ETV Bharat / sports

ଟୋକିଓ ଅଲମ୍ପିକ୍ସରେ କିଏ ଧରିବେ ତ୍ରିରଙ୍ଗା, ଜାଣନ୍ତୁ କେବେ ହେବ ଘୋଷଣା - ଭାରତୀୟ ଅଲମ୍ପିକ ଆସୋସିଏସନ

ଅଲମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଭାରତର ପତାକା କେଉଁ ଖେଳାଳିଙ୍କ ହାତରେ ରହିବ ଜୁଲାଇ 5 ସୁଦ୍ଧା ଘୋଷଣା କରିବ ଭାରତୀୟ ଅଲମ୍ପିକ ଆସୋସିଏସନ(IOA) । ଅଧିକ ପଢନ୍ତୁ...

IOA likely to declare Tokyo Olympics flag bearers name by July 5
ଟୋକିଓ ଅଲମ୍ପିକ୍ସରେ କିଏ ଧରିବେ ତ୍ରିରଙ୍ଗା, ଜାଣନ୍ତୁ କେବେ ହେବ ଘୋଷଣା
author img

By

Published : Jul 1, 2021, 10:37 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସକୁ ଆଉ ମାତ୍ର କିଛି ଦିନ ବାକି । ତେବେ ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ଜୁଲାଇ 5 ସୁଦ୍ଧା ଏହି ମେଗା ଇଭେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ଭାରତର ପତାକା କେଉଁ ଖେଳାଳିଙ୍କ ହାତରେ ରହିବ ଘୋଷଣା କରିବ । ଟୋକିଓ ଅଲମ୍ପିକ୍ସରେ ଏହି ଖେଳାଳି ଭାରତୀୟ ଅଲମ୍ପିକ ଟିମର ନେତୃତ୍ବ ନେବେ ।

ଏହି ଦୌଡରେ ସବୁଠୁ ଆଗରେ ରହିଛନ୍ତି ପିଭି ସିନ୍ଧୁ ଓ ବଜରଙ୍ଗ ପୁନିଆ । ମାତ୍ର କୌଣସି ଔପଚାରିକ ଘୋଷଣା ଏନେଇ ହୋଇନାହିଁ । ଜୁଲାଇ 5 ସୁଦ୍ଧା ଏହି ଖେଳାଳିଙ୍କ ଚୁଡାନ୍ତ ନାମ ଘୋଷଣା କରିବ IOA ।

ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ IOA ଟୋକିଓ ଅଲମ୍ପିକ ଯୋଗ୍ୟ ଆଥଲେଟଙ୍କ ସହ ଏକ ଅଧିବେଶନ ଡକାଇଥିଲା । ଏହାର ନାମ 'ଫ୍ରମ ଇଣ୍ଡିଆ ୱିଥ‌୍‌ ପ୍ରାଇଡ' ରଖାଯାଇଥିଲା । ଏଥିରେ ଜାପାନିଜ ସଂସ୍କୃତି ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା ।

ପିଭି ସିନ୍ଧୁ, ସାଇ ପ୍ରଣୀତ, ମନିକା ବାତ୍ରା, ଜି ସାଥିୟାନ ଓ ଅନ୍ୟ ଖେଳାଳିମାନେ ଯୋଗଦେଇଥିଲେ । ଜୁଲାଇ 23ରୁ ଅଲମ୍ପିକ ଆମ୍ଭ ହେବାକୁ ଥିବାବେଳେ, ଭାରତୀୟ ଟିମ ଟୋକିଓ ଅଭିମୁଖେ ଶୀଘ୍ର ଯାତ୍ରା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.