ETV Bharat / sports

Asian Champions Trophy: FIH ରାଙ୍କ୍‌ରେ ତୃତୀୟକୁ ଉନ୍ନିତ ହେଲା ଭାରତ

author img

By

Published : Aug 13, 2023, 10:16 PM IST

ଶନିବାର ଏସିଆନ୍‌ ଚମ୍ପିଆନ୍ସ ଟ୍ରଫି ଫାଇନାଲ୍‌ରେ ମାଲେସିଆକୁ ୪-୩ ଗୋଲରେ ହରାଇ ରେକର୍ଡ ଚତୁର୍ଥ ଥର ପାଇଁ ଏହି ଟାଇଟଲ ହାତେଇଛି ଟିମ୍‌ ଇଣ୍ଡିଆ । ଏହି ସଫଳତା ପରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ରାଙ୍କିଂ ତାଲିକାରେ ଭାରତୀୟ ପୁରୁଷ ହକି ଦଳ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଅଧିକ ପଢ଼ନ୍ତୁ

FIH ରାଙ୍କ୍‌ରେ ତୃତୀୟକୁ ଉନ୍ନିତ ହେଲା ଭାରତ
FIH ରାଙ୍କ୍‌ରେ ତୃତୀୟକୁ ଉନ୍ନିତ ହେଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ହକି ଜଗତର ଚାଲିଛି ସୁବର୍ଣ୍ଣ ଯୁଗ । ଶନିବାର ଏସିଆନ୍‌ ଚମ୍ପିଆନ୍ସ ଟ୍ରଫି ଫାଇନାଲ୍‌ରେ ମାଲେସିଆକୁ ୪-୩ ଗୋଲରେ ହରାଇ ରେକର୍ଡ ଚତୁର୍ଥ ଥର ପାଇଁ ଏହି ଟାଇଟଲ ହାତେଇଛି ଟିମ୍‌ ଇଣ୍ଡିଆ । ସେପଟେ ଭାରତର ଏହି ସଫଳତା ପରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ରାଙ୍କିଂ ତାଲିକାରେ ଭାରତୀୟ ପୁରୁଷ ହକି ଦଳ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଭାରତ ୨୭୭୧.୩୫ ପଏଣ୍ଟ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ୨୭୬୩.୫୦ ପଏଣ୍ଟ ସହ ତୃତୀୟରେ ଥିବା ଇଂଲଣ୍ଡକୁ ଚତୁର୍ଥ ସ୍ଥାନକୁ ଠେଲି ଦେଇଛି ।

ଅନ୍ତର୍ଜାତୀୟ ହକି ମହାସଂଘ(ଏଫ୍‌ଆଇଏଚ୍‌) ରାଙ୍କିଂ ତାଲିକାରେ ୩୦୯୫.୯୦ ପଏଣ୍ଟ୍‌ ସହ ନେଦରଲାଣ୍ଡ ପ୍ରଥମ ସ୍ଥାନରେ ରହିଥିବା ବେଳେ ବେଲଜିୟମ ୨୯୧୭.୮୭ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି । ତେବେ ଭାରତ ଦ୍ବିତୀୟ ଥର ପାଇଁ ଏଫ୍‌ଆଇଏଚ୍‌ ରାଙ୍କିଂରେ ତୃତୀୟ ସ୍ଥାନ ଅଧିକାର କରିଛି । ପୂର୍ବରୁ ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ ବେଳେ ତୃତୀୟ ସ୍ଥାନକୁ ଆସିଥିଲା ଭାରତ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଏହାଥିଲା ଭାରତର ପ୍ରଥମ ପଦକ । ଏହାପରେ ଗତକାଲି (ଶନିବାର) ହରମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ହକି ଦଳ ମାଲେସିଆକୁ ୪-୩ ଗୋଲ୍‌ରେ ପରାସ୍ତ କରି ଏସିଆନ୍‌ ଚମ୍ପିଆନ୍ସ ଟ୍ରଫି ଟାଇଟଲ ଜିତିଥିଲା । ମ୍ୟାଚରେ ଦଳ ୧-୩ ପଛରେ ଥାଇ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା । ଏହି ବିଜୟ ସହ ପୁଣିଥରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି ଟିମ୍‌ ଇଣ୍ଡିଆ ।

ଏହା ମଧ୍ୟ ପଢ଼ନ୍ତୁ...Asian champions trophy 2023 Final: ମାଲେସିଆକୁ ୪-୩ରେ ହରାଇ ଭାରତ ଚମ୍ପିଆନ୍‌

ଟିମ୍‌ ଇଣ୍ଡିଆର ଏଭଳି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ମହାନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଟ୍ବିଟ୍‌ କରି ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏସୀୟ ଚମ୍ପିଆନ୍ସରେ ବିଜୟୀ ହୋଇଥିବାରୁ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଶନିବାର ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ମାଲେସିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳି ୩-୧ ଗୋଲରେ ଆଗୁଆ ଥିଲା । କିନ୍ତୁ ମ୍ୟାଚ୍‌ର ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ନାଟକୀୟ ମୋଡ଼ରେ ଭାରତ କ୍ରମାଗତ ୩ଟି ଗୋଲ୍ ସ୍କୋର କରିଥିଲା । ଏହାପରେ ଚତୁର୍ଥ ତଥା ବିଜୟୀ ଗୋଲ୍‌ ଦେଇଥିଲେ ଅର୍ଶଦୀପ ସିଂହ । ଫଳରେ ଏକ ରୋମାଞ୍ଚକର ବିଜୟ ସହ ଟ୍ରଫି ହାତେଇଛନ୍ତି ମେନ୍‌ ଇନ୍‌ ବ୍ଲ୍ୟୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.