ନୂଆଦିଲ୍ଲୀ: ଏସିଆନ ଚମ୍ଫିଆନ୍ସ ଟ୍ରଫିରେ ଅପରାଜେୟ ସହ ଚମ୍ଫିଆନ ହେବା ଭାରତୀୟ ମହିଳା ହକି ଦଳକୁ ମାନ୍ୟତାରେ ସଫଳତା ଆଣି ଦେଇଛି । ଭାରତୀୟ ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଷଷ୍ଠ ସ୍ଥାନ ଅଧିକାର କରିଛି । ଭାରତର ଏହା ସର୍ବକାଳୀନ ସର୍ବେଶ୍ରେଷ ୱାର୍ଲ୍ଡ ରାଙ୍କିଂ । ନିକଟରେ ଶେଷ ହୋଇଥିବା ଏସିଆନ ଚମ୍ପିଆନ୍ସ ଟ୍ରଫି ଓ ଏସୀଆନ ଗେମ୍ସ ପ୍ରଦର୍ଶନ ଲାଗି ଭାରତର ଏଫଆଇଏଚ୍ ମାନ୍ୟତାରେ ବଡ଼ ଧରଣର ଉନ୍ନତି ହୋଇଛି ।
-
🆙 on the rise 👆
— Hockey India (@TheHockeyIndia) November 7, 2023 " class="align-text-top noRightClick twitterSection" data="
Victory at the Jharkhand Women's Asian Champions Trophy Ranchi 2023 and clinching the Bronze medal at the 19th Asian Games Hangzhou 2022 has catapulted the Indian Women’s Hockey Team back to their best-ever placement of 6️⃣ th, last achieved during the FIH Pro… pic.twitter.com/7LQ7eelWf7
">🆙 on the rise 👆
— Hockey India (@TheHockeyIndia) November 7, 2023
Victory at the Jharkhand Women's Asian Champions Trophy Ranchi 2023 and clinching the Bronze medal at the 19th Asian Games Hangzhou 2022 has catapulted the Indian Women’s Hockey Team back to their best-ever placement of 6️⃣ th, last achieved during the FIH Pro… pic.twitter.com/7LQ7eelWf7🆙 on the rise 👆
— Hockey India (@TheHockeyIndia) November 7, 2023
Victory at the Jharkhand Women's Asian Champions Trophy Ranchi 2023 and clinching the Bronze medal at the 19th Asian Games Hangzhou 2022 has catapulted the Indian Women’s Hockey Team back to their best-ever placement of 6️⃣ th, last achieved during the FIH Pro… pic.twitter.com/7LQ7eelWf7
ଏସିଆନ ଗେମ୍ସରେ ଭାରତ ବ୍ରୋଞ୍ଜ୍ ପଦକ ଜିତିଥିଲା । ଏସିଆନ୍ ଚମ୍ପିଆନ୍ସ ଟ୍ରଫି ଟାଇଟଲ ବିଜେତା ହୋଇଛି । ଏହା ପ୍ରଦର୍ଶନ ଆଧାରରେ ଦଳର ମାନ୍ୟତାରେ ଉନ୍ନତି ହୋଇଛି । 2368.83 ରେଟିଂ ପଏଣ୍ଟ୍ ସହ ଭାରତ ଷଷ୍ଠ ସ୍ଥାନ ଅଧିକାର କରିଛି । 3422.40 ପଏଣ୍ଟ ସହ ନେଦରଲାଣ୍ଡ ଟେବୁଲ ଟପରେ ରହିଛି । 2817.73 ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ବିତୀୟ ଏବଂ 2766.90 ପଏଣ୍ଟ ସହ ଆର୍ଜେଣ୍ଟିନା ତୃ଼ତୀୟ ସ୍ଥାନରେ ରହିଛି । ବେଲଜିୟମ 2608.77 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଜର୍ମାନୀ 2573.72 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ।
-
I would like to congratulate the team on achieving this ranking, it is a testament to the hard work and sacrifices they have made in their careers so far.
— Dilip Kumar Tirkey (@DilipTirkey) November 7, 2023 " class="align-text-top noRightClick twitterSection" data="
The aim is to break into the top three with time and this serves as a good indicator that the team is on the rise.
With… https://t.co/VNPLgfQf3i
">I would like to congratulate the team on achieving this ranking, it is a testament to the hard work and sacrifices they have made in their careers so far.
— Dilip Kumar Tirkey (@DilipTirkey) November 7, 2023
The aim is to break into the top three with time and this serves as a good indicator that the team is on the rise.
With… https://t.co/VNPLgfQf3iI would like to congratulate the team on achieving this ranking, it is a testament to the hard work and sacrifices they have made in their careers so far.
— Dilip Kumar Tirkey (@DilipTirkey) November 7, 2023
The aim is to break into the top three with time and this serves as a good indicator that the team is on the rise.
With… https://t.co/VNPLgfQf3i
ଭାରତୀୟ ମହିଳା ଦଳର ସଫଳତା ପାଇଁ ତାଙ୍କୁ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ଲେଖିଛନ୍ତି, "ଦଳର ଏହି ରାଙ୍କିଂ ପାଇଁ ଅନେକ ଶୁଭେଚ୍ଛା । ଖେଳାଳିମାନେ ସେମାନଙ୍କ ଜୀବନରେ କରିଥିବା ବଳିଦାନ ଓ କଠିନ ପରିଶ୍ରମର ଏହା ପରିଣାମ । ଆଗକୁ ଶୀର୍ଷ 3ମଧ୍ୟରେ ସ୍ଥାନ ପାଇବାକୁ ଆମେ ଲକ୍ଷ୍ୟ ରଖିବା । ପିଟର ହର୍ବଲ ଦଳ ସହିତ ମନସ୍ତତ୍ତ୍ବବିତ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବାରୁ ଖେଳାଳିମାନେ ମାନସିକ ଭାବେ ସମସ୍ତ ମୁକାବିଲା ପାଇଁ ଅଧିକ ମଜଭୁତ ରହିବେ ବୋଲି ଆଶା କରାଯାଉଛି ।"
ଏହା ବି ପଢନ୍ତୁ...Womens Asian Champions Trophy: ଜାପାନକୁ ହରାଇ ଟାଇଟଲ ହାତେଇଲା ଅପରାଜେୟ ଭାରତ
ପ୍ରକାଶ ଥାଉ କି, ଝାଡ଼ଖଣ୍ଡରେ ସଦ୍ୟ ସମାପ୍ତ ହକି ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ମହିଳା ଦଳ ଚମ୍ପିଆନ ହୋଇଥିଲା । ଫାଇନାଲରେ ଜାପାନକୁ 4-0 ଗୋଲରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଏସିଆନ ଚମ୍ପିଆନ୍ସ ଟ୍ରଫି ହାତେଥିଲା ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା ହକି ଦଳ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଥିଲା । ଲିଗ ପର୍ଯ୍ୟାୟରେ ଥାଇଲାଣ୍ଡ, ମାଲେସିଆ, ଜାପାନ, କୋରିଆ, ଚୀନ ବିପକ୍ଷରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଥିଲା ଭାରତ । ଏହା ପରେ ଫାଇନାଲରେ ଜାପାନକୁ ମାତ୍ ଦେଇ ବାଜିମାରି ନେଇଥିଲା ।