ETV Bharat / sports

Winter Olympic: ଟିମ ଇଣ୍ଡିଆ କୋରୋନା ମୁକ୍ତ, ମ୍ୟାନେଜରଙ୍କ ରିପୋର୍ଟ ନେଗେଟିଭ - ଭାରତୀୟ ଅଲମ୍ପିକ୍‌ ଆସୋସିଏସନ

ଭାରତୀୟ ଶୀତକାଳୀନ ଅଲମ୍ପିକ୍‌ ଟିମକୁ ବଡ ଆଶ୍ବସ୍ତି । ଟିମର ମ୍ୟାନେଜର ମହମ୍ମଦ ଆବାସ ୱାନି COVID-୧୯ ପଜିଟିଭ ଚିହ୍ନଟ ହେବାର ଦିନକ ପରେ ପରବର୍ତ୍ତୀ ଟେଷ୍ଟରେ ରିପୋର୍ଟ ନେଗେଟିଭ ରହିଛି । ଅଧିକ ପଢନ୍ତୁ

India's Winter Olympic contingent COVID-free after manager found negative in retests
Winter Olympic: ଟିମ ଇଣ୍ଡିଆ କୋରୋନା ମୁକ୍ତ, ମ୍ୟାନେଜରଙ୍କ ରିପୋର୍ଟ ନେଗେଟିଭ
author img

By

Published : Feb 3, 2022, 9:39 PM IST

ବେଜିଂ: ଭାରତୀୟ ଶୀତକାଳୀନ ଅଲମ୍ପିକ୍‌ ଟିମକୁ(India's Winter Olympic contingent ) ବଡ ଆଶ୍ବସ୍ତି । ଟିମର ମ୍ୟାନେଜର ମହମ୍ମଦ ଆବାସ ୱାନି COVID-୧୯ ପଜିଟିଭ ଚିହ୍ନଟ ହେବାର ଦିନକ ପରେ ପରବର୍ତ୍ତୀ ଟେଷ୍ଟରେ ରିପୋର୍ଟ ନେଗେଟିଭ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୱାନିଙ୍କର ଦୁଇଟି ଟେଷ୍ଟ କରାଯାଇଥିଲା ଓ ସଦ୍ୟତମ ଟେଷ୍ଟ ରିପୋର୍ଟ ନେଗେଟିଭ ରହିଥିବା ଗୁରୁବାର ଭାରତୀୟ ଅଲମ୍ପିକ୍‌ ଆସୋସିଏସନ(IOA) ପକ୍ଷରୁ ସ୍ପଷ୍ଟ କରାଯାଇଛି । ବେଜିଂ ବିମାନବନ୍ଦରରେ ପହଞ୍ଚିବା ପରେ ବୁଧବାର ୱାନିଙ୍କ COVID-୧୯ ରିପୋର୍ଟ ପଜିଟିଭ ରହିଥିଲା । ତେବେ ଗତ ଦୁଇଟି ଟେଷ୍ଟରେ ଅଧିକାରୀଙ୍କ ରିପୋର୍ଟ ନେଗେଟିଭ ରହିଥିବା IOA ସଭାପତି ନରିନ୍ଦର ବାତ୍ରା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଶୀତ ଅଲମ୍ପିକ୍ସର ରାଜନୀତିକରଣ କରିଛି ଚୀନ, ଉଦଘାଟନୀ ଓ ଉଦଯାପନୀ ଉତ୍ସବ ବର୍ଜନ କଲା ଭାରତ

ବାତ୍ରା କହିଛନ୍ତି, "ଭାରତୀୟ ଟିମର ମ୍ୟାନେଜର ମହମ୍ମଦ ଆବାସଙ୍କ ଗତ ୨୪ ଘଣ୍ଟାରେ କରାଯାଇଥିବା ଦୁଇଟି ଟେଷ୍ଟର ରିପୋର୍ଟ ନେଗେଟିଭ୍‌ ରହିଛି । ଫଳରେ ବେଜିଂରେ ଥିବା ଭାରତୀୟ ଟିମ COVID ମୁକ୍ତ ହୋଇଛି ।" ଏହି ସୂଚନା ସହିତ ବାତ୍ରା, ଚୀନରେ ଥିବା ଭାରତୀୟ ଦୂତାବାସର ଅଧିକାରୀ ହରଜିନ୍ଦର ସିଂହ ଓ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛନ୍ତି ।

ଶୀତକାଳୀନ ଅଲମ୍ପିକ୍‌ସ ପାଇଁ ବେଜିଂ ଗସ୍ତ କରିଥିବା ୬ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମର ଅଂଶ ରହିଛନ୍ତି ୱାନି । ଜମ୍ମୁ ଓ କାଶ୍ମୀରର ସ୍କିଅର ଅରିଫ ଖାନ ଦେଶର ଏକମାତ୍ର ଆଥଲେଟ୍‌ ଭାବେ ଚଳିତ ଥର ଯୋଗ୍ୟତା ଅର୍ଜନ କରିଛନ୍ତି । ଫେବୃଆରୀ ୪ରୁ ୨୦ ମଧ୍ୟରେ ଖେଳାଯିବାକୁ ଥିବା ମେଗା ଇଭେଣ୍ଟରେ ସ୍ଲାଲମ ଓ ଜିଆଣ୍ଟ ସ୍ଲାଲୋମ ଇଭେଣ୍ଟରେ ଅରିଫ ଅଂଶଗ୍ରହ କରିବେ ।

PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.