ଶାରଜାହ : ତୀରନ୍ଦାଜୀ ଏସିଆ କପରେ କମାଲ କଲେ ଭାରତୀୟ ଜୁନିଅର ତୀରନ୍ଦାଜ ଟିମ । ୯ଟି ପଦକ ସହିତ ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତୀୟ ଜୁନିଅର ତୀରନ୍ଦାଜ ଟିମ । କମ୍ପାଉଣ୍ଡ ବର୍ଗରେ ( compound section) ଭାରତ ୮ଟି ପଦକରୁ ୭ଟି ପଦକ ହାତେଇଛି । ସେପଟେ ବ୍ୟକ୍ତିଗତ ମହିଳା ବର୍ଗରେ ପ୍ରଗତି, ଆଦିତି ସ୍ବାମୀ ଏବଂ ପରନୀତ କୌର ଶୀର୍ଷ ତିନି ସ୍ଥାନରେ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
-
Another 🥇 for 🇮🇳 at the 🏹 Asia Cup, Sharjah🔥
— SAI Media (@Media_SAI) December 25, 2022 " class="align-text-top noRightClick twitterSection" data="
Indian Junior Recurve team defeated 🇰🇷 6-4 in the final to add another 🥇 to India's tally 😍
Congratulations to the winners 🙌 pic.twitter.com/OvrTuBeLUB
">Another 🥇 for 🇮🇳 at the 🏹 Asia Cup, Sharjah🔥
— SAI Media (@Media_SAI) December 25, 2022
Indian Junior Recurve team defeated 🇰🇷 6-4 in the final to add another 🥇 to India's tally 😍
Congratulations to the winners 🙌 pic.twitter.com/OvrTuBeLUBAnother 🥇 for 🇮🇳 at the 🏹 Asia Cup, Sharjah🔥
— SAI Media (@Media_SAI) December 25, 2022
Indian Junior Recurve team defeated 🇰🇷 6-4 in the final to add another 🥇 to India's tally 😍
Congratulations to the winners 🙌 pic.twitter.com/OvrTuBeLUB
ସେହିପରି ପ୍ରିୟାଂଶ ଏବଂ ଓଜସ ଦେବତାଲେ କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଓ ରୌପ୍ୟ ପଦକ ହାସଲ କରିଛନ୍ତି । ଏସିଆ କପରେ ତୀରନ୍ଦାଜର କମ୍ପାଉଣ୍ଡ ବର୍ଗରେ ଭାରତକୁ ୮ ପଦକରୁ ୭ଟି ପଦକ ମିଳିଛି । ଉଭୟ ମହିଳା ଓ ପୁରୁଷ ବର୍ଗ ଏହି କମ୍ପାଉଡ ବର୍ଗରେ ନିଜର ଦବଦବା ଜାହିର କରିଥିଲେ ।
-
7️⃣ medals for 🇮🇳 Archers in Asia Cup, Sharjah😍
— SAI Media (@Media_SAI) December 25, 2022 " class="align-text-top noRightClick twitterSection" data="
🇮🇳 swept the podium in Compound Women's individual event, with Pragati winning 🥇, Aditi 🥈 & @Parrneettt 🥉
Priyansh 🥇 beat Ojas Deotale 🥈(148-141) in Men's Individual Compound final for a 1-2 finish🔥
🇮🇳's tally - 4🥇2🥈1🥉 pic.twitter.com/xOZJHvi13I
">7️⃣ medals for 🇮🇳 Archers in Asia Cup, Sharjah😍
— SAI Media (@Media_SAI) December 25, 2022
🇮🇳 swept the podium in Compound Women's individual event, with Pragati winning 🥇, Aditi 🥈 & @Parrneettt 🥉
Priyansh 🥇 beat Ojas Deotale 🥈(148-141) in Men's Individual Compound final for a 1-2 finish🔥
🇮🇳's tally - 4🥇2🥈1🥉 pic.twitter.com/xOZJHvi13I7️⃣ medals for 🇮🇳 Archers in Asia Cup, Sharjah😍
— SAI Media (@Media_SAI) December 25, 2022
🇮🇳 swept the podium in Compound Women's individual event, with Pragati winning 🥇, Aditi 🥈 & @Parrneettt 🥉
Priyansh 🥇 beat Ojas Deotale 🥈(148-141) in Men's Individual Compound final for a 1-2 finish🔥
🇮🇳's tally - 4🥇2🥈1🥉 pic.twitter.com/xOZJHvi13I
କିନ୍ତୁ କମ୍ପାଉଣ୍ଡ ମିଶ୍ରିତ ବର୍ଗରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିଲା । ଏଥିରେ ଭାରତ କୌଣସି ପଦକ ହାସଲ କରି ପାରିନାହିଁ । ଯେଉଁଥିରେ ଓଜସ ଏବଂ ପ୍ରଗତି କ୍ବର୍ଟର ଫାଇନାଲରେ ଭିଏତନାମଠାରୁ ପରାସ୍ତ ହୋଇଥିଲେ । ସେହିପରି ରିକର୍ଭ ବର୍ଗରେ ( Recurve Section ) ଭାରତ ଗୋଟିଏ ସ୍ବର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛି । ଡବଲ୍ସ ମେନ୍ସରେ ଆକାଶ ମୃଣାଳ ଚୌହାନ ଏବଂ ପାର୍ଥ ସାଲୁଙ୍କେ କୋରିଏକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ନିଜ ଖାତାକୁ ଆଣିଥିଲା । ସେହିପରି ରିକର୍ଭ ମିଶ୍ରିତ ବର୍ଗରେ ଟିଶା ପୁନିଆ ଏହଂ ସାଲୁଙ୍କେ ରୌପ୍ୟ ପଦକ ହାସଲ କରିଛନ୍ତି । ଶେଷରେ ଭାରତ ତୀରନ୍ଦାଜରେ ୫ଟି ସ୍ବର୍ଣ୍ଣ ପଦକ, ୩ ରୌପ୍ୟ ପଦକ ଏବଂ ଗୋଟିଏ କାଂସ୍ୟ ପଦକ ହାସଲ କରିବାରେ ସଫଳ ରହିଥିଲା ।