ETV Bharat / sports

Asia Cup 2022: ମାଲେସିଆ ବିପକ୍ଷରେ ମ୍ୟାଚ୍‌ ଡ୍ର କଲା ଭାରତ

author img

By

Published : May 29, 2022, 9:59 PM IST

ଏସିଆ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ମାଲେସିଆ ବିପକ୍ଷ ମ୍ୟାଚ୍‌ ଡ୍ର କରିଛି ଭାରତ । ମ୍ୟାଚ୍‌ରେ ଆରମ୍ଭରୁ ଆକ୍ରାମକ ପନ୍ଥ ଆପଣାଇଥିଲା ମାଲେସିଆ । ଅଧିକ ପଢ଼ନ୍ତୁ

Asia Cup 2022: ମାଲେସିଆ ବପିକ୍ଷରେ ମ୍ୟାଚ୍‌ ଡ୍ର କଲା ଭାରତ

ଜାକର୍ତ୍ତା: ଏସିଆ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ମାଲେସିଆ ବିପକ୍ଷ ମ୍ୟାଚ୍‌ ଡ୍ର କରିଛି ଭାରତ । ସୁପର ୪ ପର୍ଯ୍ୟାୟର ଏହି ଦ୍ବିତୀୟ ମ୍ୟାଚରେ ଭାରତୀୟ ପୁରୁଷ ହକି ଟିମ୍‌ ୩ଟି ଗୋଲ୍‌ ଦେଇଥିବାବେଳେ ମାଲେସିଆ ମଧ୍ୟ ୩ଟି ଗୋଲ୍‌ ଦେଇ ମ୍ୟାଚ୍‌ ବରାବର କରିଥିଲା । ମ୍ୟାଚ୍‌ରେ ଆରମ୍ଭରୁ ଆକ୍ରାମକ ପନ୍ଥ ଆପଣାଇଥିଲା ମାଲେସିଆ ।

ମ୍ୟାଚର ପ୍ରଥମାର୍ଦ୍ଧ ସୁଦ୍ଧା ମାଲେସିଆ ଲଗାତାର ଦୁଇଟି କ୍ବାର୍ଟରରେ ଦୁଇଟି ଗୋଲ ଦେଇ ୨-୦ରେ ଆଗୁଆ ରହିଥିଲା । ଏହାପରେ ତୃତୀୟ କ୍ବାର୍ଟରରେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା ଭାରତ । ତୃତୀୟ କ୍ବାର୍ଟର ଆରମ୍ଭରୁ ଭାରତ ଏକ ଗୋଲ୍‌ ଦେଇ ଖାତା ଖୋଲି ଥିଲା । ତୃତୀୟ କ୍ବାର୍ଟର ଶେଷ ବେଳକୁ ମାଲେସିଆ ୨-୧ରେ ଆଗୁଆ ରହିଥିଲା ।

ଚତୁର୍ଥ କ୍ବାର୍ଟର ବେଳକୁ ଭାରତ ଲଗାତାର ଦୁଇଟି ଗୋଲ ଦେଇ ୩-୨ରେ ଆଗୁଆ ରହିଥିଲା । ଏହାପରେ ଶେଷ ବେଳକୁ ମାଲେସିଆ ପୁନଃ ଏକ ଗୋଲ ଦେଇ ମ୍ୟାଚ୍‌କୁ ଡ୍ର କରିବାକୁ ସକ୍ଷମ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.