ETV Bharat / sports

Para-Badminton International: ପ୍ରମୋଦଙ୍କୁ ୩, ପଦକ ପୋଛି ନେଲା ଟିମ୍‌ ଇଣ୍ଡିଆ

author img

By

Published : Nov 21, 2021, 8:25 PM IST

ଉଗାଣ୍ଡା ପାରା-ବ୍ୟାଡ୍‌ମିଣ୍ଟନ ଇଣ୍ଟରନ୍ୟାସନାଲ ଇଭେଣ୍ଟରେ ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମର ଜବରଦସ୍ତ ପ୍ରଦର୍ଶନ । ମୋଟ ୪୭ ପଦକ ସହ ଅଭିଯାନ ଶେଷ କରିଛି ଭାରତ । ଅଧିକ ପଢନ୍ତୁ

Indian contingent win 47 medals at Uganda Para-Badminton International
Para-Badminton International: ପ୍ରମୋଦଙ୍କୁ ୩, ପଦକ ପୋଛିନେଲା ଟିମ ଇଣ୍ଡିଆ

କାମ୍ପାଲା(ଉଗାଣ୍ଡା): ଉଗାଣ୍ଡା ପାରା-ବ୍ୟାଡ୍‌ମିଣ୍ଟନ ଇଣ୍ଟରନ୍ୟାସନାଲ ଇଭେଣ୍ଟରେ ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମର ଜବରଦସ୍ତ ପ୍ରଦର୍ଶନ । ମୋଟ ୪୭ ପଦକ ସହ ଅଭିଯାନ ଶେଷ କରିଛି ଭାରତ । ଏଥିରେ ୧୬ଟି ସ୍ବର୍ଣ୍ଣ, ୧୪ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଜ ପଦକ ସାମିଲ ରହିଛି ।

ଟୋକିଓ ପାରାଲମ୍ପିକ୍‌ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ ପୁରୁଷ SL3 ଇଭେଣ୍ଟରେ ରୌପ୍ୟ, ପୁରୁଷ ଡବଲ୍ସ SL3-SL4 ଇଭେଣ୍ଟରେ ମନୋଜ ସରକାରଙ୍କ ସହିତ ରୌପ୍ୟ ପଦକ ଓ ପଲକ କୋହଲିଙ୍କ ସହ ମିକ୍ସଡ ଡବଲ୍ସ SL3-SU5 ଇଭେଣ୍ଟରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।

ପଲକ କୋହଲି, ଅବୁ ହୁବାଇଦା ଓ ଅମ୍ମୁ ମୋହନ ପ୍ରତ୍ୟେକ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । ମାନସୀ ଜୋଷୀ ମଧ୍ୟ ମହିଳା SL3 ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ସ୍ବର୍ଣ୍ଣ ପଦକ ବିଜେତାଙ୍କ ତାଲିକା: ମନୋଜ ସରକାର, ସୁକାନ୍ତ କଦମ, ହାର୍ଦିକ ମକର, ଆବୁ ହୁବାଇଦା, ଦିନଗରନ, ମାନସୀ ଜୋଷୀ, ପଲକ କୋହଲି, ଜ୍ୟୋତି, ଅମ୍ମୁ ମୋହନ, ଅରୱାଜ ଅନସାରୀ, ଦୀପ ରଞ୍ଜନ, ଚିରାଗ ବେରେଥା, ରାଜ କୁମାର, ଶିବରଞ୍ଜନ ଓ ରୁଥିକ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.