ETV Bharat / sports

Asian Games 2023: ଜର୍ମାନୀ ଓ ସ୍ପେନ ଗସ୍ତ କରିବ ଭାରତୀୟ ମହିଳା ହକି ଦଳ

author img

By

Published : Jun 11, 2023, 12:31 PM IST

ଏସିଆନ ଗେମ୍ସ 2023 ପାଇଁ ଭାରତୀୟ ମହିଳା ହକି ଦଳ ଜୋରଦାର ପ୍ରସ୍ତୁତି କରିଛି । ଏସିଆନ ଗେମ୍ସ ପୂର୍ବରୁ ଜର୍ମାନୀ ଓ ସ୍ପେନ ଗସ୍ତ କରିବ ଭାରତୀୟ ମହିଳା ହକି ଦଳ । ଅଧିକ ପଢନ୍ତୁ

Asian Games 2023
ଜର୍ମାନୀ ଓ ସ୍ପେନ ଗସ୍ତ କରିବ ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଚଳିତ ବର୍ଷ ଜୁଲାଇରେ ଜର୍ମାନୀ ଗସ୍ତ କରିବ । ନିମନ୍ତ୍ରଣ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ଜର୍ମାନୀର ଫ୍ରାଙ୍କଫର୍ଟ ଗସ୍ତ କରିବ । ସପ୍ତାହ ଜର୍ମାନୀ ଗସ୍ତରେ ଭାରତୀୟ ହଳ ପ୍ରଥମ ରୁସେଲହେମ, ଫ୍ରାଙ୍କଫର୍ଟରେ ପ୍ରଶିକ୍ଷଣ ନେବ । ଏହା ପରେ ଜର୍ମାନୀ ଓ ଚୀନ ବିପକ୍ଷରେ କେତୋଟି ଟେଷ୍ଟ ମ୍ୟାଚ ଖେଳିବ । ଏସିଆ ଗେମ୍ସ ପୂର୍ବରୁ ଭାରତୀୟ ଦଳ ଏହା ପ୍ରସ୍ତୁତି ହେବ । ଆସନ୍ତା ସେପ୍ଟେମ୍ବର- ଅକ୍ଟୋବରରେ ଏସିଆନ ଗେମ୍ସ ଆୟୋଜନ ହେବ । ଜୁଲାଇ 12ରୁ 19 ଜୁଲାଇ ଯାଏଁ ଏହି ଗସ୍ତ କରିବ ଭାରତୀୟ ମହିଳା ଦଳ ।

ଜର୍ମାନୀ ଗସ୍ତ ପରେ ଭାରତ ସ୍ପେନର ଟେରାସା ଗସ୍ତ କରି ସେଠାରେ ଏକ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଖେଳିବ । ଏଥିରେ ଭାରତ ସମେତ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ସ୍ପେନ ଅଂଶ ଗ୍ରହଣ କରିବେ । ଏହି ଗସ୍ତ ଏସିଆନ ଗେମ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବ ବୋଲି ଆଶା କରାଯାଉଛି । ଆସନ୍ତାବର୍ଷ ପ୍ୟାରିସ ଅଲମ୍ପିକ୍ସ ପାଇଁ ଏସିଆନ ଗେମ୍ସ ଯୋଗ୍ୟତା ପର୍ଯ୍ୟାୟରୁ ଟୁର୍ଣ୍ଣାମେଣ୍ଟ ବିବେଚିତ ହେବ । ସେପ୍ଟେମ୍ବର 23ରୁ ଅକ୍ଟୋବର 8 ତାରିଖ ଯାଏ ଚୀନର ହାଙ୍ଗଝୁରରେ ଏସିଆନ ଗେମ୍ସ ଆୟୋଜିତ ହେବ ।

ଅନ୍ୟପଟେ ପ୍ରଶିକ୍ଷଣ ଶିବିର ଲାଗି ହକି ଇଣ୍ଡିଆ ପକ୍ଷରୁ 33 ଜଣିଆ କୋର ଗ୍ରୁପ ଖେଳାଳିଙ୍କ ନାମ ଘୋଷଣା ହୋଇଛି । ଏହି ଗ୍ରୁପର ପ୍ରଶିକ୍ଷଣ ଶିବର ଆଜିଠୁ ଜୁଲାଇ 11 ଯାଏ ବେଙ୍ଗାଲୁରୁର ସାଇରେ ଆରମ୍ଭ ହେବ । ଏସିଆନ ଗେମ୍ସ ଲାଗି ଏହି ଶିବିର ଚୂଡାନ୍ତ ଦଳ ଚୟନ କରାଯିବ । ଏହି ପ୍ରଶିକ୍ଷଣ ଲାଗି ଘୋଷିତ 33 ଜଣିଆ ଦଳରେ ଓଡିଶାରୁ 4 ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପଗ୍ରେସ ଏକ୍କା, ମାରିଆନ କୁଜୁର, ଆଜମିନା କୁଜୁର ଓ ସୁନେଲିତା ଟପ୍ପୋ ।

ଏହା ବି ପଢନ୍ତୁ...Womens Junior Asia Cup: ଫାଇନାଲରେ ଭାରତ, ଆଜି କୋରିଆ ସହ ମୁକାବିଲା

ଏହା ବି ପଢନ୍ତୁ...WFI Controversy: ନାବାଳିକାଙ୍କ ବାପାଙ୍କ ୟୁଟର୍ଣ୍ଣ, ପ୍ରବଳ ଚାପ ଥିବା କହିଲେ ବଜରଙ୍ଗ

ଭାରତୀୟ ଦଳ: ସବିତା, ରଜନୀ ଇଟିମାରପୁ, ବିଛୁ ଦେବୀ ଖାରିବାମ, ଦୀପଗ୍ରେସ ଏକ୍କା, ଗୁରଜିତ କୌର, ନିକି ପ୍ରଧାନ, ଉଦିତା, ଇଶିକା ଚୌଧୁରୀ, ଆକାତା ଆବାସୋ, ଜ୍ୟୋତି ଛତ୍ରୀ, ମହିମା ଚୌଧୁରୀ (ଡିଫେଣ୍ଡର), ନିଶା, ସାଲିମା ଟେଟେ, ସୁଶିଳା, ଜ୍ୟୋତି, ନବଜୋତ କୌର, ମୋନିକା, ସୋନିକା,ନେହା, ବାଲଜିତ କୌର, ରିନା ଖୋଖାର, ବୈଷ୍ଣବ ଫାଲକେ, ଆଜମିନା କୁଜୁର (ମିଡଫିଲ୍ଡର), ଲାଲରେମସାମି, ନବନୀତ କୌର, ବନ୍ଦନା କଟାରିୟା, ଶାର୍ମିଲା ଦେବୀ, ଦୀପିକା ସଙ୍ଗୀତା, ମୁମତାଜ ଖାନ, ସୁନେଲିତା ଟପ୍ପୋ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.