୍କ ଭବିଷ୍ୟତ ମଧ୍ୟ ଆଶଙ୍କା ଭିତରକୁ ଠେଲିହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Olympic 2028: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ଦେଖିବାକୁ ମିଳିବ କ୍ରିକେଟ, ପ୍ରସ୍ତାବ ଗ୍ରହଣ କଲା ଆଇଓସି

ପ୍ରକାଶ ଥାଉ ଏଥର ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେଉଛି । ଏହି ଅଧିବେଶନ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସଦସ୍ୟମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଭାବରେ କାର୍ଯ୍ୟ କରେ । ଅଲିମ୍ପିକ୍ସ ଗେମ୍ସର ଭବିଷ୍ୟତ ବିଷୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଏହି ଆଇଓସି ଅଧିବେଶନରେ ନିଆଯାଇଥାଏ । ଭାରତ ପ୍ରାୟ ୪୦ ବର୍ଷର ବ୍ୟବଧାନ ପରେ ଦ୍ବିତୀୟ ଥର ପାଇଁ ଆଇଓସି ଅଧିବେଶନ ଆୟୋଜନ କରୁଛି । ୧୯୮୩ ମସିହାରେ ନୂଆଦିଲ୍ଲୀରେ ଆଇଓସିର ୮୬ତମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସେତେବେଳେ ଭାରତ ପ୍ରଥମ ଥର ପାଇଁ ଏହି ବୈଠକ ଆୟୋଜନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.