ETV Bharat / sports

Olympics: ପ୍ରତିଯୋଗିତା ପୂର୍ବରୁ ଦୌଡ଼ରାଣୀ ଦୂତୀଙ୍କ ଜୋରଦାର୍‌ ଅଭ୍ୟାସ - Tokyo olympics

ଟୋକିଓ ଅଲମ୍ପିକ ଦୌଡ ପ୍ରତିଯୋଗିତା ପୂର୍ବରୁ ଦୌଡ଼ରାଣୀଙ୍କ ଅଭ୍ୟାସ । ଅଧିକ ପଢନ୍ତୁ...

India's Ace sprinter Dutte chand  all set ready to take tokyo track
Olympics: ପ୍ରତିଯୋଗିତା ପୂର୍ବରୁ ଦୌଡ଼ରାଣୀ ଦୂତୀଙ୍କ ଜୋରଦାର୍‌ ଅଭ୍ୟାସ
author img

By

Published : Jul 27, 2021, 1:28 PM IST

ଭୁବନେଶ୍ବର: ଟୋକିଓ ଅଲମ୍ପିକ ଦୌଡ ପ୍ରତିଯୋଗିତା ପୂର୍ବରୁ ଦୌଡ଼ରାଣୀଙ୍କ ଅଭ୍ୟାସ ଜାରି ରଖିଛନ୍ତି । ଟ୍ରାକ୍ କୁ ଯିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଦୂତୀ ଚାନ୍ଦ । ଷ୍ଟାର ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲମ୍ପିକରେ ପଦକ ବିଜୟ ନେଇ ଦୃଢ ଆଶାବାଦୀ ଅଛନ୍ତି ଓ ମେଗା ଅଲମ୍ପିକ ଇଭେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ପାଇଁ ନିଜକୁ ପ୍ରସ୍ତୁତି କରୁଛନ୍ତି । ପ୍ରସ୍ତୁତିରେ କୌଣସି କମି ନ ରଖିବା ଲକ୍ଷ୍ୟରେ ରହିଛନ୍ତି ଦୂତୀ । ଆଥଲେଟିକ୍ସରେ ଦେଶ ତଥା ରାଜ୍ୟର ଅଲମ୍ପିକ ପଦକ ସ୍ବପ୍ନ ପୂରଣ କରିବାକୁ କଡା ଅଭ୍ୟାସ କରୁଛନ୍ତି ।

Olympics: ପ୍ରତିଯୋଗିତା ପୂର୍ବରୁ ଦୌଡ଼ରାଣୀ ଦୂତୀଙ୍କ ଜୋରଦାର୍‌ ଅଭ୍ୟାସ

ଜୁଲାଇ ୩୦ରୁ ଆଥଲେଟିକ୍ସ ଇଭେଣ୍ଟ ଆରମ୍ଭ ହେବ ଓ ଦୂତୀ ଚାନ୍ଦ ପ୍ରଥମ ଦିନ ଆକ୍ସନରେ ନଜର ଆସିବେ । ଭାରତୀୟ ସମୟ ସକାଳ ୮.୧୦ ରୁ ୮.୫୮ ମଧ୍ୟରେ ମହିଳା ୧୦୦ ମିଟର ପ୍ରଥମ ରାଉଣ୍ଡ ହିଟ୍‌ସରେ ଦୂତୀ ଦୌଡିବାର ସୂଚୀ ରହିଛି । ଏଥିରେ ମୋଟ ୭ଜଣ ମହିଳା ପ୍ରତିଯୋଗୀ ରହିଛନ୍ତି । ପ୍ରଥମ ରାଉଣ୍ଡକୁ ଯଦି ଦୂତୀ ପାର୍‌ କରନ୍ତି, ତେବେ ଅଲମ୍ପିକ ଷ୍ଟାଡିୟମର ଟ୍ରାକ୍‌ରେ ଜୁଲାଇ ୩୧ରେ ମହିଳା ୧୦୦ ମିଟର ସେମିଫାଇନାଲରେ ନଜର ଆସିବେ । ଅପରାହ୍ନ ୩.୪୫ରୁ ୪.୦୦ ମଧ୍ୟରେ ୩ଟି ସେମିଫାଇନାଲ ରେସ୍‌ ସୂଚୀ ରହିଛି ।

