ETV Bharat / sports

ଜୁଲାଇ 4ରେ ଭାରତୀୟ କୁସ୍ତ ମହାସଂଘ ନିର୍ବାଚନ - କୁସ୍ତି ମହାସଂଘ ନିର୍ବାଚନ

ଆସନ୍ତା ଜୁଲାଇ 4 ତାରିଖରେ ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ଅଲମ୍ପିକ ଆସୋସିଏସନ । ଅଧିକ ପଢନ୍ତୁ

କୁସ୍ତି ମହାସଂଘ ନିର୍ବାଚନ
ଜୁଲାଇ 4ରେ ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ
author img

By

Published : Jun 13, 2023, 4:24 PM IST

ନୂଆଦିଲ୍ଲୀ: ବିବାଦ ଭିତରେ ଥିବା ଭାରତୀୟ କୁସ୍ତି ସଂଘ ନିର୍ବାଚନ ଜୁଲାଇ 4 ତାରିଖରେ ହେବାକୁ ଯାଉଛି । ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ଅଲମ୍ପିକ ଆସୋସିଏସନ । ନିର୍ବାଚନକୁ ନିରପେକ୍ଷ ଓ ସ୍ବଚ୍ଛତାର ସହ କରିବାକୁ ଆଇଓଏ ଜମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ମହେଶ ମିତ୍ତଲ କୁମାରଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରିଛି । କୁସ୍ତିଯୋଦ୍ଧା ବିବାଦକୁ ନେଇ ଆନ୍ଦୋଳନ କରିଥିବା ଷ୍ଟାର କୁସ୍ତିଯୋଦ୍ଧାଙ୍କ ସହ ବୈଠକରେ ଜୁନ 30 ସୁଦ୍ଧା ଆଲୋଚନା କରିବାକୁ କହିଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ।

ଭାରତୀୟ ଅଲମ୍ପିକ ଆସୋସିଏସନ ଏକ ବିବୃତ୍ତି ଜାରି କରି କହିଛି, ''ଭାରତୀୟ କୁସ୍ତି ସଂଘ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇ 4ରେ ନିର୍ବାଚନ ହେବ । ଜମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ମହେଶ ମିତ୍ତଲ କୁମାରଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରିଛୁ । ଏହାସହିତ ଜଣେ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ଅନ୍ୟ କର୍ମଚାରୀ ନିଯୁକ୍ତି ହୋଇପାରନ୍ତି । ଭାରତୀୟ କୁସ୍ତି ସଂଘ ନିର୍ବାଚନରେ ସଭାପତି ପଦଠୁ ନେଇ ଅନ୍ୟ ଅନ୍ୟାନ ପଦବୀରେ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବରୁ 30ଜୁନରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିବା ପରବର୍ତ୍ତୀ ସମୟରେ ଏହାକୁ ବଦଳା ଯାଇଥିଲା । ଜଣେ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ଅନ୍ୟ କର୍ମଚାରୀ ନିଯୁକ୍ତି କରିବା ନେଇ ଜଷ୍ଟିସ ମହେଶ ମିତ୍ତଲ କୁମାରଙ୍କୁ ଚିଠିରେ କହିଛନ୍ତି ଆଇଓଏ ମିଳିତ ସଚିବ ସିଇଓ କଲ୍ୟାଣ ଚୌବେ । ''

ଏହା ବି ପଢନ୍ତୁ...Wrestlers protest: ‘ସେମାନେ ବାରମ୍ବାର ଦାବି ବଦଳାଉଛନ୍ତି, ମୁଁ ତଦନ୍ତକୁ ଅପେକ୍ଷା କରିଛି’

ଏହା ବି ପଢନ୍ତୁ...'ମୋ ପାଖକୁ କେହି ଆସି ନାହାଁନ୍ତି'; ବାସଭବନରେ ପୋଲିସ ପହଞ୍ଚିବା ଖବରକୁ ଖଣ୍ଡନ କଲେ ବ୍ରିଜଭୂଷଣ

ବର୍ତ୍ତମାନ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ଦେଶ ପାଇଁ ଅଲମ୍ପିକ ପଦକ ଜିତିଥିବା ମହିଳା ରେସଲର ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଛି । 15 ତାରିଖ ଯାଏ ବ୍ରିଜ ଭୂଷଣଙ୍କ ନାମରେ ଚାର୍ଜସିଟ ଦାଖଲ ହେବ । ସେ ପର୍ଯ୍ଯନ୍ତ କୁସ୍ତିଯୋଦ୍ଧା ସେମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ବ୍ରିଜ ଭୂଷଣ ସିଂହଙ୍କ ନାମରେ ଅଭିଯୋଗ ଥିବାରୁ ସେ ପୁଣି ନିର୍ବାଚନ ଲଢିପାରିବେ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.