ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଭାରତୀୟ ଅଲମ୍ପିକ ଆସୋସିଏସନକୁ ମିଳିଲା ମୁଖ୍ୟ ପ୍ରାୟୋଜକ । ଟୋକିଓ 2020 ଅଲମ୍ପିକ୍ସ ଗେମ୍ସ ପାଇଁ JSW ଗ୍ରୁପ IOAର ପ୍ରାୟୋଜକ ହୋଇଥିବା ଶୁକ୍ରବାର ଘୋଷଣା କରିଛି ସଂଘ ।
'ପ୍ରିନ୍ସିପାଲ ପ୍ରାୟୋଜକ' ଭାବେ ଟୋକିଓ ଅଲମ୍ପିକ ଗେମ୍ସ, 2022 ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡା କଭର କରିବାକୁ MPL ସ୍ପୋର୍ଟ୍ସ ଫାଉଣ୍ଡେସନ IOA ସହ ପୂର୍ବରୁ ଚୁକ୍ତି କରିଛି ।
JSW ସିଇଓ ପାର୍ଥ ଜିନ୍ଦଲ୍ ଅଲମ୍ପିକ ଆସୋସିଏସନ ସହ ପ୍ରାୟୋଜକ ଚୁକ୍ତି ନେଇ ଗ୍ରୀନ ସିଗନାଲ ଦେଇଛନ୍ତି । ଏନେଇ IOA ସଭାପତି ନରିନ୍ଦର ବାତ୍ରା ଓ ସମ୍ପାଦକ ରାଜୀବ ମେହେଟ୍ଟା ଏକ ଘୋଷଣାନାମାରେ ସ୍ପଷ୍ଟ କରିଛନ୍ତି । ଚୁକ୍ତି ଅନୁଯାୟୀ, IOAକୁ 1 କୋଟି ଟଙ୍କା ଦେବ JSW ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