ETV Bharat / sports

Tokyo Paralympics: High Jumpରେ ଭାରତକୁ ମିଳିଲା ଦ୍ବିତୀୟ ପଦକ

author img

By

Published : Aug 29, 2021, 6:14 PM IST

Updated : Aug 29, 2021, 6:47 PM IST

ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ଦ୍ବିତୀୟ ପଦକ । ଉଚ୍ଚ ଡିଆଁ(High Jump) ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତୀୟ ଆଥଲେଟ ନିଷାଦ କୁମାର । ଅଧିକ ପଢ଼ନ୍ତୁ...

Tokyo Paralympics: ଭାରତକୁ ମିଳିଲା ଦ୍ବିତୀୟ ପଦକ, ଉଚ୍ଚ ଡିଆଁରେ ରୌପ୍ୟ ଆଣିଲେ ନିଷାଦ

ଟୋକିଓ: ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ଦ୍ବିତୀୟ ପଦକ । ଉଚ୍ଚ ଡିଆଁ(High Jump) ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତୀୟ ଆଥଲେଟ ନିଷାଦ କୁମାର । ୨.୦୬ ମିଟର ଡେଇଁ ନିଷାଦ ରୌପ୍ୟ ପଦକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ଏହି ଇଭେଣ୍ଟରେ ଆମେରିକାର ଆଥଲେଟ ୨.୧୫ ମିଟର ଡେଇଁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ପ୍ରଥମ ପ୍ରୟାସରେ ନିଷାଦ ୨.୦୨ ମିଟର ଡେଇଁଥିଲେ । ତେବେ ଦ୍ବିତୀୟ ପ୍ରୟାସ ସେ ୨.୦୬ ମିଟର ଡେଇଁବାକୁ ସକ୍ଷମ ହୋଇଥିଲେ । ଏହି ଇଭେଣ୍ଟ ଭାରତର ଆଉ ଜଣେ ପାରା ଆଥଲେଟ ରାମପାଲ ଚହର ମଧ୍ୟ ଭାଗ ନେଇଥିଲେ । ତେବେ ସେ ୧.୯୪ ମିଟର ଦେଇଁ ପଞ୍ଚମ ସ୍ଥାନରେ ହିଁ ରହି ପାରିଥିଲେ । ଏହି ପଦକ ସହ ଉଚ୍ଚ ଡିଆଁ ଇଭେଣ୍ଟରେ ଏସିଆନ ରେକର୍ଡ କାୟମ କରିଛନ୍ତି ନିଷାଦ ।

ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ଆଜିର ଦିନ ଶୁଭଙ୍କର ସାବ୍ୟସ୍ତ ହୋଇଛି । ପ୍ରତିଯୋଗିତାରେ ଏହା ଭାରତର ଦ୍ବିତୀୟ ରୌପ୍ୟ ପଦକ । ଏହାପୂର୍ବରୁ ଟେବୁଲ ଟେନିସ ଇଭେଣ୍ଟରେ ଭାବିନା ପଟେଲ ରୌପ୍ୟ ପଦକ ହାସଲ କରି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 29, 2021, 6:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.