ନୂଆଦିଲ୍ଲୀ: 2028 ଅଲିମ୍ପିକ ଗେମ୍ସରେ ଭାରତ ଶ୍ରେଷ୍ଠ 10 ପଦକ ବିଜେତା ଦେଶ ମାନଙ୍କ ମଧ୍ୟରେ ରହିବ ବୋଲି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଭବିଷ୍ୟବାଣୀ କରିଛନ୍ତି।
ସେ କହିଛନ୍ତି, ‘‘2028 ଅଲିମ୍ପିକ୍ସ ସୁଦ୍ଧା ଭାରତ ଶ୍ରେଷ୍ଠ 10 ପଦକ ବିଜେତା ତାଲିକାରେ ସ୍ଥାନ ପାଇବ। ଉଚ୍ଚାଭିଳାଷୀ ଲକ୍ଷ୍ୟ ସ୍ଥିର ନକରି ଆପଣ ଲକ୍ଷ୍ୟ ହାସଲ କରିପାରିବେ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଅଲିମ୍ପିକ ଟାସ୍କଫୋର୍ସ ଗଠନ କରିଛନ୍ତି ଏବଂ ଆମେ ଏଥିରେ କିଛି ପ୍ରସ୍ତୁତି କରୁଛୁ।’’
ରିଜିଜୁ କହିଛନ୍ତି ଯେ ପ୍ରତିଭା ପ୍ରତିପାଦନ କରିବା ପାଇଁ କେନ୍ଦ୍ର ସରକାର କୌଣସି ଅଭାବ କରି ନାହାଁନ୍ତି ଯାହା 2028 ଅଲିମ୍ପିକରେ ଭାରତ ପାଇଁ ଖ୍ୟାତି ଆଣିବାରେ ସହାୟକ ହେବ। ଫୁଟବଲ ଖଳାଳିଙ୍କୁ ଅନଲାଇନ୍ ଟ୍ରେନିଂ ମଡ୍ୟୁଲ୍ ଯୋଗାଇବା ପାଇଁ ବାଇଚୁଙ୍ଗ ଭୁତିଆ ଫୁଟବଲ ସ୍କୁଲ୍ ଦ୍ବାରା ଡିଜାଇନ୍ ହୋଇଥିବା ‘enJogo’ ଆପ୍ର ଭର୍ଚୁଆଲ ଲୋକାର୍ପଣରେ ରିଜିଜୁ ଏହା କହିଥିଲେ।
‘‘ଆମେ ବର୍ତ୍ତମାନ ଜୁନିଅର TOP (Target Olympic Podium) ସ୍କିମ୍ ପାଇଁ ପ୍ରତିଭାଶାଳୀ ଆଥଲେଟ ମାନଙ୍କୁ ଚିହ୍ନଟ କରିଛୁ ଏବଂ ସେମାନଙ୍କୁ ମାସିକ 25,000 ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ। ଏହି ଜୁନିଅର ଖେଳାଳିମାନେ ମାଗଣାରେ ତାଲିମ ପାଇବେ ଏବଂ ସେମାନେ ପାଇଥିବା 25,000 ଟଙ୍କା ସେମାନଙ୍କ ପରିବାର ପାଇଁ ରୋଜଗାର ପରି ଅଟେ,’’ ବୋଲି ରିଜିଜୁ କହିଛନ୍ତି।
କ୍ରୀଡ଼ା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ଉଚ୍ଚାଭିଳାଷୀ କଥା ଉପରେ କିଛି ବିଭାଗରୁ ତାଙ୍କୁ କଡ଼ା ମନ୍ତବ୍ୟ ଦିଆଯାଇଛି। ସେ କହିଛନ୍ତି, ‘‘ମୁଁ ଜାଣେ ଅନେକ ଲୋକ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଏହା କିପରି ଘଟିବ, ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି ... ଏତେ ଭିଲ ମନ୍ତବ୍ୟ ନୁହେଁ। କିନ୍ତୁ ଏହା ଏକ ଗଣତାନ୍ତ୍ରିକ ଦେଶ, ଲୋକମାନଙ୍କର ନିଜର ମତ ରହିବ ଏବଂ ଆମେ ଭାବୁନାହୁଁ ଯେ ଆମେ ସେହି ମନ୍ତବ୍ୟଗୁଡିକର ଜବାବ ଦେବା ଉଚିତ ।’’
ସେ କହିଛନ୍ତି, ‘‘ଆମର କାର୍ଯ୍ୟ ହେଉଛି ଆମେ ଯାହା ହାସଲ କରିବାକୁ ଚାହୁଁଛୁ ତାହା ଉପରେ ଧ୍ୟାନ ଦେବା। ଆମକୁ ଲକ୍ଷ୍ୟ ସ୍ଥିର କରିବାକୁ ପଡିବ, ଅଧିକ ଉଚ୍ଛ ଆଶା କରିବାକୁ ହେବ ଏବଂ ଆମେ କଣ କରିପାରିବା ତାହା ଉପରେ ଧ୍ୟାନ ଦେବାକୁ ପଡିବ। ମୁଁ ଭାବୁଛି ଯେ 2028 ମସିହାରେ ଶ୍ରେଷ୍ଠ 10ରେ ରହିବା ଲକ୍ଷ୍ୟ ନିଶ୍ଚୟ ହାସଲ କରିହେବ ।’’
ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ,‘‘କୋଭିଡ-19 ମହାମାରୀ ପରିସ୍ଥିତିରେ ଷ୍ଟାଡିୟମକୁ କେବେ ଦର୍ଶକ ଫେରିବ ତାହା କହିବା କଷ୍ଟକର ହୋଇପଡିଛି। ମୁଁ ଏହା ଉପରେ କିଛି କହି ପାରିବି ନାହିଁ । ଆସନ୍ତା ମାସରେ ପରିସ୍ଥିତି କ’ଣ ହେବ ମୁଁ ଜାଣେ ନାହିଁ।’’
ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୁଁ ଚାହେଁ ପ୍ରଶଂସକମାନେ ଯଥାଶୀଘ୍ର ଷ୍ଟାଡିୟମକୁ ଫେରିବେ, ଆମେ ଏହା ଆଶା କରୁଛୁ। କିନ୍ତୁ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ମଧ୍ୟ ଆମର ପ୍ରାଥମିକତା ।’’
ତେବେ ସମ୍ପୂର୍ଣ୍ଣ ନିଷେଧାଦେଶକୁ ହଟାଇ ଗୃହ ମନ୍ତ୍ରଣାଳୟ ସେପ୍ଟେମ୍ବର 21 ରୁ 100 ଜଣଙ୍କୁ କ୍ରୀଡ଼ା ସମାବେଶକୁ ଆସିବା ପାଇଁ ଅନୁମତି ଦେଇଛି।
@IANS