ETV Bharat / sports

ଋଷରେ ସମସ୍ତ କ୍ରୀଡା ଇଭେଣ୍ଟ ବାତିଲ କରିବାକୁ IOCର ଅପିଲ

author img

By

Published : Feb 25, 2022, 10:44 PM IST

ଋଷରେ ସମସ୍ତ କ୍ରୀଡ଼ା ଇଭେଣ୍ଟକୁ ବାତିଲ କରିବାକୁ ଅପିଲ କଲା ଅନ୍ତର୍ଜାତୀୟ ଅଲମ୍ପିକ୍‌ କମିଟି । ଋଷରେ ଆୟୋଜନ ହେବାକୁ ଥିବା ସମସ୍ତ ଇଭେଣ୍ଟକୁ ଅନ୍ୟ ସ୍ଥାନରେ ଆୟୋଜନ କରିବାକୁ ଅପିଲ କରାଯାଇଛି । ଅଧିକ ପଢ଼ନ୍ତୁ

IOC appeal to cancel all sporting events in Russia and Belarus
ଋଷିଆରେ ସମସ୍ତ କ୍ରୀଡ଼ା ଇଭେଣ୍ଟକୁ ବାତିଲ କରିବାକୁ IOCର ଅପିଲ୍‌

ନୂଆଦିଲ୍ଲୀ: ଋଷରେ ସମସ୍ତ କ୍ରୀଡ଼ା ଇଭେଣ୍ଟକୁ ବାତିଲ କରିବାକୁ ଅପିଲ କଲା ଅନ୍ତର୍ଜାତୀୟ ଅଲମ୍ପିକ୍‌ କମିଟି । ଋଷରେ ଆୟୋଜନ ହେବାକୁ ଥିବା ସମସ୍ତ ଇଭେଣ୍ଟକୁ ଅନ୍ୟ ସ୍ଥାନରେ ଆୟୋଜନ କରିବାକୁ ଅପିଲ କରାଯାଇଛି । ଋଷ ଓ ବେଲାରୁଷରେ କୌଣସି ଇଭେଣ୍ଟ ଆୟୋଜନ ନକରିବାକୁ ଅପିଲ୍‌ କରାଯାଇଛି । ଋଷ ଓ ବେଲାରୁଷରେ ଅଲମ୍ପିକ କମିଟି ଚୁକ୍ତିର ଉଲ୍ଲଂଘନ କରିଛି ।

ଅନ୍ତର୍ଜାତୀୟ ଅଲମ୍ପିକ୍‌ କମିଟି ଆଗକୁ ଋଷରେ କୌଣସି ଇଭେଣ୍ଟ ଆୟୋଜନର ଯୋଜନା ନାହିଁ । ଏହି କ୍ରମରେ ସମସ୍ତ ଅନ୍ତର୍ଜାତୀୟ କ୍ରୀଡ଼ା ସଂଗଠନକୁ ଋଷରେ କୌଣସି ଇଭେଣ୍ଟ ଆୟୋଜନ ନକରିବାକୁ ଅପିଲ କରାଯାଇଛି । ସେପଟେ WADA (World Anti-Doping Agency ) ଆଗାମୀ ଦିନରେ କୌଣସି କ୍ରୀଡ଼ା ଇଭେଣ୍ଟରେ ଋଷିଆ ଓ ବେଲାରୁଷର ଜାତୀୟ ପତାକା ପ୍ରଦର୍ଶିତ ହେବ ନାହିଁ ସ୍ପଷ୍ଟ କରିଛି । ଖାଲି ସେତିକି ନୁହେଁ କୌଣସି ମଧ୍ୟ ଇଭେଣ୍ଟରେ ଏହି ଦୁଇ ଦେଶର ଜାତୀୟ ସଙ୍ଗୀତ ଗାନ କରାଯିବ ନାହିଁ ।

ସେପଟେ ବେଜିଂରେ ଆୟୋଜିତ ହେବାକୁ ପାରାଲମ୍ପିକ୍‌ ୱିଣ୍ଟର ଗେମ୍ସ ଆୟୋଜନ ପାଇଁ ଅନ୍ତର୍ଜାତୀୟ ଅଲମ୍ପିକ୍‌ କମିଟି ପୂର୍ଣ୍ଣ ସମର୍ଥନ ଦେଇଛି । ବେଜିଂରେ ଖେଳାଳିଙ୍କ ସୁରକ୍ଷା ସହ ସୁରୁଖୁରୁରେ ଇଭେଣ୍ଟ ଆୟୋଜନ ପାଇଁ ଟାସ୍କ ଫୋର୍ସକୁ ନଜର ରଖିବାକୁ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.