ଯଦି ପ୍ରଭୁ ଜଗନ୍ନାଥଙ୍କ ଆଶିଷ, ଓଡିଶାବାସୀ ଓ ଭାରତୀୟଙ୍କ ପ୍ରାର୍ଥନା ବଳରେ ଦୂତୀ ଯୋଗ୍ୟତା ଅର୍ଜନ କରନ୍ତି, ତେବେ ସନ୍ଧ୍ୟା ୬.୨୦ରେ ମହିଳା ୧୦୦ ମିଟର ଫାଇନାଲରେ ନଜର ଆସିବେ । ପରେ ଗୋଟିଏ ଦିନର ବିଶ୍ରାମ ପରେ ଷ୍ଟାର ଭାରତୀୟ ଧାବିକା ମହିଳା ୨୦୦ ମିଟର ପ୍ରଥମ ରାଉଣ୍ଡ ହିଟ୍‌ସରେ ଅଂଶଗ୍ରହଣ କରିବେ । ଯାହାକି ଅଗଷ୍ଟ ୨ରେ ସକାଳ ୭.୦୦ଟାରୁ ୭.୪୮ ମଧ୍ୟରେ ଅନୁଷ୍ଠିତ ହେବାନେଇ ସୂଚୀ ରହିଛି । ସମାନ ଦିନ ସେମିଫାଇନାଲ ରେସ୍‌ ମଧ୍ୟ ଅପରାହ୍ନ ୩.୫୫ରୁ ୪.୦୯ ମଧ୍ୟରେ ହେବାନେଇ ସୂଚୀ ରହିଛି ।

ମହିଳା ୨୦୦ ମିଟର ଫାଇନାଲ ଅଗଷ୍ଟ ୩ ସନ୍ଧ୍ୟା ୬.୨୦ରେ ହେବା ନେଇ ସୂଚୀ ରହିଛି ।

ଦୂତୀଙ୍କ ଇଭେଣ୍ଟ ସୂଚୀ...

  • ଦୂତୀ ଚାନ୍ଦ, ମହିଳା ୧୦୦ ମିଟର ରାଉଣ୍ଡ ୧ ହିଟ୍‌ସ: ଜୁଲାଇ ୩୦ - ସକାଳ ୮.୧୦ରୁ ୮.୫୮ ମଧ୍ୟରେ
  • ଦୂତୀ ଚାନ୍ଦ, ମହିଳା ୧୦୦ ମିଟର ସେମିଫାଇନାଲ(ଯଦି ଯୋଗ୍ୟତା ଅର୍ଜନ କରନ୍ତି ): ଜୁଲାଇ ୩୧ - ଅପରାହ୍ନ ୩.୪୫ରୁ ଅପରାହ୍ନ ୪.୦୦ ମଧ୍ୟରେ
  • ଦୂତୀ ଚାନ୍ଦ, ମହିଳା ୧୦୦ ମିଟର ଫାଇନାଲ(ଯଦି ଯୋଗ୍ୟତା ଅର୍ଜନ କରନ୍ତି): ଜୁଲାଇ ୩୧, ସନ୍ଧ୍ୟା ୬.୨୦ରୁ ଆରମ୍ଭ
  • ଦୂତୀ ଚାନ୍ଦ, ମହିଳା ୨୦୦ ମିଟର ରାଉଣ୍ଡ ୧ ହିଟ୍‌ସ: ଅଗଷ୍ଟ ୨ - ସକାଳ ୭.୦୦ଟାରୁ ୭.୪୮ ମଧ୍ୟରେ
  • ଦୂତୀ ଚାନ୍ଦ, ମହିଳା ୨୦୦ ମିଟର ସେମିଫାଇନାଲ (ଯଦି ଯୋଗ୍ୟତା ଅର୍ଜନ କରନ୍ତି): ଅଗଷ୍ଟ ୨ ଅପରାହ୍ନ ୩.୫୫ରୁ ୪.୦୯ ମଧ୍ୟରେ
  • ଦୂତୀ ଚାନ୍ଦ, ମହିଳା ୨୦୦ ମିଟର ଫାଇନାଲ (ଯଦି ଯୋଗ୍ୟତା ଅର୍ଜନ କରନ୍ତି): ଅଗଷ୍ଟ ୩- ସନ୍ଧ୍ୟା ୬.୨୦

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.